ETV Bharat / state

ଦ୍ବିତୀୟ ଶ୍ରୀକ୍ଷେତ୍ରରେ ରଥଯାତ୍ରା ଦାବି - ଦ୍ବିତୀୟ ଶ୍ରୀକ୍ଷେତ୍ର ରଣପୁର

ରଣପୁର ଦ୍ବିତୀୟ ଶ୍ରୀକ୍ଷେତ୍ରରେ ରଥଯାତ୍ରା ପାଇଁ ବଡ଼ଦାଣ୍ଡରେ ଗର୍ଜିଲେ ଲୋକେ । ଘଣ୍ଟ, ଝାଞ୍ଜ, ମୃଦଙ୍ଗରେ କମ୍ପିଲା ବଡଦାଣ୍ଡ । ଅଧିକ ପଢ଼ନ୍ତୁ...

demand for ratha yatra, second srikhestra ranapur, ranapur of nayagarh, ଦ୍ବିତୀୟ ଶ୍ରୀକ୍ଷେତ୍ରରେ ରଥଯାତ୍ରା ଦାବି, ଦ୍ବିତୀୟ ଶ୍ରୀକ୍ଷେତ୍ର ରଣପୁର, ନୟାଗଡ଼ ରଣପୁର
ଦ୍ବିତୀୟ ଶ୍ରୀକ୍ଷେତ୍ରରେ ରଥଯାତ୍ରା ଦାବି
author img

By

Published : Jun 19, 2021, 7:23 AM IST

ନୟାଗଡ଼: ଦ୍ବିତୀୟ ଶ୍ରୀକ୍ଷେତ୍ର କୁହାଯାଉଥିବା ନୟାଗଡ଼ ଜିଲ୍ଲା ରଣପୁରରେ ରଥଯାତ୍ରା ପାଇଁ ବଡ଼ଦାଣ୍ତରେ ଗର୍ଜିଲେ ଲୋକେ l ଘଣ୍ଟ, ଝାଞ୍ଜ, ମୃଦଙ୍ଗରେ ରଣପୁର ବଡ଼ ଦାଣ୍ଡ ପ୍ରକମ୍ପିତ କରିବା ସହ ହାତରେ ପ୍ଲାକାର୍ଡ ଧରି ରଥଯାତ୍ରା ପାଇଁ ଅନୁମତି ଦାବି କରିଛନ୍ତି l

ଦ୍ବିତୀୟ ଶ୍ରୀକ୍ଷେତ୍ରରେ ରଥଯାତ୍ରା ଦାବି

ଜଗନ୍ନାଥ ସେନା ନେତୃତ୍ବରେ ଦ୍ବିତୀୟ ଶ୍ରୀକ୍ଷେତ୍ରରେ କୋଭିଡ଼ ଗାଇଡ଼ଲାଇନ ମଧ୍ୟରେ ରଥଯାତ୍ରା କରିବା ପାଇଁ ଜଗନ୍ନାଥ ସେନା, ବଣିକ ସଂଘ, ସାମ୍ବାଦିକ ସଂଘ, ଓକିଲ ସଂଘ ଏବଂ ସାଧାରଣ ନାଗରିକ ଦାବି କରି ରଣପୁରରେ ବିରାଟ ଶୋଭାଯାତ୍ରା କରିଛନ୍ତି l ରଣପୁର ମାଉସୀ ମା' ମନ୍ଦିର ଠାରୁ ରଣପୁର ତହସିଲ ଅଫିସ ପର୍ଯ୍ୟନ୍ତ ଏକ ବିରାଟ ଶୋଭାଯାତ୍ରାରେ ଯାଇ ତହସିଲଦାରଙ୍କୁ ରାଜ୍ୟ ସରକାରଙ୍କ ଉଦ୍ଦେଶ୍ୟରେ ଦାବି ପତ୍ର ପ୍ରଦାନ କରିଥିଲେ l

କୋଭିଡ଼ ଗାଇଡ଼ଲାଇନ ମଧ୍ୟରେ ଦ୍ବିତୀୟ ଶ୍ରୀକ୍ଷେତ୍ରରେ ରଥଯାତ୍ରା ପାଇଁ ଦାବି ହୋଇଛି l ପୁରୀ ଜଗନ୍ନାଥଙ୍କ 16 କଳାରୁ ରଣପୁର ଜଗନ୍ନାଥଙ୍କ ପାଖରେ ଗୋଟିଏ କଳା ରହିଛି l ସେହିପରି ପୁରୀ ଶ୍ରୀମନ୍ଦିର ସହ ସାମଞ୍ଜସ୍ୟ ରଖୁଥିବା ରଣପୁର ଶ୍ରୀମନ୍ଦିରରେ ପୁରୀ ଭଳି ସମସ୍ତ ନୀତିକାନ୍ତି ହୋଇଥାଏ l ପୁରୀ ପରେ ରଣପୁର ଜଗନ୍ନାଥ ମନ୍ଦିରର ଗୁରୁତ୍ବ ଥିବାରୁ ସରକାର ରଥଯାତ୍ରା ପାଇଁ ଅନୁମତି ଦେବାକୁ ଦାବି ହୋଇଛି l ନଚେତ ଆଗାମୀ ଆନ୍ଦୋଳନ ତୀବ୍ର ହେବ ବୋଲି ଲୋକେ କହିଛନ୍ତି l

ନୟାଗଡ଼ରୁ ଜୟେନ୍ଦ୍ର ବେହେରା, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.