ETV Bharat / state

ଘର ଭିତରୁ ମା’ ପୁଅର ମୃତଦେହ ଉଦ୍ଧାର, ହତ୍ୟା ଅଭିଯୋଗ ଆଣିଲା ପରିବାର

ନୟାଗଡ଼ ଜିଲ୍ଲା ଇଟାମାଟି ଥାନା ଶଙ୍ଖେଇ ଗାଁର ମହିଳାଙ୍କ ସହ ୩ ବର୍ଷର ପୁଅର ମୃତଦେହ ଉଦ୍ଧାର । କାରଣ ଅସ୍ପଷ୍ଟ ଥିବା ବେଳେ ହତ୍ୟା ଅଭିଯୋଗ ଆଣିଲା ମହିଳାଙ୍କ ବାପଘର । ଅଧିକ ପଢନ୍ତୁ...

ଘର ଭିତରୁ ମା 3 ବର୍ଷର ପୁଅ ମୃତଦେହ ଉଦ୍ଧାର , ହତ୍ୟା ଅଭିଯୋଗ ଆଣିଲା ପରିବାର

author img

By

Published : Jul 19, 2021, 6:48 PM IST

ନୟାଗଡ଼: ଘର ଭିତରୁ ମା’ ସହ ୩ ବର୍ଷୀୟ ଶିଶୁପୁତ୍ରର ମୃତଦେହ ଉଦ୍ଧାର ହୋଇଛି । ମୃତ୍ୟୁର କାରଣ ବର୍ତ୍ତମାନ ସୁଦ୍ଧା ସ୍ପଷ୍ଟ ହୋଇନଥିବାବେଳେ ହତ୍ୟା ଅଭିଯୋଗ ଆଣିଲେ ମହିଳାଙ୍କ ବାପଘର ସଦସ୍ୟ । ଏପରି କିଛି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ନୟାଗଡ଼ ଜିଲ୍ଲା ଇଟାମାଟି ଥାନା ଶଙ୍ଖେଇ ଗାଁରେ ।

ଘର ଭିତରୁ ମା 3 ବର୍ଷର ପୁଅ ମୃତଦେହ ଉଦ୍ଧାର , ହତ୍ୟା ଅଭିଯୋଗ ଆଣିଲା ପରିବାର

ମିଳିଥିବା ସୂଚନା ଅନୁସାରେ ଇଟାମାଟି ଥାନା ଶଙ୍ଖେଇ ଗାଁର ପ୍ରସନ୍ନ କୁମାର ସାହୁଙ୍କ ପତ୍ନୀ ମିଲି ସାହୁ ଏବଂ ତାଙ୍କର 3 ବର୍ଷୀୟ ପୁଅର ମୃତଦେହ ଘରେ ପଡିଥିବା ଦେଖିବାକୁ ମିଳିଛି । ତେବେ କେଉଁ କାରଣରୁ ଉଭୟ ମା ଓ ଶିଶୁର ମୃତ୍ୟୁ ହୋଇଛି ସେ ନେଇ ସଠିକ ତଥ୍ୟ ମିଳିପାରି ନାହିଁ । ତେବେ ଏହା ଆତ୍ମହତ୍ୟା କିମ୍ବା ହତ୍ୟା ତାହା ସ୍ପଷ୍ଟ ହୋଇନଥିବାବେଳେ ଖବର ପାଇ ଇଟାମାଟି ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

ଅନ୍ୟ ପଟେ ଭିନ୍ନ ଅଭିଯୋଗ ଆଣିଛନ୍ତି ମୃତ ମହିଳାଙ୍କ ପରିବାର । ତାଙ୍କ ଝିଅକୁ ନିର୍ଯ୍ୟାତନା ଦିଆଯିବା ସହ ପାରିବାରିକ କଳହ ଲାଗି ରହିଥିଲା । ଏହି କାରଣରୁ ମିଲିଙ୍କୁ ହତ୍ୟା କରାଯାଇଛି ବୋଲି ଅଭିଯୋଗ କରିଛନ୍ତି ମହିଳାଙ୍କ ମା ଏବଂ ଭାଇ । ସେପଟେ ଘଟଣା ଘଟିବା ପରେ ମୃତ ମହିଳାଙ୍କ ସ୍ବାମୀ ପ୍ରସନ୍ନ ଫେରାର ହୋଇଯିବା ଘଟଣା ସନ୍ଦେହକୁ ଆହୁରି ଘନୀଭୂତ କରିଛି । ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

ନୟାଗଡ଼ରୁ ଜୟେନ୍ଦ୍ର ବେହେରା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.