ETV Bharat / state

ତେଜୁଛି ବିଜେଡି ନେତା ଗୟାଧରଙ୍କୁ ଗିରଫ ଦାବି, ତୃତୀୟ ଦିନରେ ଧାରଣା ଜାରି - ନୟାଗଡ ଖବର

ବିଜେଡି ନେତା ଗୟାଧର ପରିଡ଼ାଙ୍କ ବିରୋଧରେ ତେଜୁଛି ଗିରଫ ଦାବି l ଏନେଇ ଆଦିବାସୀ ଦଳିତ ମହାସଂଘ ତରଫରୁ ଧାରଣା ତୃତୀୟ ଦିନରେ ପହଞ୍ଚିଛି । ଅଧିକ ପଢନ୍ତୁ...

ବିଜେଡି ନେତା ଗୟାଧରଙ୍କୁ ତେଜୁଛି ଗିରଫ ଦାବି : ତୃତୀୟ ଦିନରେ ଧାରଣା ଜାରି

author img

By

Published : Aug 27, 2021, 12:41 PM IST

ନୟାଗଡ: ବିଜେଡି ନେତା ଗୟାଧର ପରିଡ଼ାଙ୍କ ବିରୋଧରେ ତେଜୁଛି ଗିରଫ ଦାବି l ଏନେଇ ଆଦିବାସୀ ଦଳିତ ମହାସଂଘ ତରଫରୁ ଧାରଣା ତୃତୀୟ ଦିନରେ ପହଞ୍ଚିଛି । ଗୁରୁବାର ନୟାଗଡ ଜିଲ୍ଲାପାଳଙ୍କ ସହ ଦଳିତ ଆଦିବାସୀ ମହାସଂଘ ମଧ୍ୟରେ ଆଲୋଚନା ବିଫଳ ହେବାରୁ ଧାରଣା ଜାରି ରହିଛି ।

ବିଜେଡି ନେତା ଗୟାଧରଙ୍କୁ ତେଜୁଛି ଗିରଫ ଦାବି : ତୃତୀୟ ଦିନରେ ଧାରଣା ଜାରି

ସୂଚନା ଅନୁସାରେ, ନୟାଗଡ ଜିଲ୍ଲା ବ୍ଲକ ଅଧ୍ୟକ୍ଷାଙ୍କ ଜାଲ ଦସ୍ତଖତ କରି ମିଥ୍ୟା ବିଲ ମାଧ୍ୟମରେ ୮୦ କୋଟିରୁ ଅଧିକ ଟଙ୍କା ବ୍ଲକ ଉପାଧ୍ୟକ୍ଷ ତଥା ବିଜେଡି ନେତା ଗୟାଧର ପରିଡ଼ା ଲୁଟ କରିଥିବା ଅଭିଯୋଗ ହୋଇଥିଲା । ଏହାର ଅଭିଯୋଗ ପାଇବା ପରେ ଜିଲ୍ଲାପାଳ ଉପଜିଲ୍ଲାପାଳଙ୍କୁ ତଦନ୍ତ ନିର୍ଦ୍ଦେଶ ଦେଇଥିଲେ । ଇତି ମଧ୍ୟରେ ଉପଜିଲ୍ଲାପାଳ ଏହାର ତଦନ୍ତ କରି ଜାଲ ଦସ୍ତଖତ ହୋଇଥିବା ଜାଣିବାକୁ ପାଇଥିଲେ ।

୨୦୧୮ରୁ ୨୦୨୧ ପର୍ଯ୍ୟନ୍ତ ଜାଲ ଦସ୍ତଖତ କରାଯାଇ ବହୁ ନକଲି ନଥି ପ୍ରସ୍ତୁତ ହୋଇଛି ବୋଲି ନୟାଗଡ଼ ଉପଜିଲ୍ଲାପାଳ ଲଗ୍ନଜିତ ରାଉତ ଜିଲ୍ଲାପାଳ ପୋମା ଟୁଡୁଙ୍କୁ ଜଣାଇଛନ୍ତି । ଏନେଇ ଉପଜିଲ୍ଲାପାଳ ଗଣମାଧ୍ୟମ ଆଗରେ ସ୍ପଷ୍ଟ ମତ ରଖିଥିଲେ । ଏସବୁ ପରେ ବି ସମ୍ପୃକ୍ତ ନେତାଙ୍କ ଉପରେ ଜିଲ୍ଲାପାଳ କାର୍ଯ୍ୟାନୁଷ୍ଠାନ ନ ନେବାରୁ ଦଳିତ ଆଦିବାସୀ ମହାସଂଘ ତରଫରୁ ଧାରଣା ଜାରି ରହିଛି l

ନୟାଗଡରୁ ଜୟେନ୍ଦ୍ର ବେହେରା,ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.