ନୟାଗଡ଼: ଜିଲ୍ଲାରେ ଜାଲ ନୋଟ କାରଖାନା ଠାବ । 1,25000 ନକଲି ନୋଟ ଜବତ । ଥାନାରେ ଦୁଇ ଜଣଙ୍କୁ ଅଟକ ରଖିଛି ପୋଲିସ । ବାଇକ କିଣିବା ସମୟରେ ପଇସା ଦେବାରୁ ଧରାପଡିଥିଲା ଜାଲ ନୋଟ ।
ସୂଚନା ଅନୁସାରେ, ସହରର ଏକ ଗାଡି ସୋରୁମକୁ ଦୁଇଜଣ ବ୍ୟକ୍ତି ବାଇକ କିଣିବା ପାଇଁ ଆସିଥିଲେ । ଏହା ବାବଦକୁ ସେଲସ ମ୍ୟାନଙ୍କୁ ବାଇକ କିଣିବା ପାଇଁ ଏକ ଲକ୍ଷେ ତିରିଶି ହଜାର ଟଙ୍କା ଦେଇଥିଲେ l ସେଥିମଧ୍ୟରୁ ଏକ ଲକ୍ଷ ପଚିଶି ହଜାର ଟଙ୍କା ଜାଲ ନୋଟ ଥିବା ସୋରୋମ କର୍ମଚାରୀ ଜାଣିବାକୁ ପାଇଥିଲେ । ଏନେଇ ଟାଉନ ଥାନା ପୋଲିସକୁ ଖବର ଦେଇଥିଲେ l
ପୋଲିସ ଘଟଣାସ୍ଥଳରେ ପହଞ୍ଚି ସମସ୍ତ ଜାଲ ନୋଟ ଜବତ କରିବା ସହ 2ଜଣଙ୍କୁ ଅଟକ ରଖି ଅଧିକ ତଦନ୍ତ ଚଳାଇଛି l ତେବେ ଏଘଟଣାରେ ଅଟକଙ୍କୁ ପଚରାଉଚରା ପରେ ପୋଲିସ ତାଙ୍କ ଘରେ ଜାଲ ନୋଟ ଛପାହେବା ନେଇ ସୂଚନା ପାଇଥିଲା l ଏହାପରେ ପୋଲିସ ତାଙ୍କ ଭଡା ଘରେ ଚଢ଼ାଉ କରିଥିଲା । ନକଲି ନୋଟ ଛପାରେ ବ୍ୟବହୃତ କମ୍ପୁଟର, ପ୍ରିଣ୍ଟର,ଜାଲ ନୋଟ ଛପାର ବିଭିନ୍ନ ସାମଗ୍ରୀ ଜବତ କରିଛି l l
ନୟାଗଡ଼ରୁ ଜୟେନ୍ଦ୍ର ବେହେରା, ଇଟିଭି ଭାରତ