ETV Bharat / state

ଜନଗହଳି ବଜାରରେ ଭାରୀ ଯାନ ଚଳାଚଳ: ଘଣ୍ଟା ଘଣ୍ଟା ଧରି ଲୋକେ ଭୋଗୁଛନ୍ତି ଟ୍ରାଫିକ ସମସ୍ୟା - Business center

ଦିନକୁ ବଢିବାରେ ଲାଗିଛି ଟ୍ରାଫିକ୍ ସମସ୍ୟା । ଆଉ ଲୋକେ ଯାତାୟତରେ ନାନାଦି ହଇରାଣ ହରକତ ହେଉଥିବା ଚିତ୍ର ସାମ୍ନାକୁ ଆସିଛି । କୋଟଗଡ଼ ନରେନ୍ଦ୍ରପୁର ରାସ୍ତାରେ ପୁନଃ ଭାରୀଯାନ ଚଳାଚଳ ହେଲେ ରାଜସୁନାଖଳା ବଜାର ଟ୍ରାଫିକ ମୁକ୍ତ ହେବା ନେଇ ପ୍ରଶାସନର ଦୃଷ୍ଟି ଆକର୍ଷଣ । ଅଧିକ ପଢନ୍ତୁ...

ଜନଗହଳି ବଜାରରେ ଭାରୀ ଯାନ ଚଳାଚଳ: ଘଣ୍ଟା ଘଣ୍ଟା ଧରି ଲୋକେ ଭୋଗୁଛନ୍ତି ଟ୍ରାଫିକ ସମସ୍ୟା

author img

By

Published : Jun 14, 2021, 5:25 PM IST

ନୟାଗଡ଼: ରାଜସୁନାଖଳାସ୍ଥିତ ବଜାରରେ ଦିନକୁ ଦିନ ବଢିବାରେ ଲାଗିଛି ଟ୍ରାଫିକ ସମସ୍ୟା l ବିଭିନ୍ନ ହଇରାଣ ହରକତ ହେଉଛନ୍ତି ଲୋକେ । ରାଜସୁନାଖଳା ଏକ ବୃହତ ବ୍ୟବସାୟୀକ ପେଣ୍ଠସ୍ଥଳୀ ଭାବେ ଜଣାଶୁଣା l ପ୍ରତିଦିନ ଏଠାକୁ ହଜାର ହଜାର ଲୋକେ ଆସିଥାନ୍ତି l ଅଣ ଓସାରିଆ ରାସ୍ତା ଥିବା କାରଣରୁ ରାଜସୁନାଖଳା ବଜାର ଦେଇ ଭାରୀଯାନ ଯିବାକୁ ପ୍ରଶାସନ ବାରଣ କରିବାରୁ, କୋଟଗଡ଼ ନରେନ୍ଦ୍ରପୁର ରାସ୍ତା ଦେଇ ଯା' ଆସ କରୁଛି ସମସ୍ତ ଭାରୀ ଯାନ l

ଜନଗହଳି ବଜାରରେ ଭାରୀ ଯାନ ଚଳାଚଳ: ଘଣ୍ଟା ଘଣ୍ଟା ଧରି ଲୋକେ ଭୋଗୁଛନ୍ତି ଟ୍ରାଫିକ ସମସ୍ୟା

ମାତ୍ର ରାସ୍ତା ଖରାପ ହେଉଥିବା ଅଭିଯୋଗ କରି ଭାରୀଯାନ ଯାତାୟାତକୁ ସ୍ଥାନୀୟ ଗ୍ରାମବାସୀ ବାରଣ କରିବାରୁ ସମସ୍ୟା ଦେଖାଦେଇଛି l ସମସ୍ତ ହାଇୱା ଗାଡ଼ି ବାଧ୍ୟ ହୋଇ ରାଜସୁନାଖଳା ବଜାର ଦେଇଯିବାରୁ ଟ୍ରାଫିକ ସମସ୍ୟା ଉପୁଜୁଛି l ପ୍ରତିଦିନ ଘଣ୍ଟା ଘଣ୍ଟା ଧରି ଗାଡ଼ିମୋଟର ଜାମ ହେଉଛି l ଫଳରେ ଲୋକେ ନାହିଁ ନଥିବା ହଇରାଣ ହେଉଛନ୍ତି l ଆମ୍ବୁଲାନ୍ସ ଭଳି ଜରୁରୀ କାଳୀନ ଗାଡ଼ି ସଠିକ ସମୟରେ ନିଜ ଗନ୍ତବ୍ୟ ସ୍ଥଳରେ ପହଞ୍ଚି ପାରୁନି l

କୋଟଗଡ଼ ନରେନ୍ଦ୍ରପୁର ରାସ୍ତାରେ ପୁନଃ ଭାରୀ ଚଳାଚଳ ହେଲେ ରାଜସୁନାଖଳା ବଜାର ଟ୍ରାଫିକ ମୁକ୍ତ ହୋଇପାରନ୍ତା । ଏ ଦିଗରେ ପ୍ରଶାସନ ଦୃଷ୍ଟି ଦେବାକୁ ସାଧରଣରେ ଦାବି କରିଛନ୍ତି ଲୋକେ l

ନୟାଗଡ଼ରୁ ଜୟେନ୍ଦ୍ର ବେହେରା, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.