ETV Bharat / state

ରୋଷେଇବେଳେ ଫାଟିଲା ଗ୍ୟାସ ସିଲିଣ୍ଡର: ସ୍ତ୍ରୀ ମୃତ, ସ୍ବାମୀ ଗୁରୁତର

ନୟାଗଡ ଖଣ୍ଡପଡା ଥାନା ରାଣୀପଡ଼ା ପଞ୍ଚାୟତ ବିରିଡିହି ଗାଁରେ ଅଘଟଣ । ରୋଷେଇ ବେଳେ ଗ୍ୟାସ ସିଲିଣ୍ଡର ଫାଟି ସ୍ତ୍ରୀ ମୃତ । ସ୍ବାମୀ ଗୁରୁତର। ଅଧିକ ପଢନ୍ତୁ...

gas
ରୋଷେଇବେଳେ ଫାଟିଲା ଗ୍ୟାସ ସିଲିଣ୍ଡର: ସ୍ତ୍ରୀ ମୃତ, ସ୍ବାମୀ ଗୁରୁତର
author img

By

Published : Aug 31, 2021, 8:13 PM IST

Updated : Aug 31, 2021, 9:03 PM IST

ନୟାଗଡ: ରୋଷେଇ କଲାବେଳେ ଫାଟିଲା ରନ୍ଧନ ଗ୍ୟାସ ଟାଙ୍କି l ଘଟଣାସ୍ଥଳରେ ସ୍ତ୍ରୀଙ୍କ ମୃତ୍ୟୁ ହୋଇଥିବାବେଳେ ସ୍ବାମୀ ଗୁରୁତର ହୋଇ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି । ଏପରି ଅଭାବନୀୟ ଅଘଟଣ ଘଟିଛି ନୟାଗଡ ଜିଲ୍ଲା ଖଣ୍ଡପଡା ଥାନା ରାଣୀପଡ଼ା ପଞ୍ଚାୟତ ବିରିଡିହି ଗାଁରେ।

ରୋଷେଇବେଳେ ଫାଟିଲା ଗ୍ୟାସ ସିଲିଣ୍ଡର: ସ୍ତ୍ରୀ ମୃତ, ସ୍ବାମୀ ଗୁରୁତର

ମିଳିଥିବା ସୂଚନା ଅନୁସାରେ, ବିରିଡିହି ଗାଁର 22ବର୍ଷୀୟା ହରପ୍ରିୟା ଜେନା ନିଜ ରୋଷେଇ ଘରେ ରୋଷେଇ କରୁଥିବାବେଳେ ଅଚାନକ ଗ୍ୟାସ ସିଲିଣ୍ଡରରେ ବିସ୍ଫୋରଣ ହୋଇଥିଲା । ଫଳରେ ଘଟଣାସ୍ଥଳରେ ଜୀବନ୍ତ ଦଗ୍ଧ ହୋଇ ହରପ୍ରିୟାଙ୍କ ମୃତ୍ୟୁ ହୋଇଥିବାବେଳେ ଉଦ୍ଧାର କରିବାକୁ ଉଦ୍ୟମ କରି ସ୍ବାମୀ ସିଲୁ ଜେନା ଗୁରୁତର ହୋଇଛନ୍ତି l ସିଲୁଙ୍କୁ ଚିକିତ୍ସା ପାଇଁ ପ୍ରଥମେ ଖଣ୍ଡପଡା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଏବଂ ପରେ ନୟାଗଡ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି l ଖବର ପାଇ ଘଟଣାସ୍ଥଳରେ ଖଣ୍ଡପଡା ଅଗ୍ନିଶମ ବାହିନୀ ଏବଂ ପୋଲିସ ପହଞ୍ଚିଛି । ଦୁର୍ଘଟଣାରେ ଘରଟି ସମ୍ପୂର୍ଣ୍ଣ ଭାବେ ଜଳି ଯାଇଥିବା ଦେଖିବାକୁ ମିଳିଛି । ଦୁର୍ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି ।

ନୟାଗଡ଼ରୁ ଜୟେନ୍ଦ୍ର ବେହେରା, ଇଟିଭି ଭାରତ

Last Updated : Aug 31, 2021, 9:03 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.