ETV Bharat / state

ଭାପୁରକୁ ବନ୍ୟାଞ୍ଚଳ ଘୋଷଣା ଦାବି, ମୁଖ୍ୟମନ୍ତ୍ରୀଙ୍କୁ ଭାପୁରବାସୀଙ୍କ ଦାବିପତ୍ର

ନୟାଗଡ଼ ଜିଲ୍ଲାର ଭାପୁର ବ୍ଲକକୁ ବନ୍ୟା ପ୍ରଭାବିତ ଅଞ୍ଚଳ ଘୋଷଣା କରିବାକୁ ଦାବି କରିଛନ୍ତି ସ୍ଥାନୀୟ ଲୋକେ । ଏନେଇ ବ୍ଲକ ଅଫିସରେ ଏକ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ବିଡିଓଙ୍କୁ ଏକ ଦାବିପତ୍ର ପ୍ରଦାନ କରାଯାଇଛି(Demand letter to bhapur BDO) । ଅଧିକ ପଢନ୍ତୁ

author img

By

Published : Aug 21, 2022, 7:17 PM IST

Demand letter to BDO to declare Vapur block flood affected
ଭାପୁର ବ୍ଲକକୁ ବନ୍ୟା ପ୍ରଭାବିତ ଘୋଷଣା କରିବା ପାଇଁ ବିଡିଓଙ୍କୁ ଦାବିପତ୍ର

ନୟାଗଡ଼: ଜିଲ୍ଲାର ଭାପୁରକୁ ବନ୍ୟାଞ୍ଚଳ ଘୋଷଣା ସହ କ୍ଷତିପୂରଣ ଦାବି ତେଜିବାରେ ଲାଗିଛି । ଏନେଇ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଭାପୁର ବିଡ଼ିଓଙ୍କୁ ଏକ ଦାବିପତ୍ର ପ୍ରଦାନ କରିଛନ୍ତି ବନ୍ୟା ପ୍ରପୀଡ଼ିତ(Demand letter to bhapur BDO) । ଚଳିତ ବନ୍ୟାରେ ନୟାଗଡ଼ ଜିଲ୍ଲା ଭାପୁର ବ୍ଲକର ପଥରଚକଡା, କେନ୍ଦୁପଲି, ପଦ୍ମାବତୀ, କରବର ଏବଂ ଫତେଗଡ଼ ଗ୍ରାମ ପଞ୍ଚାୟତର ହଜାର ହଜାର ଏକର ଚାଷ ଜମି ବନ୍ୟାରେ ବୁଡିରହିଛି । ଧାନ ଫସଲ ଏବଂ ପନିପରିବା ଚାଷ ପଚିଷଢ଼ି ନଷ୍ଟ ହୋଇଥିବା ବେଳେ ଚାଷୀ ମୁଣ୍ଡରେ ହାତଦେଇ ବସିଛି ।

ମାଣିତ୍ରୀ, ଗୁଡୁପଡା, ବଡବର ନୂଆସାହି, ହନୁମନ୍ତପ୍ରସାଦ, ମଣିପୁର ଆଦି ଗ୍ରାମଗୁଡିକରେ ଜଳବନ୍ଦୀ ଭାବେ ଜୀବନ କାଟୁଛନ୍ତି ଲୋକେ । ପୁନଃ ଗୋଚାରଣ ଜମିଗୁଡିକ ଜଳମଗ୍ନ ଅବସ୍ଥାରେ ଥିବାରୁ ଗାଈଗୋରୁ ଚରିବାରେ ବାଧା ଉପୁଜିଛି । ଏଥିସହ ଗାଁ ଲୋକ ଭୋକ ଉପାସରେ ଦିନ କାଟୁଛନ୍ତି ।

