ETV Bharat / state

ରାଜପଥରେ ମାତିଛନ୍ତି ଲୁଟେରା, ମହିଳାଙ୍କ ଠାରୁ ଝାମ୍ପି ନେଲ ସୁନା ଚେନ ଓ ଟଙ୍କା

ଜାତୀୟ ରାଜପଥରେ ମାତିଛନ୍ତି ଲୁଟେରା l ଦିନ ଦ୍ବିପହରେ ମହିଳାଙ୍କ ଠାରୁ ସୁନା ଚେନ ଝାମ୍ପି ନେବା ସହ ନଗଦ ୬ ହଜାର ଟଙ୍କା ଲୁଟି ନେଲେ ଲୁଟେରା l ନୟାଗଡ଼ ଜିଲ୍ଲା ଚାନ୍ଦପୁର ଥାନା ଅଞ୍ଚଳରେ ଘଟିଛି ଘଟଣା l ଅଧିକ ପଢନ୍ତୁ...

one gold chain and some money loot from a women in nayagarh
ରାଜପଥରେ ମାତିଛନ୍ତି ଲୁଟେରା, ମହିଳାଙ୍କ ଠାରୁ ଝାମ୍ପି ନେଲ ସୁନା ଚେନ ଓ ଟଙ୍କା
author img

By

Published : Dec 20, 2020, 7:57 AM IST

ନୟାଗଡ଼: ଜାତୀୟ ରାଜପଥରେ ମାତିଛନ୍ତି ଲୁଟେରା l ଦିନ ଦ୍ବିପହରେ ମହିଳାଙ୍କ ଠାରୁ ସୁନା ଚେନ ଝାମ୍ପି ନେବା ସହ ନଗଦ ୬ ହଜାର ଟଙ୍କା ଲୁଟି ନେଲେ ଲୁଟେରା l ଏଭଳି ଘଟଣା ଘଟିଛି ନୟାଗଡ଼ ଜିଲ୍ଲା ଚାନ୍ଦପୁର ଥାନା ଅଞ୍ଚଳରେ l ୧୬ ନମ୍ବର ଜାତୀୟ ରାଜପଥ ମା ଉଗ୍ରତାରା ଓ ରୟାଲ କଟେଜ ମଝିରେ ଲୁଟେରା ଭିଆଇଛନ୍ତି ଏଭଳି କାଣ୍ଡ l ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

ରାଜପଥରେ ମାତିଛନ୍ତି ଲୁଟେରା, ମହିଳାଙ୍କ ଠାରୁ ଝାମ୍ପି ନେଲ ସୁନା ଚେନ ଓ ଟଙ୍କା

ସୂଚନା ଅନୁସାରେ,ସ୍ବାମୀ ଓ ସ୍ତ୍ରୀ ଏକ ସ୍କୁଟି ଯୋଗେ ଟାଙ୍ଗୀ ତହସିଲ କାର୍ଯ୍ୟାଳୟ ଯାଉଥିଲେ । ହେଲେ ଏକ କଳା ପଲସରରେ ଦୁଇ ଜଣ ମୁଖା ପିନ୍ଧା ବ୍ୟକ୍ତି ଆସି ଆସି ମହିଳାଙ୍କ ଠାରୁ ସୁନା ଚେନ ଓ ଟଙ୍କା ଲୁଟିନେଇଥିଲେ l ମହିଳା ଜଣଙ୍କ ତଳେ ପଡି କ୍ଷତ ବିକ୍ଷତ ହୋଇଯାଇଥିଲେ l ସେଠାରେ ଯାଉଥିବା କିଛି ବ୍ୟକ୍ତି ମହିଳା ଜଣଙ୍କ ପଡିଥିବାର ଦେଖି ତାଙ୍କୁ ଚାନ୍ଦପୁର ମେଡିକାଲରେ ଭର୍ତ୍ତି କରିଥିଲେ l ତେବେ ରାଜପଥରେ ଏହି ଘଟଣା ବାରମ୍ବାର ଘଟୁଥିବା ବେଳେ ପ୍ରଶାସନ ଏଦିଗରେ ରେ ଦୃଷ୍ଟି ଦେବାକୁ ଦାବି ହୋଇଛି l

ନୟାଗଡ଼ରୁ ଜୟେନ୍ଦ୍ର ବେହେରା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.