ETV Bharat / state

ଶୁଖିଲା ପଡ଼ିଛି ମହାନଦୀ, ଚାଷ କାର୍ଯ୍ୟ ବାଧାପ୍ରାପ୍ତ

author img

By

Published : Apr 22, 2021, 9:34 AM IST

ଏପ୍ରିଲ ମାସରୁ ନୟାଗଡ଼ରେ ଦେଖାଦେଲାଣି ମହାନଦୀ ଜଳ ସମସ୍ୟା । ଯାହାକୁ ନେଇ ହଟହଟା ଜିଲ୍ଲାବାସୀ । ଅଧିକ ପଢନ୍ତୁ...

ଶୁଖିଲା ପଡ଼ିଛି ମହାନଦୀ, ଚାଷୀର ଚାଷ ବନ୍ଦ
ଶୁଖିଲା ପଡ଼ିଛି ମହାନଦୀ, ଚାଷୀର ଚାଷ ବନ୍ଦ

ନୟାଗଡ଼: ଓଡିଶାର ଲାଇଫ ଲାଇନ କୁହାଯାଉଥିବା ମହାନଦୀ ଏବେ ସଙ୍କଟରେ l ଏବେ ଠାରୁ ଆରମ୍ଭ ହେଲାଣି ଜଳ ସଙ୍କଟ l ଯାହାର ସିଧା ସଳଖ ପ୍ରଭାବ ପଡିଛି ନୟାଗଡ଼ ଜିଲ୍ଲାରେ । ମହାନଦୀ ଜଳ ବଣ୍ଟନର ସମଧାନ ପାଇଁ ଗଠିତ ଟ୍ରିବ୍ୟୁନାଲକୁ 3 ବର୍ଷ ବିତିଯାଇଥିଲେ ବି ବାହାରି ପାରିନି ସମାଧାନର ବାଟ । ସମୟ ଯେତିକି ଗଡୁଛି ଜଳ ସ୍ତର ମହାନଦୀରେ ସେତିକି କମୁଛି ।

ଶୁଖିଲା ପଡ଼ିଛି ମହାନଦୀ, ଚାଷୀର ଚାଷ ବନ୍ଦ

ମହାନଦୀ ଉପରେ ନିର୍ଭର କରୁଥିବା ଜିଲ୍ଲାର ମତ୍ସଜୀବୀ ଏବଂ ଚାଷି ନିଜର ଜୀବିକା ହରାଇ ଥିବା ବେଳେ ମହାନଦୀ ମିଶନ ମଧ୍ୟ ଫେଲ୍ ମାରିଛି l ଅନ୍ୟପଟେ ନୟାଗଡ଼ ଜିଲ୍ଲାବାସୀଙ୍କ ପାନୀୟ ଜଳଯୋଗାଣ ପାଇଁ ନିର୍ମାଣ ଚାଲିଥିବା ମେଗା ପ୍ରକଳ୍ପ କାର୍ଯ୍ୟକାରିକୁ ନେଇ ମଧ୍ୟ ଉଠିଛୁ ପ୍ରଶ୍ନ । ଯାହାର ପ୍ରଭାବ ନୟାଗଡ଼ ଜିଲ୍ଲାରେ ପଡୁଛି।

ଉପର ମୁଣ୍ଡରେ ଛତିଶଗଡ଼ର କଲମା ବ୍ୟାରେଜ ନିର୍ମାଣ ପରେ ନୟାଗଡ଼ ଜିଲ୍ଲାର ଏକର ଏକର ଚାଷ ଜମି ପଡିଆ ପଡିଥିବା ବେଳେ ଜୀବିକା ହରାଇଛନ୍ତି ଜିଲ୍ଲାର ଚାଷୀମାନେ l ଯେଉଁ ସ୍ଥାନରେ ଜୁନ ଜୁଲାଇ ମାସରେ 7 ରୁ 8 ଫୁଟ ପାଣି ରୁହେ ସେଠି ଏବେ ଏପ୍ରିଲ ପହିଲାରୁ 2 ରୁ 3 ଫୁଟ ପାଣି ଦେଖିବାକୁ ମିଳୁଛି । ଜିଲ୍ଲାର ଗଣିଆ, କଣ୍ଟିଲୋ, ସିଧାମୂଳା ଅଞ୍ଚଳ ଦେଇ ମହାନଦୀ ବହୁଛି l ଏଠାକାର ସ୍ଥାନୀୟ ଚାଷମାନେ ବର୍ଷ ତମାମ ଚାଷ କରିଥାନ୍ତି l ମାତ୍ର ଏବେ ହାତବାନ୍ଧି ବସିଛନ୍ତି l ପନିପରିବା ଚାଷ ପୁରାପୁରି ଠପ ହୋଇଯାଇଛି l

ନୟାଗଡ଼ରୁ ଜୟେନ୍ଦ୍ର ବେହେରା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.