ETV Bharat / state

Solar Auto: ସୌରଶକ୍ତିରେ ଘାଇଁ ଘାଇଁ ଗଡିବ ସୋଲାର ଅଟୋ, ବାପାକୁ ଜ୍ଞାନ ଦେଇଥିଲା ଝିଅ

ସୌର ଶକ୍ତି ବ୍ୟବହାର କରି ସୋଲାର ଅଟୋ ନିର୍ମାଣ କଲେ ନୟାଗଡ଼ର ଅଟୋ ଚାଳକ । ୟୁଟ୍ୟୁବରୁ ନେଇଥିଲେ ଶିକ୍ଷା । ଅଧିକ ପଢନ୍ତୁ

author img

By

Published : Jul 17, 2023, 8:30 PM IST

Solar Auto
Solar Auto
Solar Auto: ଝିଅ ଦେଲା ବୁଦ୍ଧି, ଥରକେ 110କିମି ଚାଲିପାରୁଥିବା ସୋଲାର ଅଟୋ ନିର୍ମାଣ କଲେ ଶ୍ରୀକାନ୍ତ

ଭୁବନେଶ୍ବର: ସୋଲାର ଅଟୋ ନିର୍ମାଣ କରି ଚର୍ଚ୍ଚାରେ ନୟାଗଡ଼ର ଅଟୋ ଚାଳକ ଶ୍ରୀକାନ୍ତ । ୟୁଟ୍ୟୁବରୁ ଝିଅ ଦେଖି ବାପାଙ୍କୁ ଶିଖାଇଲା ନିର୍ମାଣ କରିବାର କୌଶଳ । ଏବେ ସଫଳତାର ସହ 2 ମାସ ଧରି ସୂର୍ଯ୍ୟ କିରଣରେ ଚାଲୁଛି ଅଟୋ । ଏପଟେ ଦିନକୁ ଦିନ ପେଟ୍ରୋଲ ଦର ବୃଦ୍ଧି ପାଉଥିବା ବେଳେ ସୌର ଶକ୍ତିକୁ ଉପଯୋଗ କରି ଅଟୋ ନିର୍ମାଣ କରିଛନ୍ତି ଶ୍ରୀକାନ୍ତ । ଅଟୋରେ ସୋଲାର ଲଗାଇବା ଲାଗି ତାଙ୍କୁ 50ରୁ 60 ହଜାର ଟଙ୍କା ଖର୍ଚ୍ଚ କରିବାକୁ ପଡ଼ିଥିଲା ବୋଲି ସେ କହିଛନ୍ତି ।

ପେଟ୍ରୋଲ ଦର ଏବେ ଲିଟର ପିଛା ୧୦୦ ଟଙ୍କା ପରେ ହେଲାଣି । ଯେତେ ଟଙ୍କା ପେଟ୍ରୋଲ ଦର ବଢ଼ିଲେ ବି ଜନସାଧାରଣ ଗାଡି ଚଢ଼ିବାକୁ ବାଧ୍ୟ । ଏପଟେ ଏହି ସମୟରେ ଏକ ସୋଲାର ଅଟୋ ପ୍ରସ୍ତୁତ କରିଛନ୍ତି ନୟାଗଡ଼ ଜିଲ୍ଲା ମହିପୁରର ଯୁବକ ଶ୍ରୀକାନ୍ତ ପାତ୍ର । ସୌର ଶକ୍ତି ପ୍ରସ୍ତୁତ କରି ସେ ସଫଳ ହୋଇଛନ୍ତି । ଶ୍ରୀକାନ୍ତ ପେଟ ପୋଷିବା ପାଇଁ ୨୦୦୦ ମସିହାରୁ ଭୁବନେଶ୍ଵରରେ ରହି ଅଟୋ ଚଲାଇ ଆସୁଛନ୍ତି । ତେବେ କରୋନା ସମୟରେ ସବୁ କିଛି ଠପ ହୋଇଯିବା ପରେ ନୟାଗଡ଼ ନିଜ ଗାଁକୁ ପକାଇଥିଲେ। ପରେ ଏକ ବ୍ୟାଟେରୀ ଚଳିତ ଅଟୋ କିଣି ଲୋକଙ୍କୁ ନେବା ଆଣିବା ପାରୁଥିଲେ।

ଏହା ବି ପଢନ୍ତୁ- 10-Seater Motorbike: ସୌରଚାଳିତ ୧୦ସିଟର୍ ବାଇକ, ଥରେ ଚାର୍ଜ ହେଲେ ଗଡିବ 100KM