ଭାପୁରକୁ ବନ୍ୟାଞ୍ଚଳ ଘୋଷଣା ଦାବି, ମୁଖ୍ୟମନ୍ତ୍ରୀଙ୍କୁ ଭାପୁରବାସୀଙ୍କ ଦାବିପତ୍ର

ମୁଖ୍ୟମନ୍ତ୍ରୀ ୫ଟି ଜିଲ୍ଲାକୁ ବନ୍ୟା ଅଧ୍ୟୁଷିତ ଜିଲ୍ଲା ଭାବେ ଘୋଷଣା କରିବା ସହ ଅନ୍ୟ ୫ଟି ଜିଲ୍ଲାକୁ ରିଲିଫ ମିଳିବା ନେଇ ଘୋଷଣା କରିଥିଲେ । କିନ୍ତୁ ନୟାଗଡ଼ ଜିଲ୍ଲାର ନାମ ଏହି ତାଲିକାରେ ନାହିଁ l ନୟାଗଡ଼ ଜିଲ୍ଲାର ଭାପୁର ବ୍ଲକର ଅନେକ ଗାଁ ବର୍ତ୍ତମାନ ସୁଦ୍ଧା ବାହ୍ୟ ଜଗତରୁ ବିଚ୍ଛିନ୍ନ ହୋଇଥିବା ବେଳେ ଭାପୁର ବ୍ଲକର ନାଁ ଏହି ତାଲିକାରେ ନାହିଁ । ଏନେଇ ଆଇନଜୀବୀ ଅଭିଳାଷ ପଣ୍ଡାଙ୍କ ନେତୃତ୍ୱରେ ଏକ ପ୍ରତିନିଧି ମଣ୍ଡଳ ବ୍ଲକ୍‌ ଅଫିସକୁ ଯାଇ ନାରାବାଜି କରିବା ସହ ବିଡ଼ିଓଙ୍କ ମାଧ୍ୟମରେ ମୁଖ୍ୟମନ୍ତ୍ରୀଙ୍କୁ ଏକ ଦାବିପତ୍ର ପ୍ରଦାନ(demand letter to CM through Bhapur BDO) କରିଛନ୍ତି ।

ଏଠାରେ ଚାଷ ଓ ପଶୁ ସମ୍ପଦ ଗଭୀରଭାବେ ପ୍ରଭାବିତ ହେଇଥିବା ସତ୍ତ୍ୱେ ଭାପୁର ବ୍ଲକ ବନ୍ୟା କ୍ଷତିଗ୍ରସ୍ତ ବୋଲି ଘୋଷଣା ନ ହେବା ଦୁର୍ଭାଗ୍ୟଜନକ ବୋଲି ଆନ୍ଦୋଳନକାରୀ କହିଛନ୍ତି । ଅଭିଳାଷ ପଣ୍ଡା କହିଛନ୍ତି, "ତୁରନ୍ତ ଭାପୁର ବ୍ଲକକୁ ବନ୍ୟା କ୍ଷତିଗ୍ରସ୍ତ ଅଞ୍ଚଳ ଭାବେ ଘୋଷଣା କରି ଉପଯୁକ୍ତ ରିଲିଫ ଏବଂ କ୍ଷତିପୁରଣ ଦିଆଯାଉ ।"

ଭାପୁର ବ୍ଲକ୍‌କୁ ବନ୍ୟା ପ୍ରଭାବିତ ଘୋଷଣା ନକରାଗଲେ ଚାଷୀମାନେ କ୍ଷତିପୂରଣ ପାଇବାରୁ ବଞ୍ଚିତ ହେବେ । ତୃଟି ସୁଧାରି ଭାପୁର ବ୍ଲକକୁ ବନ୍ୟା ଅଧ୍ୟୁଷିତ ଭାବେ ଘୋଷଣା କରାନଗଲେ ଅଗାମୀ ଦିନରେ ତୀବ୍ର ଆନ୍ଦୋଳନ ହେବ ବୋଲି ଚେତାବନୀ ଦିଆଯାଇଛି ।

ଇଟିଭି ଭାରତ, ନୟାଗଡ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.