ETV Bharat / state

ଜଳୁଛି ନୟାଗଡ଼ ଜଙ୍ଗଲ, ନିଆଁ ଆୟତ୍ତ ପାଇଁ ସଚେତନତା କାର୍ଯ୍ୟକ୍ରମ

ନୟାଗଡ଼ ଜିଲ୍ଲା ଛାମୁଣ୍ଡିଆ ମହାନଦୀ ବନ୍ୟପ୍ରାଣୀ ଅଧୀନରେ ଥିବା ବିଭିନ୍ନ ଜଙ୍ଗଲରେ ନିଆଁ ଏବେ ଏତେ ମାତ୍ରାରେ ବୃଦ୍ଧି ପାଇଛି ଯାହାକି, ବନ ବିଭାଗର ମୁଣ୍ଡବ୍ୟଥାର କାରଣ ପାଲଟିଛି । ଜଙ୍ଗଲକୁ ନିଆଁ ଦାଉରୁ ସୁରକ୍ଷା ଦେବା ପାଇଁ ପ୍ରତି ଗ୍ରାମରେ ଗଠନ କରାଯାଇଥିବା କମିଟିର ସଭ୍ୟ ମାନଙ୍କୁ ନେଇ ଏକ ସମ୍ମିଳନୀ ଛାମୁଣ୍ଡିଆ ଠାରେ ଅନୁଷ୍ଠିତ ହୋଇଯାଇଛି । ଅଧିକ ପଢନ୍ତୁ...

ଜଳୁଛି ନୟାଗଡ଼ ଜଙ୍ଗଲ, ନିଆଁକୁ ଆୟତ୍ତ ପାଇଁ ସଚେତନତା କାର୍ଯ୍ୟକ୍ରମ

author img

By

Published : Mar 14, 2021, 7:17 PM IST

ନୟାଗଡ଼ : ନୟାଗଡ଼ ଜିଲ୍ଲା ଛାମୁଣ୍ଡିଆ ମହାନଦୀ ବନ୍ୟପ୍ରାଣୀ ଅଧୀନରେ ଥିବା ବିଭିନ୍ନ ଜଙ୍ଗଲରେ ନିଆଁ ଏବେ ଏତେ ମାତ୍ରାରେ ବୃଦ୍ଧି ପାଇଛି ଯାହାକି, ବନ ବିଭାଗର ମୁଣ୍ଡବ୍ୟଥାର କାରଣ ପାଲଟିଛି । ଶହ ଶହ ଏକର ଘଞ୍ଚ ଜଙ୍ଗଲ ଜଳି ପାଉଁଶ ହୋଇ ଯାଉଥିବା ବେଳେ ବନ୍ୟଜନ୍ତୁଙ୍କ ବାସ ସ୍ଥାନ ଧ୍ବଂସ ହୋଇ ଚାଲିଛି । ଔଷଧୀୟ ବୃକ୍ଷ ନଷ୍ଟ ହେବାସହ ଶ୍ରୀହୀନ ହେବାକୁ ବସିଲାଣି ମହାନଦୀ ବନ୍ୟପ୍ରାଣୀ ଛାମୁଣ୍ଡିଆ ଅଧୀନରେ ଥିବା ଜଙ୍ଗଲ ।

ଜଳୁଛି ନୟାଗଡ଼ ଜଙ୍ଗଲ, ନିଆଁକୁ ଆୟତ୍ତ ପାଇଁ ସଚେତନତା କାର୍ଯ୍ୟକ୍ରମ

ଜଙ୍ଗଲ ପୋଡିଗଲା ପରେ ମହାନଦୀ ବନ୍ୟପ୍ରାଣୀ ବନଖଣ୍ଡ ନୟାଗଡ଼ ତରଫରୁ ଗଣିଆ ବ୍ଲକ ଛାମୁଣ୍ଡିଆ ବନ୍ୟ ପ୍ରାଣୀ ବନାଞ୍ଚଳ ଆନୁକୂଲ୍ୟରେ ଜଙ୍ଗଲକୁ ନିଆଁ ଦାଉରୁ ସୁରକ୍ଷା ଦେବା ପାଇଁ ପ୍ରତି ଗ୍ରାମରେ ଗଠନ କରାଯାଇଥିବା କମିଟିର ସଭ୍ୟ ମାନଙ୍କୁ ନେଇ ଏକ ସମ୍ମିଳନୀ ଛାମୁଣ୍ଡିଆ ଠାରେ ଅନୁଷ୍ଠିତ ହୋଇଯାଇଛି । ଏହି ସଭାରେ ମହାନଦୀ ବନ୍ୟପ୍ରାଣୀ ବନଖଣ୍ଡ ଅଧିକାରୀ(DFO) ହର୍ଷବର୍ଦ୍ଧନ ଉଦଗାତା ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ ।

ଏଥିରେ ଛାମୁଣ୍ଡିଆ ବନାଞ୍ଚଳ ଅଧିକାରୀ ଦୟାନିଧି ସେଠୀ ଓ ସମସ୍ତ ବନପାଳ, ବନରକ୍ଷୀ ଓ ବନ କର୍ମଚାରୀ ଯୋଗ ଦେଇଥିଲେ । ଛାମୁଣ୍ଡିଆ ବନ୍ୟପ୍ରାଣୀ ବନାଞ୍ଚଳର ସମସ୍ତ ଅଞ୍ଚଳରେ ବିଗତ 4 ରୁ 5 ବର୍ଷ ହେବ ଜଙ୍ଗଲରେ ନିଆଁ ଲାଗି ନଥିବା ବେଳେ ଚଳିତ ବର୍ଷ ଜଙ୍ଗଲରେ ଲାଗୁଥିବା ନିଆଁ ସମସ୍ତଙ୍କ ଚିନ୍ତା ବଢାଇ ଦେଇଛି । ଲୋକେ ସଚେତନ ହେଲେ ନିଆଁକୁ ଆୟତ୍ତ କରିହେବ, ସେଥିପାଇଁ ଏହି ସଭା ଆୟୋଜନ କରାଯାଇଥିଲା ।

ନୟାଗଡ଼ରୁ ଜୟେନ୍ଦ୍ର ବେହେରା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.