ETV Bharat / state

ହ୍ୟାଟ୍ରିକ ପରାଜୟ ପରେ ସୌମ୍ୟଙ୍କ ରେକର୍ଡ ବିଜୟ

ଚଳିତବର୍ଷ ଖଣ୍ଡପଡା ବିଧାନସଭା ନିର୍ବାଚନ ମଣ୍ଡଳୀରେ ବିଜେଡି ପ୍ରାର୍ଥୀ ସୌମ୍ୟରଞ୍ଜନ ପଟ୍ଟନାୟକ ବୃହତ ବ୍ୟବଧାନରେ ବିଜୟୀ ହୋଇଛନ୍ତି ।

author img

By

Published : May 25, 2019, 10:01 AM IST

ଫଟୋ ସୌଜନ୍ୟ: ପ୍ରତିନିଧି ନୟାଗଡ

ନୟାଗଡ଼: ଚଳିତବର୍ଷ ଖଣ୍ଡପଡା ବିଧାନସଭା ନିର୍ବାଚନ ମଣ୍ଡଳୀରେ ବିଜେଡି ପ୍ରାର୍ଥୀ ସୌମ୍ୟରଞ୍ଜନ ପଟ୍ଟନାୟକ ରେକର୍ଡ ଭୋଟ ବ୍ୟବଧାନରେ ବିଜୟୀ ହୋଇଛନ୍ତି । ଖଣ୍ଡପଡା ନିର୍ବାଚନ ମଣ୍ଡଳୀ ପାଇଁ ମୋଟ 31 ରାଉଣ୍ଡ ଗଣନା କରାଯାଇଥିଲା । ଶେଷରେ ସୌମ୍ୟ 99,941 ଖଣ୍ଡ ଭୋଟ ପାଇଥିବା ବେଳେ ସ୍ବାଧୀନ ପ୍ରାର୍ଥୀ ଦୁଷ୍ମନ୍ତ ସ୍ବାଇଁ 18,594 ଖଣ୍ଡ ଭୋଟ ପାଇଁ ଦ୍ବିତୀୟ ସ୍ଥାନରେ ରହିଛନ୍ତି ।

ଭିଡିଓ ସୌଜନ୍ୟ: ପ୍ରତିନିଧି ନୟାଗଡ

2019 ନିର୍ବାଚନରେ ସୌମ୍ୟ ରଞ୍ଜନ ପଟ୍ଟନାୟକ 81,430 ଖଣ୍ଡ ଭୋଟରେ ବିଜୟ ହାସଲ କରିଛନ୍ତି । ଖଣ୍ଡପଡା ଯୁବରାଜ ସିଦ୍ଧାର୍ଥ ଶେଖର ସିଂ ବିଜେପିରେ ଯୋଗ ଦେଇ ପ୍ରାର୍ଥୀ ହୋଇଥିଲେ । ଜାତୀୟ ଦଳର ପ୍ରାର୍ଥୀ ହୋଇଥିଲେ ମଧ୍ୟ ତାଙ୍କୁ ମାତ୍ର 13,899 ଖଣ୍ଡ ଭୋଟ ମିଳିଥିଲା । ସେହିପରି ସ୍ବାଧୀନ ପ୍ରାର୍ଥୀ ଦୁଷ୍ମନ୍ତ ପ୍ରଥମ ଥର ପାଇଁ ଚଳିତ ନିର୍ବାଚନ ମୈଦାନକୁ ଓହ୍ଲାଇଥିଲେ । ସେ 18, 594 ଖଣ୍ଡ ଭୋଟ ପାଇ ଦ୍ବିତୀୟ ସ୍ଥାନରେ ରହିଛନ୍ତି । ଖଣ୍ଡପଡାରେ ବୃହତ୍‌ ବିଜୟ ପାଇଁ ଖଣ୍ଡପଡାବାସୀଙ୍କ ପାଖରେ ନିଜର କୃତଜ୍ଞତା ପ୍ରକାଶ କରିବା ସହ ଏହି ବିଜୟ ସାମଗ୍ରିକ ଭାବେ ଖଣ୍ଡପଡାର ବୋଲି ସୌମ୍ୟ କହିଛନ୍ତି । ସେହିପରି ନବୀନ ପଟ୍ଟନାୟକଙ୍କୁ ମଧ୍ୟ ବୃହତ୍ ବିଜୟ ପାଇଁ ଅଭିନନ୍ଦନ ଓ ସମର୍ଥନ ପାଇଁ ସମସ୍ତ ଖଣ୍ଡପଡାବାସୀଙ୍କୁ କୃତଜ୍ଞତା ଜଣାଇଛନ୍ତି ।

ଖଣ୍ଡପଡା ରାଜବଂଶ ଓ ପଟ୍ଟନାୟକଙ୍କ ପରିବାର ଦୀର୍ଘ 40ବର୍ଷ ଧରି ଲଗାତାର ଖଣ୍ଡପଡାରେ ଜିତି ଆସୁଥିବା ବେଳେ ଏଥର କିନ୍ତୁ ଖଣ୍ଡପଡା ଅଞ୍ଚଳର ନ ହୋଇ ମଧ୍ୟ ସୌମ୍ୟ ପଟ୍ଟନାୟକ ଏହି ଆସନରୁ ବିଜୟୀ ହୋଇଛନ୍ତି । ସେ ରେକର୍ଡ ଭୋଟ ପାଇଥିବା ଓ ସର୍ବାଧିକ ବ୍ୟବଧାନରେ ବିଜୟୀ ହୋଇଥିବା ପ୍ରାର୍ଥୀ । ସେ ଅତୀତରେ ଖଣ୍ଡପଡାରୁ ତିନିଥର ହାରିଛନ୍ତି । ଦୁଇଥର କଂଗ୍ରେସରୁ ପରାଜିତ ହୋଇଥିବା ବେଳେ ଗୋଟିଏ ଥର ନିଜ ଦଳ ଆମଓଡ଼ିଶା ପକ୍ଷରୁ ଲଢି ପରାଜିତ ହୋଇଥିଲେ । 2014 ନିର୍ବାଚନରେ ସେ ମାତ୍ର 601 ଭୋଟରେ ବିଜେଡ଼ି ବିଧାୟକ ଅନୁଭବ ପଟ୍ଟନାୟକଙ୍କ ଠାରୁ ପରାସ୍ତ ହୋଇଥିଲେ ।

ନୟାଗଡରୁ ଉତ୍ପଳ କୁମାର ସାହୁ, ଇଟିଭି ଭାରତ

Intro:Body:Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.