ETV Bharat / state

ତୁରନ୍ତ ଚିନିକଳ ଚାଲୁ କରିବା ପାଇଁ କ୍ରିୟାନୁଷ୍ଠାନ କମିଟିର ଦାବି - sugar mill in Nayagarh

ନୟାଗଡ଼ର ଚିନିକଳ ବହୁ ଦିନ ଧରି ବନ୍ଦ ରହିଥିବାରୁ ତୁରନ୍ତ ଚିନିକଳ ଚାଲୁ କରିବା ପାଇଁ କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ଦାବି କରିଛି । ଅଧିକ ପଢନ୍ତୁ...

Executive Committee demand for immediate restarting of sugar mill in Nayagarh
ତୁରନ୍ତ ଚିନିକଳ ଚାଲୁ କରିବା ପାଇଁ କ୍ରିୟାନୁଷ୍ଠାନ କମିଟିର ଦାବି
author img

By

Published : Jan 28, 2021, 8:04 PM IST

ନୟାଗଡ଼: ବିଗତ ଦିନରେ ଉଚ୍ଚ ନ୍ୟାୟାଳୟ ଚିନିକଳର ସୁରକ୍ଷା ଦାୟିତ୍ବ ଜିଲ୍ଲା ପ୍ରଶାସନକୁ ଦେଇଥିବା ବେଳେ ବାରମ୍ବାର ଯନ୍ତ୍ରାଂଶ ଚୋରି ହୋଇ ଚାଲିଛି । ଏଥିଲାଗି ଚିନିକଳ ବହୁତ ଦିନ ଧରି ବନ୍ଦ ରହିଛି । ତେବେ ତୁରନ୍ତ ଚିନିକଳ ଚାଲୁ କରିବା ପାଇଁ ସାମ୍ବାଦିକ ସମ୍ମିଳନୀ ମାଧ୍ୟମରେ କ୍ରିୟାନୁଷ୍ଠାନ କମିଟି ଦାବି କରିଛି ।

ବାରମ୍ବାର ଚିନିକଳର ଯନ୍ତ୍ରାଂଶ ଚୋରି ହେଉଥିବାରୁ ବର୍ତ୍ତମାନର ସ୍ଥିତି ଅନୁସାରେ କଳକୁ ସରକାର ପୁନଃକାର୍ଯ୍ୟକ୍ଷମ କରିହେବ ନାହିଁ । ତେଣୁ ଏହାର କାର୍ଯ୍ୟକ୍ଷମ ଦାବିରେ କ୍ରିୟାନୁଷ୍ଠାନ କମିଟି ଆନ୍ଦୋଳନ ବ୍ୟାପକ କରିବ ବୋଲି ସ୍ପଷ୍ଟ କରିଛି । ଆଗାମୀ ଦିନରେ ସମ୍ପୃକ୍ତ ବିଭାଗୀୟ ଅଧିକାରୀ ଏବଂ ରାଜନେତାଙ୍କୁ କଳ ଚାଲୁ କରିବାକୁ ଦାବି କରିବ । ଚିନିକଳ ସହ ସମ୍ପୃକ୍ତ ଶ୍ରମିକ, ଚାଷୀ ଏବଂ କ୍ରିୟାନୁଷ୍ଠାନ କମିଟି ଆଗାମୀ ଦିନରେ ଆନ୍ଦୋଳନ କରିବା ନେଇ ସୂଚନା ଦେଇଛନ୍ତି l

ତୁରନ୍ତ ଚିନିକଳ ଚାଲୁ କରିବା ପାଇଁ କ୍ରିୟାନୁଷ୍ଠାନ କମିଟିର ଦାବି

ସୂଚନାଯୋଗ୍ୟ ଯେ ଗତ ବର୍ଷ ନୟାଗଡ଼ରୁ ଭୁବନେଶ୍ବର ପଦଯାତ୍ରା କରିଥିଲା କ୍ରିୟାନୁଷ୍ଠାନ କମିଟି । ଚିନିକଳ କାର୍ଯ୍ୟକ୍ଷମ ଅନିଶ୍ଚିତତା ମଧ୍ୟରେ ଥିବାରୁ ଚିନିକଳ କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ଆନ୍ଦୋଳନ ମଧ୍ୟ ହୋଇଥିଲା । ତେବେ ଚିନିକଳର ସୁରକ୍ଷା ପାଇଁ ଏହାର ମାଲିକ ତ୍ରିଲୋକ୍ୟ ମିଶ୍ର ଉଚ୍ଚ ନ୍ୟାୟାଳୟଙ୍କ ଦ୍ବାରସ୍ଥ ହୋଇଥିଲେ। ଉଚ୍ଚ ନ୍ୟାୟାଳୟ ନୟାଗଡ଼ ଜିଲ୍ଲାପାଳଙ୍କୁ ଏହାର ସୁରକ୍ଷା ପାଇଁ ପୋଲିସ ମୁତୟନ ପାଇଁ ନିର୍ଦ୍ଦେଶ ଦେଇଥିଲେ ମଧ୍ୟ ଚିନିକଳରୁ ଯନ୍ତ୍ରାଂଶ ଚୋରି ହୋଇ ଚାଲିଥିଲା ।

ତେବେ ଉଚ୍ଚ ନ୍ୟାୟାଳୟ ନୟାଗଡ଼ ଜିଲ୍ଲାପାଳଙ୍କୁ ଚିନିକଳର ସ୍ଥିତି ଏବଂ ସମ୍ପତ୍ତି ଆକଳନ କରି ଫେବୃଆରୀ 4 ତାରିଖରେ ଏନେଇ ସତ୍ୟପାଠ ଦାଖଲ କରିବାକୁ ନିର୍ଦ୍ଦେଶ ଦେଇଥିଲେ । ସେହି କ୍ରମରେ ଜିଲ୍ଲାପାଳ ଡଃ ପୋମା ଟୁଡୁ, ଉପଜିଲ୍ଲାପାଳ, ନୟାଗଡ଼ ସମବାୟ ସହକାରୀ ନିବନ୍ଧକ ଏବଂ ପୋଲିସ ଉପସ୍ଥିତିରେ ସ୍ଥିତି ପରଖିବା ସହ ସମ୍ପତିର ମୂଲ୍ୟ ଆକଳନ କରୁଛନ୍ତି ଜିଲ୍ଲାପାଳ ।

ନୟାଗଡ଼ରୁ ଜୟେନ୍ଦ୍ର ବେହେରା, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.