ହେଲେ ଶ୍ରୀକାନ୍ତ ଯେଉଁ ଗାଁରେ ରହୁଥିଲେ ତାହା ଆଦିବାସୀ ଅଞ୍ଚଳ ହୋଇଥିବାରୁ ବିଭିନ୍ନ ସମୟରେ ବ୍ୟାଟେରୀ ଚାର୍ଜ କରିବା ପାଇଁ ଅନେକ ଅସୁବିଧାର ସମ୍ମୁଖୀନ ହେଉଥିଲେ । ତେବେ ଏହି ସମୟରେ ଆଦର୍ଶ ବିଦ୍ୟାଳୟରେ ଷଷ୍ଠ ଶ୍ରେଣୀରେ ପାଠ ପଢୁଥିବା ଶ୍ରୀକାନ୍ତଙ୍କ ୧୧ ବର୍ଷର ଝିଅ ଶ୍ରଦ୍ଧାଞ୍ଜଳି ଶିଖାଇଥିଲା ବୁଦ୍ଧି । ପଢୁଛି। ଏହି ସମୟରେ ୟୁଟ୍ୟୁବରେ ସୋଲାରର ବ୍ୟବହାର ଓ ଉପକାରିତାକୁ ଦେଖି ବାପାଙ୍କୁ ଜଣାଇଥିଲା । ଏହାପରେ ଶ୍ରୀକାନ୍ତ ସୋଲାର ଲଗାଇବା ପାଇଁ ଆବଶ୍ୟକତା ଅନୁଯାୟୀ ସାରଞ୍ଜମା କିଣିଥିଲେ । ଏଥିଲାଗି ତାଙ୍କୁ ୫୦ରୁ ୬୦ ହଜାର ଟଙ୍କା ଖର୍ଚ୍ଚ କରିବାକୁ ପଡ଼ିଥିଲା ।

ଏନେଇ ଶ୍ରୀକାନ୍ତ କହିଛନ୍ତି, "ଏହି ସୋଲାର ଅଟୋରେ 2ମାସ ହେଲା ଲଗାଇଛି। ଝିଅ ଶ୍ରଦ୍ଧାଞ୍ଜଳି ୟୁଟ୍ୟୁବରେ ଦେଖି ମୋତେ ଏହାର କୌଶଳ ଜଣାଇବା ପରେ ଆରମ୍ଭ କରିଥିଲି ନିର୍ମାଣ କାର୍ଯ୍ୟ । ଏହାଦ୍ବାରା ଅନେକ ସୁବିଧା ମିଳୁଛି। ବାରମ୍ବାର ବ୍ୟାଟେରୀ ଚାର୍ଜ କରିବାକୁ ପଡୁନାହିଁ । ଦିନରେ ଥରେ ଚାର୍ଜ କରିଥିଲେ ଅଟୋ ସାରା ଦିନ ବୁଲୁଛି । ଆଗ ଅପେକ୍ଷା ଭଲ ରୋଜଗାର ମଧ୍ୟ ହେଉଛି ।"

ଏହାସହ ସବୁଠାରୁ ଗୁରୁତ୍ବପୂର୍ଣ୍ଣ ହେଉଛି ଯେଉଁଭଳି ଭାବରେ ପେଟ୍ରୋଲ ଏବଂ ଡିଜେଲର ଦର ବଢ଼ିବାରେ ଲାଗିଛି ତାହା ଭୁବନେଶ୍ଵର ମଧ୍ୟ ଗାଡି ଚଳାଇବା କଷ୍ଟକର ହୋଇପଡିଛି । ଏହା ଦ୍ବାରା ସୋଲାର ବ୍ୟବହାର ଦ୍ଵାରା ପ୍ରଦୂଷଣକୁ ରୋକାଯାଇ ପାରୁଛି ବୋଲି ସେ କହିଛନ୍ତି । ଆଗକୁ ମଧ୍ୟ ସମସ୍ତ ଅଟୋ ଚାଳକଙ୍କୁ ଅନୁରୋଧ କରିଛନ୍ତି ଯେ ସମସ୍ତେ ଏଭଳି ସୌର ଶକ୍ତିକୁ ବ୍ୟବହାର କରି ଅନେକ ପ୍ରଦୂଷଣ ରୋକିବା ସହ ସେମାନଙ୍କର ସମୟ ଏବଂ ରୋଜଗାରରେ ମଧ୍ୟ ବୃଦ୍ଧି ଘଟିବ ବୋଲି କହିଛନ୍ତି ଶ୍ରୀକାନ୍ତ ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.