ETV Bharat / state

କୋଟଗଡରେ କଙ୍ଗାରୁ କୋର୍ଟ, ଚୋରି ସନ୍ଦେହରେ ବୁଲିଲା ଖଟ - କଙ୍ଗାରୁ କୋର୍ଟ

ସୁନାଖଳା ଫାଣ୍ଡି କୋଟଗଡ ଗାଁରେ କଙ୍ଗାରୁ କୋର୍ଟ । ଖଟ ବୁଲାଇ ଜଣକୁ ମାଡ ମାରିବା ଅଭିଯୋଗ ପରେ ପୋଲିସ ତଦନ୍ତ ଆରମ୍ଭ ।

ଫଟୋ ସୌଜନ୍ୟ: ପ୍ରତିନିଧି, ନୟାଗଡ
author img

By

Published : Jun 12, 2019, 2:42 PM IST

ନୟାଗଡ: ରୁଗ୍‌ଣ ମାନସିକତା ଭାବେ ନିର୍ଦ୍ବନ୍ଦ୍ବରେ ନିଜର କାୟା ବିସ୍ତାର କରି ଚାଲିଛି କଙ୍ଗାରୁ କୋର୍ଟ । ନୟାଗଡ ଜିଲ୍ଲାରେ ଦେଖିବାକୁ ମିଳିଛି କଙ୍ଗାରୁ କୋର୍ଟ ।

ଜିଲ୍ଲାର ରଣପୁର ଥାନା ରାଜସୁନାଖଳା ପଞ୍ଚାୟତର କୋଟଗଡ ଗାଁରେ କଙ୍ଗାରୁ କୋର୍ଟ ଖବର ସାମ୍ନାକୁ ଆସିଛି । ଏହି କୋର୍ଟ କଳାଯାଦୁର ସାହାରା ନେଇ ଅମାନୁଷିକ କାଣ୍ଡ ଘଟାଇଛି । ଚୋରି ସନ୍ଦେହରେ ଗାଁ ଦାଣ୍ଡରେ ଖଟ ବୁଲୁଥିବା ଦେଖିବାକୁ ମିଳିଛି । ଖଟ ଜଣଙ୍କ ଘରେ ବାଜିବାରୁ ଗାଁ ଲୋକେ ଉକ୍ତ ଘରର ସଦସ୍ୟଙ୍କୁ ମିଶି ମାଡ ମାରିଛନ୍ତି ।

ଭିଡିଓ ସୌଜନ୍ୟ: ପ୍ରତିନିଧି, ନୟାଗଡ

ଗତ ମେ ମାସ 18 ତାରିଖରେ ଗାଁର ଭାସ୍କର ଦୋରାଙ୍କ ଘରୁ ଆଲମିରା ଭାଙ୍ଗି ଲୁଟ ହୋଇଥିଲା । ଏନେଇ ଥାନାରେ ଅଭିଯୋଗ ପରେ ପୋଲିସ ଏକ ମାମଲା ରୁଜୁ କରିଥିଲା । ପୋଲିସ ଚୋର ଧରିବାରେ ବିଫଳ ହେବାରୁ ଭାସ୍କର ଗାଁରେ କଙ୍ଗାରୁ କୋର୍ଟ ବସାଇଥିଲେ ।

କଙ୍ଗାରୁ କୋର୍ଟର ନିର୍ଦ୍ଦେଶରେ ଜଣେ ଗୁଣିଆ ସୋମବାର ଦିବାଲୋକରେ ଖଟ ବୁଲାଇବାରୁ ଏହା ଗୀତାଞ୍ଜଳି ଦୋରାଙ୍କ ଘରେ ଲାଗିଥିଲା । କଳା ଯାଦୁକୁ ବିଶ୍ବାସ କରି ସମସ୍ତ ଏହି ପରିବାରକୁ ଚୋର ଆଖ୍ୟା ଦେବା ସହ ଗୀତାଞ୍ଜଳିଙ୍କ ମାଆଙ୍କୁ ଘରୁ ଭିଡିନେଇ ନିସ୍ତୁକ ମାଡ ମାରି ଲହୁଲୁହାଣ କରିଦେଇଛନ୍ତି ।

ଗୀତାଞ୍ଜଳି ଏନେ ସୁନାଖଳା ଫାଣ୍ଡିରେ ଏତଲା ଦେବା ପରେ ପୋଲିସ ତଦନ୍ତ ଆରମ୍ଭ କରିଛି ।

ନୟାଗଡରୁ ଉତ୍ପଳ କୁମାର ସାହୁ, ଇଟିଭି ଭାରତ

ସ୍ଲଗ- ନୀଳଗିରିରେ ପଶିଲେ 35 ଝାଡ଼ଖଣ୍ଡି ହାତୀ।
ଫର୍ମାଟ- ଏଭିଓ
ରିପୋର୍ଟ- ଜୀବନ ଜ୍ୟୋତି ନାୟକ/ ବାଲେଶ୍ୱର
ତା- 12/06/2019
ଆଙ୍କର- ବାଲେଶ୍ଵର ଜିଲ୍ଲା ନୀଳଗିରି ଅଞ୍ଚଳକୁ ପଶିଛନ୍ତି 35 ଝାଡ଼ଖଣ୍ଡି ହାତୀ। ବସ୍ତି ଅଞ୍ଚଳକୁ ଯେଭଳି ନ ପଶନ୍ତି ସେଥିପାଇଁ ବନବିଭାଗ ଜଗିରହିଛି। କିଛିଦିନ ଧରି ଝଡାଖଣ୍ଡ ହାତୀପଲ ମୟୁରଭଞ୍ଜ ଜିଲ୍ଲାର ବେତନଟୀ ରେଞ୍ଜର ନଡ଼ପୁର ଜଙ୍ଗଲରେ ଘୁରି ବୁଲୁଥିଲେ। ଗତକାଲି ରାତିରେ ମୟୁରଭଞ୍ଜ ଜିଲ୍ଲା ଅତିକ୍ରମକରି ନିଳଗିରି ଅଞ୍ଚଳରେ ପ୍ରବେଶ କରିଥିବା ବନବିଭାଗ ସୂଚନା ଦେଇଛି। ହାତୀ ମାନଙ୍କ ପିଛାକରି ଥିଲା ବନବିଭାଗ। ହାତୀପଲ ଗୋପଲପୁର ଜଙ୍ଗଲରେ ପଶିଥିଲେ। ସେଠାରୁ  ଛାଡ଼ି ଏବେ ତିନି କୋଶିଆ ରେ ପଶିଥିବା ଜଣାପଡିଛି। ପାଣି ଓ ଖାଦ୍ୟ ପାଇଁ ବସ୍ତି ଅଞ୍ଚଳକୁ ପଶିବା ଅଧିକ ସମ୍ଭାବନା ଥିବାରୁ ଚିନ୍ତାରେ ପଡିଛି ବନବିଭାଗ।
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.