ETV Bharat / state

ରାଷ୍ଟ୍ରୀୟ ଯୁବ ଦିବସ: ନୟାଗଡ଼ରେ ବର୍ଷାରେ ଦୌଡିଲେ ଯୁବବର୍ଗ

author img

By

Published : Jan 12, 2022, 9:38 PM IST

ସ୍ୱାମୀ ବିବେକାନନ୍ଦଙ୍କ ଜୟନ୍ତୀ ଅବସରରେ ନୟାଗଡ଼ ସେବା ଉତ୍ସବ ସମିତି ପକ୍ଷରୁ ଏକ ମିନି ମାରାଥନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି l ଏ କାର୍ଯ୍ୟକ୍ରମରେ କୃଷିମନ୍ତ୍ରୀ ଡ଼.ଅରୁଣ କୁମାର ସାହୁ ମୁଖ୍ୟ ଅତିଥି ଭାବେ ଯୋଗଦେଇ ମାରାଥନର ଶୁଭ ଉଦଘାଟନ କରିଥିଲେ । ଅଧିକ ପଢନ୍ତୁ

ରାଷ୍ଟ୍ରୀୟ ଯୁବ ଦିବସ : ନୟାଗଡ଼ରେ ବର୍ଷାରେ ଦୌଡିଲେ ଯୁବବର୍ଗ

ନୟାଗଡ଼ : ରାଷ୍ଟ୍ରୀୟ ଯୁବ ଦିବସ ତଥା ସ୍ୱାମୀ ବିବେକାନନ୍ଦଙ୍କ ଜୟନ୍ତୀ ଅବସରରେ ନୟାଗଡ଼ ସେବା ଉତ୍ସବ ସମିତି ପକ୍ଷରୁ ଏକ ମିନି ମାରାଥନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି l ନୟାଗଡ଼ ସେବା ଉତ୍ସବ ସମିତି ଅଧ୍ୟକ୍ଷ ଶିବରାମ ମହାପାତ୍ରଙ୍କ ଅଧ୍ୟକ୍ଷତାରେ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏ କାର୍ଯ୍ୟକ୍ରମରେ କୃଷି ଓ ଉଚ୍ଚଶିକ୍ଷାମନ୍ତ୍ରୀ ଡ଼.ଅରୁଣ କୁମାର ସାହୁ ମୁଖ୍ୟ ଅତିଥି ଭାବେ ଯୋଗଦେଇ ମାରାଥନର ଶୁଭ ଉଦଘାଟନ କରିଥିଲେ । ଖଣ୍ଡପଡ଼ାର ପୂର୍ବତନ ବିଧାୟକ ସିଦ୍ଧାର୍ଥ ଶେଖର ସିଂ, ସମାଜସେବୀ ସନ୍ତୋଷ ପ୍ରଧାନ, ସମାଜସେବୀ ପ୍ରମୋଦ ପଟ୍ଟନାୟକ, ଶ୍ରୀକାନ୍ତ ଖଟେଇ, ହ୍ୟୁମାନ ୱେଲଫେୟାର ବୋର୍ଡ ଟ୍ରଷ୍ଟର ଅଧ୍ୟକ୍ଷ ଶାରଦା ପ୍ରସାଦ ମହାପାତ୍ର, ଯୁବ ସମାଜସେବୀ ଚିତ୍ତ ରଞ୍ଜନ ପ୍ରଧାନ ପ୍ରମୁଖ ଅତିଥି ଭାବେ ଯୋଗ ଦେଇଥିଲେ l

ମନ୍ତ୍ରୀ ଅରୁଣ ସାହୁ ଯୋଗ ଦେଇ ଯୁବବର୍ଗଙ୍କୁ ଉତ୍ସାହିତ କରିଥିଲେ l ଯୁବ ମାନସିକତା ରଖି କାର୍ଯ୍ୟ କରିବାକୁ ଆହ୍ୱାନ ଦେଇଥିଲେ l ଦେଶ ପରିବର୍ତ୍ତନ ଯୁବକ ମାନଙ୍କ ହାତରେ ରହିଛି । ଯୁବକର ଭୂମିକା ସମ୍ପର୍କରେ ଜନସଚେତନତା କରିବା ପାଇଁ ଆଜିର ଯୁବ ଦିବସରେ ସମସ୍ତ ଯୁବକମାନେ ଶପଥ ନେବା ଦରକାର ବୋଲି ଏହି ଅବସରରେ ମତ ପ୍ରକାଶ ପାଇଥିଲା l

ନୟାଗଡ଼ରୁ ଜୟେନ୍ଦ୍ର ବେହେରା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.