ନୟାଗଡ଼: ଜିଲ୍ଲାର ରଣପୁରର ପୂର୍ବତନ ବିଧାୟିକା ତଥା ମନ୍ତ୍ରୀ ସୁରମା ପାଢ଼ୀ ରେଳ ମନ୍ତ୍ରଣାଳୟ ବୋର୍ଡ଼ ଅଧୀନ ପାସେଞ୍ଜର ସେବା କମିଟିର ସଦସ୍ୟା ରୂପେ ମନୋନୀତ ହୋଇଛନ୍ତି । ସଦସ୍ୟା ଭାବେ ମନୋନୀତ ହେବା ପରେ ତାଙ୍କ ନିକଟରୁ ଛୁଟୁଛି ଶୁଭେଚ୍ଛାର ସୁଅ ।
ରେଲୱେ ବୋର୍ଡର ଅଧ୍ୟକ୍ଷ ରମେଶ ଚନ୍ଦ୍ର ରତ୍ନଙ୍କ ଅଧୀନରେ ସୁରମା ପାଢ଼ୀ କାର୍ଯ୍ୟ କରିବେ । ପାସେଞ୍ଜର ସେବା କମିଟି ରେଲୱେ ଷ୍ଟେସନର ଉନ୍ନତିକରଣ କାର୍ଯ୍ୟର ସେ ସମୀକ୍ଷା କରିବେ । ବିଜେପିର ବରିଷ୍ଠ ନେତ୍ରୀ ହେଉଛନ୍ତି ସୁରମା । ଏହି କମିଟିରେ ସେ ଜଣେ ସଦସ୍ୟା ହେବା ପରେ ତାଙ୍କ ନିକଟରୁ ବିଭିନ୍ନ ମହଲରୁ ଶୁଭେଚ୍ଛା ଆସିଛି ବୋଲି ଜଣାପଡିଛି ।
ନୟାଗଡ଼ରୁ ଜୟେନ୍ଦ୍ର ବେହେରା, ଇଟିଭି ଭାରତ