ETV Bharat / state

ବିନା ପଞ୍ଜିକରଣରେ ଚାଲିଛି ଦଶପଲ୍ଲା ହେଲଥ କେୟାର ହସ୍ପିଟାଲ !

author img

By

Published : Aug 2, 2022, 7:25 PM IST

ନୟାଗଡ଼ ଜିଲ୍ଲା ଦଶପଲ୍ଲାରେ ଥିବା ଘରୋଇ ହସ୍ପିଟାଲ ନାଁରେ ଅଭିଯୋଗ । ବିନା ପଞ୍ଜିକରଣରେ ଚାଲିଛି ଘରୋଇ ହେଲଥ କେୟାର ହସ୍ପିଟାଲ । ଅଧିକ ପଢ଼ନ୍ତୁ

ବିନା ପଞ୍ଜିକରଣରେ ଚାଲିଛି ଦଶପଲ୍ଲା ହେଲଥ କେୟାର ହସ୍ପିଟାଲ !
ବିନା ପଞ୍ଜିକରଣରେ ଚାଲିଛି ଦଶପଲ୍ଲା ହେଲଥ କେୟାର ହସ୍ପିଟାଲ !

ନୟାଗଡ଼ : ନୟାଗଡ଼ ଜିଲ୍ଲା ଦଶପଲ୍ଲାରେ ଚାଲିଛି ବେଆଇନ ହସ୍ପିଟାଲ । ବିନା ପଞ୍ଜିକରଣରେ ହେଲଥ କେୟାର ହସ୍ପିଟାଲ ଚାଲିଥିବା ଅଭିଯୋଗ ହୋଇଛି । ସୂଚନାନୁସାରେ ଦଶପଲ୍ଲା ହନୁମାନ ବଜାର ଉପରେ ଗତ ୨୯ ତାରିଖ ଦିନ ଉଦଘାଟନ ହୋଇଥିଲା ହେଲଥ୍ କେୟାର ହସ୍ପିଟାଲ । ନିୟମ ଅନୁସାରେ ପଞ୍ଜିକରଣ ଏବଂ ଅନୁମତି ମିଳିବା ପରେ ଘରୋଇ ହସ୍ପିଟାଲ ରୋଗୀ ସେବା ପ୍ରଦାନ କରିବା କଥା । ହେଲେ ଏହି ହସ୍ପିଟାଲ ଖୋଲିବାର ମାତ୍ର 3 ରୁ 4 ଦିନ ହୋଇଥିବା ବେଳେ ବିନା ପଞ୍ଜିକରଣରେ ରୋଗୀଙ୍କୁ ସେବା ଦିଆଯାଉଥିବା ଅଭିଯୋଗ ହୋଇଛି ।

ଏପରିକି ଅସ୍ତ୍ରୋପଚାର ମାଧ୍ୟମରେ ଜଣେ ଗର୍ଭବତୀ ପ୍ରସବ କରିଥିବା ଜଣାପଡିଛି । କିନ୍ତୁ ବଡ଼କଥା ହେଉଛି ଏହି ହସ୍ପିଟାଲର କୌଣସି କାଗଜପତ୍ର ନଥିବା ଅଭିଯୋଗ ହୋଇଛି l ଗଣମାଧ୍ୟମ ପ୍ରତିନିଧି ମାନେ ଏ ନେଇ ତନାଘନା କରିବା ପରେ, କୌଣସି ସୂତ୍ରରୁ ହସ୍ପିଟାଲ ମାଲିକ ଖବରପାଇ ମେଡିକାଲରେ ଥିବା ରୋଗୀଙ୍କୁ ଘରକୁ ପଠାଇ ଦେଇଛନ୍ତି ।

ଘରକୁ ଘର ଯାଇ ଡାକ୍ତର ଚିକିତ୍ସା କରିବେ ବୋଲି ରୋଗୀଙ୍କୁ ହସ୍ପିଟାଲ ତରଫରୁ କହିଥିବା କୁହାଯାଉଛି । ତେବେ ଉପସ୍ଥିତ ଥିବା ଡାକ୍ତର ବାବୁଙ୍କୁ ଏହି ସବୁ ବିଷୟରେ ପଚାରିବାରୁ ଡାକ୍ତର ବାବୁ ବାଇକରେ ବସି ଛୁ ମାରିଥିବା ଭିଡ଼ିଓ ସାମ୍ନାକୁ ଆସିଛି l ତେବେ ହସ୍ପିଟାଲ ପକ୍ଷରୁ ପଞ୍ଜିକରଣ ଏବଂ ଅନ୍ୟନ୍ୟ କାଗଜ ପତ୍ର ପାଇଁ ଆବେଦନ କରାଯାଇଥିବା ନେଇ ସୂଚନା ମିଳିଛି l ଅନ୍ୟପକ୍ଷରେ ଏପରି ଘଟଣା ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ନଜରକୁ ଆସିବା ପରେ ବିଭାଗ ତଦନ୍ତ କରିବାକୁ ଅଣ୍ଟା ଭିଡ଼ିଥିବା ଜଣାପଡିଛି l

ଇଟିଭି ଭାରତ, ନୟାଗଡ଼

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.