ETV Bharat / state

ନୟାଗଡରେ ସରିଲା ପ୍ରଥମ ପର୍ଯ୍ୟାୟ ସମବାୟ ସମିତି ମତଦାନ

author img

By

Published : Jun 20, 2022, 1:14 PM IST

ନୟାଗଡରେ ଶାନ୍ତି ଶୃଙ୍ଖଳା ସହ ଶେଷ ହୋଇଛି ସମବାୟ ସମିତି ମତଦାନ। ମୋଟ 155ଟି ସେବା ସମବାୟ ସମିତି ମଧ୍ୟରୁ ପ୍ରଥମ ପର୍ଯ୍ୟାୟରେ 40ଟି ସେବା ସମବାୟ ସମିତି ପାଇଁ ଭୋଟ ଗ୍ରହଣ ଅନୁଷ୍ଠିତ ହୋଇଥିଲା l ଅଧିକ ପଢନ୍ତୁ

ନୟାଗଡରେ ସରିଲା ପ୍ରଥମ ପର୍ଯ୍ୟାୟ ସମବାୟ ସମିତି ମତଦାନ
ନୟାଗଡରେ ସରିଲା ପ୍ରଥମ ପର୍ଯ୍ୟାୟ ସମବାୟ ସମିତି ମତଦାନ

ନୟାଗଡ: ଜିଲ୍ଲାରେ ଶାନ୍ତି ଶୃଙ୍ଖଳା ସହ ଶେଷ ହୋଇଛି ସମବାୟ ସମିତି ପ୍ରଥମ ପର୍ଯ୍ୟାୟ ଭୋଟ ଗ୍ରହଣ । ରବିବାର ମୋଟ 155ଟି ସେବା ସମବାୟ ସମିତି ମଧ୍ୟରୁ ପ୍ରଥମ ପର୍ଯ୍ୟାୟରେ 40ଟି ସେବା ସମବାୟ ସମିତି ପାଇଁ ଭୋଟ ଗ୍ରହଣ ଅନୁଷ୍ଠିତ ହୋଇଥିଲା l ଏଥିପାଇଁ ଜିଲ୍ଲାର ଆଠଟି ବ୍ଲକରେ 41ଟି ମତଦାନ କେନ୍ଦ୍ର କରାଯାଇଥିଲା l ସକାଳ 7 ଟାରୁ ଅପରାହ୍ନ ପର୍ଯ୍ୟନ୍ତ ଭୋଟ ଗ୍ରହଣ ଆରମ୍ଭ ହୋଇଥିବା ବେଳେ ପ୍ରତି କେନ୍ଦ୍ରରେ ଜଣେ ନିର୍ବାଚନ ଅଧିକାରୀ, ଜଣେ ପ୍ରିଜାଇଡିଂ ଅଫିସର 2 ଜଣ ପୋଲିଂ ଅଫିସର ଏବଂ ଜଣେ ସୁରକ୍ଷାକର୍ମୀଙ୍କୁ ନିୟୋଜିତ କରାଯାଇଥିଲା l

ଭାପୁର ବ୍ଲକ ନିମାଣି ପଞ୍ଚାୟତ ସେବା ସମବାୟ ସମିତିର 15ଟି ୱାର୍ଡ ମଧ୍ୟରୁ 3ଟି ୱାର୍ଡର ସଭ୍ୟ ପଦବୀ ଅପ୍ରତିଦ୍ବନ୍ଦି ହୋଇଥିବା ବେଳେ 12ଟି ୱାର୍ଡର ସଭ୍ୟ ପଦ ପାଇଁ କଡା ଟକ୍କର ହୋଇଥିଲା l ଏଥିପାଇଁ 335 ଜଣ ଭୋଟର ମତଦାନ ପାଇଁ ରହିଥିବା ବେଳେ ସେଥିମଧ୍ୟରୁ 218 ଜଣ ଭୋଟର ମତଦାନ କରିଥିବା ନିମାଣି ଭୋଟ କେନ୍ଦ୍ରର ପୋଲିଂ ଅଫିସର କହିଛନ୍ତି l ସେପଟେ ସେବା ସମବାୟ ସମିତିର ସଭ୍ୟ ପଦବୀ ପାଇଁ ନିର୍ବାଚନରେ ମତଦାନ କରି ଖୁସି ହୋଇଥିବା କହିଛନ୍ତି ଭୋଟର। ତେବେ 2ୟ ପର୍ଯ୍ୟାୟରେ 34 ଟି ସୋସାଇଟି ପାଇଁ ଆସନ୍ତା 26 ତାରିଖ ରବିବାର ଦିନ ମତଦାନ ଅନୁଷ୍ଠିତ ହେବ ବୋଲି ARCS ହାଡ଼ିବନ୍ଧୁ ମହାଖୁଡ଼ କହିଛନ୍ତି। ତେବେ ରବିବାର ଦିନ ନିର୍ବାଚନ ହୋଇଥିବା 40ଟି ସୋସାଇଟିର ଅଧିକାଂଶ ସଭ୍ୟ ପଦବୀ ବିଜେଡି ସମର୍ଥିତ ପ୍ରାର୍ଥୀ ବିଜୟୀ ହୋଇଥିବା ସୂଚନା ମିଳିଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.