ETV Bharat / state

Municipal Election: ଶେଷ ଦିନରେ ନୟାଗଡରେ ନାମାଙ୍କନ ଭରିଲେ ପ୍ରାର୍ଥୀ - ପୌର ନିର୍ବାଚନ ପାଇଁ ନାମାଙ୍କନ ପତ୍ର ଦାଖଲ

ପୌର ନିର୍ବାଚନ ପାଇଁ ନାମାଙ୍କନ ଦାଖଲ କଲେ ପ୍ରାର୍ଥୀ । ନୟାଗଡ଼ ଜିଲ୍ଲାର ରଣପୁର, ଓଡଗାଁ, ଦଶପଲ୍ଲା ଏବଂ ଖଣ୍ଡପଡା ବିଜ୍ଞାପିତ ଅଞ୍ଚଳ ପରିଷଦ ପାଇଁ ପ୍ରାର୍ଥୀ ମାନେ ନାମାଙ୍କନ ଭରିଛନ୍ତି । ଅଧିକ ପଢନ୍ତୁ

Municipal Election:  ଶେଷ ଦିନରେ ନୟାଗଡରେ ନାମାଙ୍କନ ଭରିଲେ ପ୍ରାର୍ଥୀ

author img

By

Published : Mar 8, 2022, 12:56 PM IST

ନୟାଗଡ଼: ପୌର ନିର୍ବାଚନ ପାଇଁ ନାମାଙ୍କନ ଦାଖଲ କଲେ ପ୍ରାର୍ଥୀ । ନୟାଗଡ଼ ଜିଲ୍ଲାର ରଣପୁର, ଓଡଗାଁ, ଦଶପଲ୍ଲା ଏବଂ ଖଣ୍ଡପଡା ବିଜ୍ଞାପିତ ଅଞ୍ଚଳ ପରିଷଦ ପାଇଁ ପ୍ରାର୍ଥୀ ମାନେ ନାମାଙ୍କନ ଭରିଛନ୍ତି । ନୟାଗଡ ପୌରାଧ୍ୟକ୍ଷ ପଦବୀ ପାଇଁ ବିଜେଡି ପ୍ରାର୍ଥୀ ମଧ୍ୟ ନାମାଙ୍କନ ପତ୍ର ଦାଖଲ କରିଛନ୍ତି ।

Municipal Election: ଶେଷ ଦିନରେ ନୟାଗଡରେ ନାମାଙ୍କନ ଭରିଲେ ପ୍ରାର୍ଥୀ

ତେବେ ନୟାଗଡ଼ର ପୂର୍ବତନ ନଗରପାଳ ନିରୁପମା ଖଟେଇଙ୍କୁ ବିଜେଡ଼ି ପ୍ରାର୍ଥୀନୀ ଭାବେ ଘୋଷଣା କରିବା ପରେ ସେ ନାମାଙ୍କନ ପତ୍ର ଦାଖଲ କରିଛନ୍ତି ।ନିର୍ବାଚନରେ ବିପୁଳ ସଂଖ୍ୟାରେ ବିଜୟ ଲାଭ କରିବାକୁ ଲକ୍ଷ୍ୟ ରଖିଛନ୍ତି ଦଳୀୟ ନେତୃବୃନ୍ଦ । ସୂଚନା ଯୋଗ୍ୟ ଯେ, ବରିଷ୍ଠ ବିଜେଡି ନେତା ତଥା ଉତ୍କଳ ସାମ୍ବାଦିକ ସଂଘର ନୟାଗଡ ଜିଲ୍ଲା ସଭାପତି ଶ୍ରୀକାନ୍ତ ଖଟେଇଙ୍କ ଧର୍ମପତ୍ନୀ ହେଉଛନ୍ତି ନିରୂପମା । ସେହିପରି ଦଶପଲ୍ଲା NAC ପାଇଁ ବିଜେଡ଼ି ପ୍ରାର୍ଥୀନୀ ରୀନା ବେହେରା ନାମାଙ୍କନ ଦାଖଲ କରିଛନ୍ତି ।

ଅନ୍ୟପଟେ ଆଜି ଠାରୁ ପ୍ରାର୍ଥୀ ମଧ୍ୟ ଡୋର ଟୁ ଡୋର ବୁଲି ପ୍ରଚାର ଆରମ୍ଭ କଲେଣି । ନିଜ ନିଜ ସପକ୍ଷରେ ପ୍ରାର୍ଥୀ ଭୋଟ ମାଗିବା ଆରମ୍ଭ କରି ଦେଇଛନ୍ତି ।

ନୟାଗଡ଼ରୁ ଜୟେନ୍ଦ୍ର ବେହେରା, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.