ETV Bharat / state

Rare BLACK Leopard Spotted: ବାଇଶିପଲ୍ଲୀ ଅଭୟାରଣ୍ୟରେ ବୁଲୁଛି ବିରଳ କଳା ଚିତାବାଘ

author img

By

Published : Dec 10, 2021, 8:26 AM IST

ନୟାଗଡ ବାଇଶିପଲ୍ଲୀ ଅଭୟାରଣ୍ୟରେ ବିରଳ କଳା ଚିତାବାଘ ଠାବ । ଅଧିକ ପଢନ୍ତୁ

ବାଇଶିପଲ୍ଲୀ ଅଭୟାରଣ୍ୟରେ ବିରଳ କଳା ଚିତାବାଘ ଠାବ

ନୟାଗଡ: ଜିଲ୍ଲାସ୍ଥିତ ବାଇଶିପଲ୍ଲୀ ଅଭୟାରଣ୍ୟରେ ଠାବ ହେଲା ବିରଳ କଳା ଚିତାବାଘ । ଅନେକ ବିରଳ ଓ ବିଲୁପ୍ତପ୍ରାୟ ଉଡ଼ନ୍ତା ଗୁଣ୍ଡୁଚି, ବାଘୁଆ ମୂଷା, ଚିତ୍ରା କଙ୍କଡା, ନେପାଳି ମୂଷା, ବାଘ ବିରାଡ଼ି ଭଳି ଅନେକ ବିରଳ ବନ୍ୟପ୍ରାଣୀ ବାଇଶିପଲ୍ଲୀ ଅଭୟାରଣ୍ୟରେ ରହିଥିବାର ଦେଖାଯାଏ । ଏବେ ଏହି ତାଲିକାରେ ସାମିଲ ହୋଇଛି କଳା ଚିତାବାଘ ।

Rare BLACK Leopard Spotted

ଦଶପଲ୍ଲା ବ୍ଲକ ବାଣିଗୋଛା(ପଶ୍ଚିମ ) ବନାଞ୍ଚଳ ଅନ୍ତର୍ଗତ ବାଇଶିପଲ୍ଲୀ ଅଭୟାରଣ୍ୟର ଏକ ଆଭ୍ୟନ୍ତରୀଣ (core area) ଅଞ୍ଚଳରେ ଉକ୍ତ କଳା ଚିତାବାଘଟି ଠାବ କରାଯାଇଛି । ଅଭୟାରଣ୍ୟ ମଧ୍ୟରେ ଲାଗିଥିବା ଟ୍ରାଫ୍ କ୍ୟାମେରାରେ କିଛି ଦିନ ତଳେ ବାଘ ଚିହ୍ନଟ ହୋଇଛି । ତେବେ ଏହାର ବୟସ ପ୍ରାୟ ୩ ରୁ ୪ ବର୍ଷ ହେବ ବୋଲି ଅନୁମାନ କରାଯାଉଛି । ସେପଟେ ଅଭୟାରଣ୍ୟ ଅଞ୍ଚଳରେ କଳା ଚିତାବଘର ଉପସ୍ଥିତି ଏକ ଶୁଭ ସୂଚନା ବୋଲି କୁହାଯାଉଛି l

ନୟାଗଡରୁ ଜୟେନ୍ଦ୍ର ବେହେରା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.