ETV Bharat / state

କୋଭିଡ଼ ନିୟମକୁ ଫୁ: ଜମିଲା ସାଂସ୍କୃତିକ କାର୍ଯ୍ୟକ୍ରମ, ଏକାଠି ହେଲେ ଶହ ଶହ ଲୋକେ

author img

By

Published : Nov 19, 2021, 6:57 PM IST

ପବିତ୍ର କାର୍ତ୍ତିକ ପୂର୍ଣ୍ଣିମାରେ ନୟାଗଡ଼ ଜିଲ୍ଲାର ଅନେକ ସ୍ଥାନରେ କୋଭିଡ଼ ନିୟମ ଉଲ୍ଲଘଂନ ହୋଇଥିବା ଦେଖିବାକୁ ମିଳିଛି । ଅଧିକ ପଢନ୍ତୁ

Kartika Purnima: କୋଭିଡ଼ ନିୟମକୁ ଫୁ କଲେ ଶ୍ରଦ୍ଧାଳୁ

ନୟାଗଡ଼: ଆଜି(ଶୁକ୍ରବାର) ହେଉଛି ପବିତ୍ର କାର୍ତ୍ତିକ ପୂର୍ଣ୍ଣିମା । ବିଭିନ୍ନ ସ୍ଥାନରେ ଲୋକଙ୍କ ଗହଳି ସହ ପାରମ୍ପରିକ ନୃତ୍ୟ ଚାଲିଛି । ପୂର୍ବରୁ ସାଂସ୍କୃତିକ କାର୍ଯ୍ୟକ୍ରମକୁ ଅନୁମତି ମିଳିନଥିବା ବେଳେ ଲୋକମାନେ ଏହାର ଆୟୋଜନ କରିଛନ୍ତି । ତେବେ ଖବର ପାଇ ପୋଲିସ ପହଞ୍ଚି ଅନେକ ସ୍ଥାନରେ ଯାତ୍ରା ବନ୍ଦ କରିଥିବା ସୂଚନା ମିଳିଛି ।

ଜିଲ୍ଲା ପ୍ରଶାସନ ତରଫରୁ କୌଣସି ଦେବାଳୟ ଖୋଲାଯାଇପାରିବ ନାହିଁ କିମ୍ବା କୌଣସି ସ୍ଥାନରେ ନୃତ୍ୟ ଆଦି କରି ଗହଳି କରାଯାଇପାରିବ ନାହିଁ ବୋଲି ଗାଇଡ଼ଲାଇନ ଜାରି କରାଯାଇଛି । ପ୍ରମୁଖ ଶୈବ ପୀଠ ବ୍ୟତୀତ ନୟାଗଡ଼ର ବିଭିନ୍ନ ସ୍ଥାନରେ ଆଜି ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବା ସହ ଲୋକଙ୍କ ଗହଳି ଜମି ରହିଛି । ପ୍ରଶାସନ ଅନେକ ସ୍ଥାନ ପହଞ୍ଚି ଯାତ୍ରା ବନ୍ଦ କରିଛି ।

ମନ୍ଦିରରେ ଶ୍ରଦ୍ଧାଳୁମାନେ ସାମାଜିକ ଦୂରତା ବଜାୟ ନ ରଖିବା ସହିତ ମୁହଁରେ ମାସ୍କ ପିନ୍ଧିନଥିବା ମଧ୍ୟ ଦେଖିବାକୁ ମିଳିଛି । ସରକାରଙ୍କ ବାରଣ ସତ୍ତ୍ବେ ମନ୍ଦିରରେ ଶ୍ରଦ୍ଧାଳୁଙ୍କ ପ୍ରବଳ ଭିଡ଼ ଜମିଛି ।

ନୟାଗଡ଼ରୁ ଜୟେନ୍ଦ୍ର ବେହେରା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.