ନୟାଗଡ଼: ସେବା ଏକ୍ସପ୍ରେସ ମାଧ୍ୟମରେ ନୟାଗଡ଼କୁ ଭୁବନେଶ୍ବର ସହ ସିଧାସଳଖ ଟ୍ରେନ ଯିବା ଆସିବା କରିବ । ଏହାଦ୍ବାରା ନୟାଗଡ଼ର ବିକାଶ ରେ ଅଭିବୃଦ୍ଧି ଘଟିବା ସହ ଜିଲ୍ଲାବାସୀଙ୍କ ଦୀର୍ଘଦିନର ସ୍ବପ୍ନ ମଧ୍ୟ ପୂରଣ ହୋଇଛି ।
ତାରିଖ- 19.06.2017। ନୟାଗଡ଼ ସଦର ମହକୁମାକୁ ପ୍ରଥମ ଥର ପାଇଁ ଟ୍ରେନ ଆସିଲା । ଯାହା ଦିନେ ଜିଲ୍ଲାବାସୀଙ୍କ ପାଇଁ ସ୍ବପ୍ନ ଥିଲା। ପୁରୀ ସହ ନୟାଗଡ଼କୁ ଦିନକୁ ଦୁଇଥର ଟ୍ରେନ ଯିବା ଆସିବା କରୁଥିଲା। କିନ୍ତୁ ବିଭିନ୍ନ ଅନୁଷ୍ଠାନ ତରଫରୁ ଦାବି ଥିଲା ଯେ, ଭୁବନେଶ୍ବର ସହ ନୟାଗଡ଼କୁ ଟ୍ରେନ ସଂଯୋଗ ହେଉ ।
ତେବେ ଭାରତ ସରକାରଙ୍କ ସେବା ଏକ୍ସପ୍ରେସ ମାଧ୍ୟମରେ ଭାରତ ବର୍ଷରେ 10 ଗୋଟି ସ୍ଥାନରେ ଟ୍ରେନ ଚଳାଚଳ ହୋଇଥିବା ବେଳେ, ଓଡିଶାରେ ଭୁବନେଶ୍ବରରୁ ନୟାଗଡ଼କୁ ଟ୍ରେନ ସେବା ଆରମ୍ଭ ହୋଇଛି ।
ପ୍ରତିଦିନ ସକାଳ 6,30 ରୁ ନୟାଗଡ଼ରୁ ଟ୍ରେନ ବାହାରିବ ଓ ସନ୍ଧ୍ୟା 6,30 ରୁ ଭୁବନେଶ୍ବରରୁ ଟ୍ରେନ ବାହାରି ନୟାଗଡ଼କୁ ଯିବ । ଏହାଦ୍ବାରା ସବୁ କ୍ଷେତ୍ରରେ ନୟାଗଡ଼ର ବିକାଶର ଚିହ୍ନ ଜଣାପଡିବ। ଶିକ୍ଷା, ସ୍ବାସ୍ଥ୍ୟ, ବାଣିଜ୍ୟ ଓ ଗମନାଗମନ କ୍ଷେତ୍ରରେ ଆହୁରି ବିକାଶ ହୋଇପାରିବ ନୟାଗଡ଼ ଜିଲ୍ଲାରେ । ଶିକ୍ଷା କ୍ଷେତ୍ରରେ ଓଡିଶାରେ ନୟାଗଡ଼ ବହୁ ଆଗରେ ଥିବା ବେଳେ, ଓଡିଶାର ପ୍ରାୟ ବହୁ ଜିଲ୍ଲାର ଛାତ୍ରଛାତ୍ରୀ ମାନେ ଆସି ନୟାଗଡ଼ରେ ରହି ପାଠ ପଢିଥାନ୍ତି। ମୁଖ୍ୟତଃ ସେମାନଙ୍କର ଯିବା ଆସିବାରେ ବହୁ ଅସୁବିଧା ହେଉଥିଲା ।
ତେବେ ଆଜି ସେବା ଏକ୍ସପ୍ରେସ ଆରମ୍ଭ ହୋଇଛି। ଭୁବନେଶ୍ବରରୁ ଟ୍ରେନ ବାହାରି ସନ୍ଧ୍ୟା 5 ଟା 6 ସମୟରେ ନୟାଗଡ଼ରେ ପହଞ୍ଚିଥିଲା। ନୟାଗଡ଼ରେ ଟ୍ରେନ ପହଞ୍ଚିବା ପରେ ଜିଲ୍ଲାବାସୀଙ୍କ ମନରେ ଖୁସିର ଲହରୀ ଖେଳି ଯାଇଛି । ବିଭିନ୍ନ ସଂଗଠନ ପକ୍ଷରୁ ଟ୍ରେନକୁ ସ୍ବାଗତ କରାଯାଇଛି ।
ତେବେ ଦାବି ରଖାଯାଇଛି ଯେ, ନୟାଗଡ଼ରେ ଏକ ଟିକେଟ ବୁକିଂ ସେଣ୍ଟର ଖୋଲାଗଲେ ଲୋକେ ସୁବିଧାରେ ଟିକେଟ କାଟି ଭାରତ ବର୍ଷର ବିଭିନ୍ନ ସହରକୁ ଯିବାରେ ସୁବିଧା ପାଇପାରିବେ । ତା ସହ ଖୋର୍ଦ୍ଧା-ବଲାଙ୍ଗୀର ରେଳପଥକୁ ଶୀଘ୍ର ସଂଯୋଗୀକରଣ କରାଗଲେ ଓଡିଶାର ବିକାଶ ଆହୁରି ଅଧିକ ହୋଇପାରିବ ବୋଲି ସାଧାରଣରେ ଦାବି ହୋଇଛି।
ନୟାଗଡରୁ ଉତ୍ପଳ ସାହୁ, ଇଟିଭି ଭାରତ