ETV Bharat / state

ନୟାଗଡ଼ରେ ବଢୁଛି ଲୁଟେରାଙ୍କ ପ୍ରାଦୁର୍ଭାବ: ସହରରେ କେବେ ଲାଗିବ ସିସିଟିଭି - ସହରରେ କେବେ ଲାଗିବ ସିସିଟିଭି

ନୟାଗଡ ସହରରେ ବୃଦ୍ଧି ପାଉଛି ଲୁଟେରାଙ୍କ ପ୍ରାଦୁର୍ଭାବ । କିଛି ଦିନ ମଧ୍ୟରେ ନୟାଗଡ ବଜାରରେ ଦୁଇ ଦୁଇ ଥର ୧୦ଟି ଲେଖାଁଏ ମୋବାଇଲ ଚୋରିକୁ ଦେଖିଲେ ଏହାହିଁ ସ୍ପଷ୍ଟ ଜଣାପଡୁଛି । ଅଧିକ ପଢନ୍ତୁ..

ନୟାଗଡ଼ରେ ବଢୁଛି ଲୁଟେରାଙ୍କ ପ୍ରାଦୁର୍ଭାବ: ସହରରେ କେବେ ଲାଗିବ ସିସିଟିଭି

author img

By

Published : Oct 21, 2021, 10:11 PM IST

ନୟାଗଡ: ନୟାଗଡ ସହରରେ ବୃଦ୍ଧି ପାଉଛି ଲୁଟେରାଙ୍କ ପ୍ରାଦୁର୍ଭାବ । କିଛି ଦିନ ମଧ୍ୟରେ ନୟାଗଡ ବଜାରରେ ଦୁଇ ଦୁଇ ଥର ୧୦ ଟି ଲେଖାଁଏ ମୋବାଇଲ ଚୋରିକୁ ଦେଖିଲେ ଏହାହିଁ ସ୍ପଷ୍ଟ ଜଣାପଡୁଛି । ଅନେକ ସମୟରେ ଲୁଟେରାମାନେ, ବ୍ୟାଙ୍କରୁ ବାହାରୁଥିବା ଲୋକଙ୍କ ଉପରେ ନଜର ରଖି ଟାର୍ଗେଟ କରୁଛନ୍ତି । ଉଭୟ ଘଟଣାକୁ ନେଇ ନୟାଗଡ ଟାଉନ ଥାନାରେ ଅଭିଯୋଗ ହେଉଥିଲେ ମଧ୍ୟ କୌଣସି ସୁଫଳ ମିଳୁନାହିଁ । ଏପଟେ ଲୁଟେରାଙ୍କ ଆତଙ୍କରାଜ ନୟାଗଡରେ ବଢ଼ି ଚାଲିଛି ।

ନୟାଗଡ଼ରେ ବଢୁଛି ଲୁଟେରାଙ୍କ ପ୍ରାଦୁର୍ଭାବ: ସହରରେ କେବେ ଲାଗିବ ସିସିଟିଭି

ତେବେ ଏହି ଘଟଣା ବର୍ତ୍ତମାନର ନୁହେଁ, ୨ ବର୍ଷ ପୂର୍ବରୁ ଏପରି ସମସ୍ୟା ଦେଖି ସେହି ସମୟରେ ସହରରେ ସିସିଟିଭି ଲଗାଇବା ପାଇଁ ଜିଲ୍ଲା ପୋଲିସ ପ୍ରଶାସନ ପକ୍ଷରୁ ଯୋଜନା ପ୍ରସ୍ତୁତ କରାଯାଇଥିଲା । ମାତ୍ର ଏଯାବତ ଏଦିଗରେ ପୋଲିସ ପଦକ୍ଷେପ ନେଇପାରି ନାହିଁ । ସହରରେ ପାର୍କିଂ ପାଇଁ ବ୍ୟବସ୍ଥା ନଥିବାରୁ ଲୋକମାନେ ଏଣେତେଣେ ପାର୍କିଂ କରିଦେଉଛନ୍ତି । ଫଳରେ ଏହା ଲୁଟେରାଙ୍କୁ ସୁହାଉଛି ଏବଂ ବାଇକ ଚୋରି ହେଉଛି । ପ୍ରାୟ ଏକ ବର୍ଷ ମଧ୍ୟରେ କୌଣସି ଲୁଟେରା ଗ୍ୟାଙ୍ଗ କିମ୍ଵା ଚୋରି ହୋଇଥିବା ବାଇକ ଉଦ୍ଧାର କରାଯାଇଥିବା ନଜିର ନାହିଁ । ସହରରେ କୌଣସି ଅପରାଧୀକ କାର୍ଯ୍ୟକଳାପ ଘଟିଲେ ବ୍ୟାଙ୍କ କିମ୍ଵା ବ୍ୟବସାୟିକ ଅନୁଷ୍ଠାନ ଦ୍ୱାରା ଲଗାଯାଇଥିବା ସିସିଟିଭି ଫୁଟେଜ ଉପରେ ନିର୍ଭର କରିବାକୁ ପଡୁଛି । ଯାହା ଅପରାଧି ଚିହ୍ନଟ କରି କାର୍ଯ୍ୟାନୁଷ୍ଠାନ ନେବା ସମ୍ଭବ ହେଉ ନାହିଁ । ତେଣୁ, ସହରରେ ସିସିଟିଭି ଲାଗିବାର ଯଥେଷ୍ଟ ଆବଶ୍ୟକତା ଥିବା ମତ ପ୍ରକାଶ ପାଇଛି । ଜିଲ୍ଲା ପ୍ରଶାସନ ଏଥିପ୍ରତି ଦୃଷ୍ଟି ଦେବାକୁ ଦାବି ହୋଇଛି ।

ନୟାଗଡ଼ରୁ ଜୟେନ୍ଦ୍ର ବେହେରା, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.