ETV Bharat / state

ନୟାଗଡ଼ ନାବାଳିକା ହତ୍ୟାକାଣ୍ଡ: ପଦାକୁ ଆସିଲା ଗୁରୁତ୍ବପୂର୍ଣ୍ଣ ତଥ୍ୟ ! - ପରୀ ହତ୍ୟାକାଣ୍ଡରେ ହାଇକୋର୍ଟ

ନୟାଗଡ଼ ନାବାଳିକା ହତ୍ୟାକାଣ୍ଡରେ ଆଉ ଏକ ତଥ୍ୟ ପଦାକୁ ଆସିଛି। ନାବାଳିକା ହତ୍ୟାକାଣ୍ଡରେ ଏସଆଇଟି ମନିଟରିଂ ପାଇଁ ହାଇକୋର୍ଟରେ ହୋଇଥିବା ଆବେଦନକୁ ଖାରଜ ହୋଇଥିଲା ଅଧିକ ପଢନ୍ତୁ...

high court rejectd the sit monitoring plea in pari murder case
ନୟାଗଡ଼ ନାବାଳିକା ହତ୍ୟାକାଣ୍ଡ: ଏସଆଇଟିର ମନିଟରିଂ ପାଇଁ ଖାରଜ ହୋଇଥିଲା ଆବେଦନ
author img

By

Published : Jan 17, 2021, 3:59 PM IST

Updated : Jan 17, 2021, 4:18 PM IST

ବଲାଙ୍ଗୀର: ଦିନକୁ ଦିନ ପରୀ ହତ୍ୟାାକାଣ୍ଡରେ ନୂଆ ନୂଆ ତଥ୍ୟ ସାମ୍ନାକୁ ଆସିବାରେ ଲାଗିଛି। ପରୀ ଘଟଣାରେ ଏସଆଇଟି ତଦନ୍ତକୁ ନେଇ ଆଉ ଏକ ଗୁରୁତ୍ବପୂର୍ଣ୍ଣ ତଥ୍ୟ ପଦାକୁ ଆସିଛି। ବହୁଚର୍ଚ୍ଚିତ ନୟାଗଡ଼ ନାବାଳିକା ହତ୍ୟାକାଣ୍ଡରେ ଏସଆଇଟି ମନିଟରିଂ ପାଇଁ ହାଇକୋର୍ଟରେ ଆବେଦନ କରିଥିଲେ। ତେବେ ଏହି ଆବେଦନକୁ ଅଗ୍ରାହ୍ୟ କରି ଦେଇଥିଲେ ହାଇକୋର୍ଟ।

ନୟାଗଡ଼ ନାବାଳିକା ହତ୍ୟାକାଣ୍ଡ: ପଦାକୁ ଆସିଲା ଗୁରୁତ୍ବପୂର୍ଣ୍ଣ ତଥ୍ୟ !

ବଲାଙ୍ଗୀର ସୂଚନା ଅଧିକାର କର୍ମୀ ହେମନ୍ତ କୁମାର ପଣ୍ଡା ଆରଟିଆଇ(RTI) ତଥ୍ୟ ଅନୁଯାୟୀ ହାଇକୋର୍ଟ ସିଟିଂ ଜଜଙ୍କ ଦ୍ବାରା ଏସଆଇଟି ମନିଟରିଂ କୌଣସି ଚିଠି ହସ୍ତଗତ ହୋଇନାହିଁ। ଗତ ଜାନୁଆରୀ 6 ତାରିଖରେ ଏହି ତଥ୍ୟ ହସ୍ତଗତ ହୋଇଥିଲା। ତେବେ ଏହାକୁ ନେଇ ଅଧିକ ସୂଚନା ଦେଇଛନ୍ତି ହାଇକୋର୍ଟର ଜଣେ ସୂଚନା ଅଧିକାରୀ।

ଆରଟିଆଇ ତଥ୍ୟ ଅନୁଯାୟୀ ନାବାଳିକା ହତ୍ୟାକାଣ୍ଡରେ ଏସଆଇଟି ମନିଟରିଂ ପାଇଁ ନଭେମ୍ଭର 28 ତାରିଖରେ ହାଇକୋର୍ଟ ନିକଟରେ ଆବେଦନ କରିଥିଲେ ରାଜ୍ୟ ସରକାର। ତେବେ ଏହାର 3ଦିନ ପରେ ଅର୍ଥାତ ଡିସେମ୍ବର 1 ତାରିଖରେ ଏହି ଆବେଦନକୁ ଅଗ୍ରାହ୍ୟ କରିଥିଲେ ହାଇକୋର୍ଟର ସିଟିଂ ଜଜ୍। ଖାଲି ସେତେକି ନୁହେଁ ଏହାକୁ ନେଇ ହାଇକୋର୍ଟଙ୍କ ପକ୍ଷରୁ ରାଜ୍ୟ ସରକାରଙ୍କୁ ଅବଗତ ମଧ୍ୟ କରାଯାଇଥିଲା।

ଇତି ମଧ୍ୟରେ 3 ମାସ ବିତିବାକୁ ବସିଛି। ତେବେ ଏହି ତଥ୍ୟକୁ ରାଜ୍ୟ ସରକାର କାହିଁକି ସାର୍ବଜନୀନ କରିନାହାନ୍ତି ବୋଲି ପ୍ରଶ୍ନ କିରଛନ୍ତି ସୂଚନା ଅଧିକାରୀ କର୍ମୀ ହେମନ୍ତ କୁମାର ପଣ୍ଡା। କୋର୍ଟ ଏହି ଆବେଦନ ଖାରଜ କରିବା ପରେ ଉଚ୍ଚସ୍ତରୀୟ ତଦନ୍ତ ପାଇଁ ରାଜ୍ୟ ସରକାର ସୁପାରିଶ କରି ପାରିଥାନ୍ତେ। ତେବେ ରାଜ୍ୟ ସରକାର ତାହା କରିନାହାନ୍ତି ବୋଲି ଅଭିଯୋଗ ହୋଇଛି।

ସୂଚନା ଅଧିକାରୀ କର୍ମୀ ହେମନ୍ତ କୁମାର ପଣ୍ଡାଙ୍କ ପୂର୍ବ ଆବେଦନକୁ ନେଇ ଏହି ତଥ୍ୟ ହାସଲ ହୋଇଛି। ପୂର୍ବରୁ ଦିଆଯାଇଥିବା ତଥ୍ୟ ଅସମ୍ପୂର୍ଣ୍ଣ ଥିବାରୁ ଏହି ତଥ୍ୟ ଦିଆଯାଇଥିବା ସୂଚନା ମିଳିଛି।

ବଲାଙ୍ଗୀରରୁ ଶେଖ ମହମ୍ମଦ ୱାହିଦ, ଇଟିଭି ଭାରତ

Last Updated : Jan 17, 2021, 4:18 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.