ETV Bharat / state

ବାସହୀନ ଅସହାୟଙ୍କୁ ମିଳୁନି ପକ୍କାଘର, ଭଡ଼ା ଘରେ ବିତୁଛି ଜୀବନ

ବାସହୀନଙ୍କୁ ମିଳୁନି ପକ୍କାଘର l ଆବାସ ଯୋଜନା ପାଲଟିଛି ସାତ ସପନ l ଏଭଳି ଦୃଶ୍ୟ ନୟାଗଡ଼ ଜିଲ୍ଲା ରଣପୁର ବ୍ଲକ ଲୋଧାଚୁଆ ଗ୍ରାମପଞ୍ଚାୟତ ଅଡ଼ାଲ ଗ୍ରାମରେ ଦେଖିବାକୁ ମିଳିଛି l ପଢନ୍ତୁ ସମ୍ପୂର୍ଣ୍ଣ ଖବର...

ବାସହୀନ ଅସହାୟଙ୍କୁ ମିଳୁନି ପକ୍କାଘର, ଭଡ଼ା ଘରେ ବିତୁଛି ଜୀବନ
ବାସହୀନ ଅସହାୟଙ୍କୁ ମିଳୁନି ପକ୍କାଘର, ଭଡ଼ା ଘରେ ବିତୁଛି ଜୀବନ
author img

By

Published : Oct 11, 2020, 10:27 PM IST

ନୟାଗଡ଼: ବାସହୀନଙ୍କୁ ମିଳୁନି ପକ୍କାଘର l ଆବାସ ଯୋଜନା ପାଲଟିଛି ସାତ ସପନ l ବାରମ୍ବାର ଅଭିଯୋଗ କଲେ ସୁଦ୍ଧା କିଛି ବି ସୁଫଳ ମିଳୁନି l ଏଭଳି ଦୃଶ୍ୟ ନୟାଗଡ଼ ଜିଲ୍ଲା ରଣପୁର ବ୍ଲକ ଲୋଧାଚୁଆ ଗ୍ରାମପଞ୍ଚାୟତ ଅଡ଼ାଲ ଗ୍ରାମରେ ଦେଖିବାକୁ ମିଳିଛି l

ଅଡ଼ାଲ ଗ୍ରାମର ସହଦେବ ଲେଙ୍କା ଘର ଦେଢବର୍ଷ ହେଲା ଲଗାଣ ବର୍ଷାରେ ଭାଙ୍ଗିଯାଇଛି l ଏବେ ଭଡାଘରେ ବିତୁଛି ଜୀବନ l ଘର ଟିଏ ନଥିବାରୁ ନାହିଁ ନଥିବା ଅସୁବିଧା ଭୋଗୁଛନ୍ତି ପରିବାର ଲୋକେ l ସମସ୍ତ ଗରିବ ଲୋକଙ୍କୁ ଆବାସ ଯୋଜନାରେ ସାମିଲ୍ କରାଯିବ ବୋଲି କହୁଛନ୍ତି ସରକାର ମାତ୍ର ପ୍ରକୃତ ହିତାଧିକାରୀଙ୍କୁ ମିଳିପାରୁନି ପକ୍କାଘର l

ବାସହୀନ ଅସହାୟଙ୍କୁ ମିଳୁନି ପକ୍କାଘର, ଭଡ଼ା ଘରେ ବିତୁଛି ଜୀବନ

ଅନ୍ୟପକ୍ଷରେ ପୂର୍ବରୁ ତାଙ୍କର ନାମ ଆବାସ ଯୋଜନା ତାଲିକାରେ ନଥିଲା l ଚଳିତବର୍ଷ ତାଙ୍କ ନାମ ଏହି ତାଲିକାରେ ସଂଯୋଗ କରାଯାଇଛି l ନିର୍ଦ୍ଦେଶ ମିଳିଲେ ତାଙ୍କୁ ପକ୍କାଘର ପାଇଁ କାର୍ଯ୍ୟାଦେଶ ପ୍ରଦାନ କରାଯିବ ବୋଲି ପଞ୍ଚାୟତ ତରଫରୁ ସୂଚନା ମିଳିଛି l

ନୟାଗଡ଼ରୁ ଜୟେନ୍ଦ୍ର ବେହେରା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.