ETV Bharat / state

ମରଣଯନ୍ତା ପାଲଟିଛି ଖୋର୍ଦ୍ଧା-ବଲାଙ୍ଗୀର 57 ନମ୍ବର ଜାତୀୟ ରାଜପଥ

ନୟାଗଡ ଜିଲ୍ଲା ଦେଇ ଯାଇଥିବା ଖୋର୍ଦ୍ଧା-ବଲାଙ୍ଗୀରର 57 ନମ୍ବର ଜାତୀୟ ରାଜପଥ ଏବେ ମରଣଯନ୍ତା ପାଲଟିଛି । ଖରାପ ରାସ୍ତା ଯୋଗୁଁ ବିଭିନ୍ନ ସମୟରେ ଛୋଟବଡ ଦୁର୍ଘଟଣା ଘଟିବାରେ ଲାଗିଛି । ଅଧିକ ପଢନ୍ତୁ...

author img

By

Published : Jan 4, 2021, 1:33 PM IST

ମରଣାନ୍ତା ପାଲଟିଛି ଖୋର୍ଦ୍ଧା-ବଲାଙ୍ଗୀର 57 ନମ୍ବର ଜାତୀୟ ରାଜପଥ
ମରଣାନ୍ତା ପାଲଟିଛି ଖୋର୍ଦ୍ଧା-ବଲାଙ୍ଗୀର 5ମରଣାନ୍ତା ପାଲଟିଛି ଖୋର୍ଦ୍ଧା-ବଲାଙ୍ଗୀର 57 ନମ୍ବର ଜାତୀୟ ରାଜପଥ7 ନମ୍ବର ଜାତୀୟ ରାଜପଥ

ନୟାଗଡ:ଖୋର୍ଦ୍ଧା-ବଲାଙ୍ଗୀରର 57 ନମ୍ବର ଜାତୀୟ ରାଜପଥ ନୟାଗଡ ଜିଲ୍ଲା ଦେଇ ଅତିକ୍ରାନ୍ତ କରିଛି । ନୟାଗଡକୁ ପ୍ରବେଶ ପୂର୍ବରୁ ଜାତୀୟ ରାଜପଥର ଏକ ବ୍ରିଜ ଦେଇ ଯିବାକୁ ପଡେ । ଏହି ବ୍ରିଜଟି କିଛି ତଳେ ଭାଙ୍ଗି ଯିବାରୁ ଏହାର ମରାମତି ପାଇଁ ଏକ ଠିକାସଂସ୍ଥାକୁ ଦାୟିତ୍ବ ଦିଆଯାଇଛି । ହେଲେ ମରାମତି ଦିନକୁ ଦିନ ବିଳମ୍ବ ହେବାରେ ଲାଗିଛି । ଫଳରେ ଲୋକଙ୍କ ଯାତାୟାତ ପାଇଁ ଏକ ଅସ୍ଥାୟୀ ରାସ୍ତା ତିଆରି ହୋଇଛି ।

ମରଣାନ୍ତା ପାଲଟିଛି ଖୋର୍ଦ୍ଧା-ବଲାଙ୍ଗୀର 57 ନମ୍ବର ଜାତୀୟ ରାଜପଥ

ଏହି ଖାଲଖମା ରାସ୍ତା ଦେଇ ଅନେକ ଗାଡି ଯାତାୟତ କରୁଛି । ବିଭିନ୍ନ ସମୟରେ ରାସ୍ତା ଯୋଗୁଁ ଛୋଟବଡ ଦୁର୍ଘଟଣା ଘଟିବାରେ ଲାଗିଛି । ରାସ୍ତାର ଏପରି ସ୍ଥିତି ହୋଇଛି ଯେ, ଲୋକେ ମୁହଁରେ ଗାମୁଛା ବାନ୍ଧି ଯାଉଛନ୍ତି । ଧୂଳିଧୂଆଁ ଯେମିତି ରାସ୍ତାରେ ଘନ କୁହୁଡିର ଭ୍ରମ ସୃଷ୍ଟି କରୁଛି ।

ମାତ୍ର 100 ମିଟିରର ରାସ୍ତା ପାର ହେବାକୁ ଲୋକେ ନୟାନ୍ତ ହୋଇପଡୁଛନ୍ତି । ଲୋକଙ୍କ ପୋଷାକ ଧୂଳି ଧୂସରରେ ଭର୍ତ୍ତି ହୋଉଛି । ଏଯାବତ ଠିକା ସଂସ୍ଥା କାର୍ଯ୍ୟ ଶେଷ କରୁନାହିଁ । ଫଳରେ ବ୍ରିଜ ସମେତ ଅସ୍ଥାୟୀ ରାସ୍ତା ମଧ୍ୟ ମରଣଯନ୍ତା ପାଲଟିଛି । ତେଣୁ ତୁରନ୍ତ ବ୍ରିଜ ଏବଂ ରାସ୍ତା କାମ ସାରିବାକୁ ଦାବି କରିଛନ୍ତି ଲୋକେ ।

ନୟାଗଡରୁ ଜୟେନ୍ଦ୍ର ବେହେରା, ଇଟିଭି ଭାରତ

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.