ETV Bharat / state

ମରଶରୀରକୁ ବଞ୍ଚାଇବାକୁ ପୂଜାର୍ଚ୍ଚନା ଘଟଣା: ଜିଲ୍ଲା ପ୍ରଶାସନର ସଚେତନତା ପାଇଁ ଦାବି - dead body worshiped

ମୃତଦେହକୁ ବଞ୍ଚାଇବାକୁ ପୂଜାର୍ଚ୍ଚନା ଘଟଣା। ଯାହାକୁ ନେଇ ରାଜ୍ୟରେ ତୀବ୍ର ଉତ୍ତେଜନା ପ୍ରକାଶ ପାଇଛି। ଲୋକଙ୍କ ମଧ୍ୟରେ ଅନ୍ଧବିଶ୍ବାସ ଘର କରିଥିବା ବେଳେ ସଚେତନତାର ଅଭାବ ପାଇଁ ଏପରି ଘଟଣା ଦେଖିବାକୁ ମିଳିଛି ବୋଲି କହିଛନ୍ତି ସମାଜସେବୀ। ଅଧିକ ପଢନ୍ତୁ...

ମରଶରୀରକୁ ବଞ୍ଚାଇବାକୁ ପୂଜାର୍ଚ୍ଚନା ଘଟଣା: ଜିଲ୍ଲା ପ୍ରଶାସନର ସଚେତନତା ପାଇଁ ଦାବୀ

author img

By

Published : Apr 6, 2021, 9:19 AM IST

Updated : Apr 6, 2021, 11:01 AM IST

ନୟାଗଡ଼: ମୃତଦେହକୁ ବଞ୍ଚାଇବାକୁ ପୂଜାର୍ଚ୍ଚନା ଘଟଣା। ଯାହା ସାରା ରାଜ୍ୟରେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଥିଲା । ଘଟଣାଟି ନୟାଗଡ ଜିଲ୍ଲା ଶରଣକୂଳ ଥାନା ବରସାହି ଅଞ୍ଚଳରେ ଦେଖିବାକୁ ମିଳିଥିଲା। ତେବେ ଏହାକୁ ନେଇ ରାଜ୍ୟରେ ତୀବ୍ର ଉତ୍ତେଜନା ପ୍ରକାଶ ପାଇଛି। ଲୋକଙ୍କ ମଧ୍ୟରେ ଅନ୍ଧବିଶ୍ବାସ ଘର କରିଥିବା ବେଳେ ସଚେତନତାର ଅଭାବ ପାଇଁ ଏପରି ଘଟଣା ଦେଖିବାକୁ ମିଳିଛି ବୋଲି କହିଛନ୍ତି ସମାଜସେବୀ।

ମରଶରୀରକୁ ବଞ୍ଚାଇବାକୁ ପୂଜାର୍ଚ୍ଚନା ଘଟଣା: ଜିଲ୍ଲା ପ୍ରଶାସନର ସଚେତନତା ପାଇଁ ଦାବି

କାରଣ ନୟାଗଡ଼ ଭଳି ଜିଲ୍ଲାରେ ଅନ୍ଧବିଶ୍ୱାସ କିଛି ନୂଆ କଥା ନୁହେଁ । ପୂର୍ବରୁ ଏପରି ଅନେକ ଘଟଣା ନଜିର ରହିଛି ଯେପରିକି ଚୋର ଧରିବାକୁ ଖଟ ବୁଲାଇବା, ଭୂତ ଭୟରେ ଗାଁ ଛାଡ଼ିବା, ସାପ କାମୁଡ଼ିଲେ ମନ୍ଦିରରେ ପାଣି ଢ଼ାଳିବା ଇତ୍ୟାଦି। ହେଲେ ଏହି ଅନ୍ଧବିଶ୍ୱାସକୁ ଦୂର କରିବା ପାଇଁ ନୟାଗଡ଼ ଜିଲ୍ଲା ପ୍ରଶାସନ ବ୍ୟାପକ ସଚେତନତା କାର୍ଯ୍ୟକ୍ରମ ଗ୍ରହଣ କରୁନାହିଁ l ଫଳରେ ଜନ ସଚେତନତାର ଘୋର ଅଭାବରୁ ଲୋକମାନେ ଏଭଳି ଅନ୍ଧବିଶ୍ୱାସକୁ ଆପଣାଉଛନ୍ତି l ତେଣୁ ଜିଲ୍ଲା ପ୍ରଶାସନ ବ୍ୟାପକ ସଚେତନତା କାର୍ଯ୍ୟକ୍ରମ ଗ୍ରହଣ କରିବା ଜରୁରୀ ବୋଲି ସମାଜସେବୀ ଦାବି କରିଛନ୍ତି।

ସୂଚନା ଥାଉକି, ଶରଣକୂଳ ଥାନା ସିଙ୍ଗରପୁରର ରବି ନାହାକ ନାମକ (45)ଜଣେ ବ୍ୟକ୍ତି ୨ ଦିନ ତଳେ ଦଣ୍ଡରେ ମିଶିଥିବା ବେଳେ ରବିବାର ତାଙ୍କର ଅଂଶୁଘାତ ଜନିତ ମୃତ୍ୟୁ ହୋଇଥିଲା l ତେବେ ମୃତ୍ୟୁପରେ ତାଙ୍କୁ ନୟାଗଡ଼ ପୋଷ୍ଟମର୍ଟମ ଗୃହରେ ବ୍ୟବଚ୍ଛେଦ କରାଯାଇଥିଲା । ପରେ ସଂସ୍କାର ପାଇଁ ଗାଁକୁ ଅଣାଯାଇଥିଲା । ମାତ୍ର ଗାଁ ଲୋକେ ତାଙ୍କ ଦେହରେ ଭଗବାନ ଥିବା କହି ପୋଷ୍ଟମର୍ଟମ ସରିଥିବା ମରଶରୀରକୁ ବଞ୍ଚାଇବା ପାଇଁ ରାତି ତମାମ ପୂଜା ଅର୍ଚ୍ଚନା ଜାରି ରଖିଥିଲେ । ଆଉ ମୃତ ବ୍ୟକ୍ତିଙ୍କ ଉପରେ ଗରା ଗରା ପାଣି ଢଳାଯିବା ସହ ନାମ ସଂକୀର୍ତ୍ତନ କରାଯାଇଥିଲା।

ନୟାଗଡରୁ ଜୟେନ୍ଦ୍ର ସାହୁ, ଇଟିଭି ଭାରତ

Last Updated : Apr 6, 2021, 11:01 AM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.