ETV Bharat / state

ରଣପୁରରେ ସାର ନ ମିଳିବାରୁ ରାସ୍ତାରୋକ କଲେ ଶତାଧିକ ଚାଷୀ - Hundreds of farmers blocked the road

ଚାଷୀଙ୍କୁ ମିଳୁନି ସାର କିନ୍ତୁ ଚାଲିଛି କଳାବଜାରୀ । ଏହାକୁ ନେଇ ନୟାଗଡ଼ ଜିଲ୍ଲା ରଣପୁରରେ ଚାଷୀ ରାସ୍ତାରୋକ କରିଛନ୍ତି l ଫଳରେ ରଣପୁର-ନୟାଗଡ଼ ଜଗନ୍ନାଥ ସଡ଼କରେ ଗାଡ଼ିମୋଟର ଯାତାୟାତ ବାଧାପ୍ରାପ୍ତ ହୋଇଥିଲା l ଅଧିକ ପଢନ୍ତୁ...

Hundreds of farmers blocked the road due to lack of fertilizer in Ranpur
ରଣପୁରରେ ସାର ନ ମିଳିବାରୁ ରାସ୍ତାରୋକ କଲେ ଶତାଧିକ ଚାଷୀ
author img

By

Published : Sep 25, 2020, 8:19 PM IST

ନୟାଗଡ଼: ଚାଷୀଙ୍କୁ ମିଳୁନି ସାର କିନ୍ତୁ ଚାଲିଛି କଳାବଜାରୀ । ଏହାକୁ ନେଇ ନୟାଗଡ଼ ଜିଲ୍ଲା ରଣପୁରରେ ଚାଷୀ ରାସ୍ତାରୋକ କରିଛନ୍ତି l ଫଳରେ ରଣପୁର-ନୟାଗଡ଼ ଜଗନ୍ନାଥ ସଡ଼କରେ ଗାଡ଼ିମୋଟର ଯାତାୟାତ ବାଧାପ୍ରାପ୍ତ ହୋଇଥିଲା l

ରଣପୁରରେ ସାର ନ ମିଳିବାରୁ ରାସ୍ତାରୋକ କଲେ ଶତାଧିକ ଚାଷୀ

ସକାଳ 10 ଘଟିକା ସମୟରେ ରଣପୁର ସାର ବିକ୍ରୟ କେନ୍ଦ୍ରରୁ ସାର ନେବା ପାଇଁ ଆସିଥିଲେ ଶହ ଶହ ଚାଷୀ l କିଏ ରାତି ଅଧରୁ ଲାଇନ କରି ଛିଡ଼ା ହୋଇଥିଲେ ତ ପୁଣି କିଏ ସକାଳୁ ଆସି ସାର ନେବା ପାଇଁ ଲାଇନରେ ଛିଡ଼ା ହୋଇଥିଲେ । କିନ୍ତୁ ସାର ମିଳିବା ତ ଦୂରର କଥା ସାର ବିକ୍ରୟ କେନ୍ଦ୍ରର ଗେଟ ଖୋଲି ନଥିଲା କି କର୍ମଚାରୀଙ୍କ ଦେଖା ମିଳିନଥିଲା l

ଫଳରେ ଚାଷୀଙ୍କ ମଧ୍ୟରେ ଉତ୍ତେଜନା ପ୍ରକାଶ ପାଇବା ସହ ଉତ୍ୟକ୍ତ ଚାଷୀମାନେ ରାସ୍ତାରୋକ କରିଥିଲେ l ସାରର କଳାବଜାରୀ ବନ୍ଦ କରିବା ଏବଂ ଚାଷୀଙ୍କୁ ସାର ପ୍ରଦାନ କରିବା ପାଇଁ ଜିଲ୍ଲାପାଳ ଏହି ଦିଗରେ ଦୃଷ୍ଟି ଦେବା ପାଇଁ ଦାବି କରିଥିଲେ l ପରେ ରଣପୁର ପୋଲିସ ଖବର ପାଇ ଘଟଣାସ୍ଥଳରେ ପହଞ୍ଚି, ଉତ୍ୟକ୍ତ ଚାଷୀଙ୍କୁ ବୁଝାସୁଝା କରିବା ପରେ ରାସ୍ତାରୋକ ହଟିଥିଲା l

ନୟାଗଡ଼ରୁ ଜୟେନ୍ଦ୍ର ବେହେରା, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.