ETV Bharat / state

ବିଦ୍ୟୁତ ଆଘାତରେ ଜୀବନ ହାରିଲେ 2 - ନୟାଗଡ଼

ଘରେ ବିଦ୍ୟୁତ କାମ କରୁଥିବା ବେଳେ ଅଘଟଣ । ବିଦ୍ୟୁତ ଆଘାତରେ ଦୁଇ ଜଣଙ୍କର ମୃତ୍ଯୁ ।

ଫଟୋ ସୌଜନ୍ୟ: ପ୍ରତିନିଧି, ନୟାଗଡ଼
author img

By

Published : Sep 4, 2019, 6:01 PM IST

ନୟାଗଡ଼: ଅଚାନକ ମାଡ଼ି ଆସିଲା ମୃତ୍ୟୁ । ଆଉ ନେଇଗଲା ଜୀବନ । ଏମିତି ଏକ ଅଭାବନୀୟ ଘଟଣା ଘଟିଛି ରଣପୁର ଥାନା ରଂକଦେଉଳି ଗ୍ରାମରେ ।

ଭିଡ଼ିଓ ସୌଜନ୍ୟ: ପ୍ରତିନିଧି, ନୟାଗଡ଼

ଘରେ ଇଲେକ୍ଟ୍ରି ସମସ୍ୟା ଥିବାରୁ ମିସ୍ତ୍ରୀ ଭାବେ ଲକ୍ଷ୍ମଣ ସାହୁଙ୍କ ଘରକୁ କାମ କରିବାକୁ ଆସିଥିଲେ ରବି ପରିଡ଼ା । ଏହି ସମୟରେ ଲକ୍ଷ୍ମଣଙ୍କୁ ଲାଗିଥିଲା କରେଣ୍ଟ । ବିଦ୍ୟୁତ ଆଘାତରୁ ଲକ୍ଷ୍ମଣକୁ ଉଦ୍ଧାର କରିବାବେଳେ ରବିକୁ ମଧ୍ୟ ଲାଗିଥିଲା କରେଣ୍ଟ ।

ଉଭୟଙ୍କୁ ଗୁରୁତର ଅବସ୍ଥାରେ ନୟାଗଡ଼ ମେଡ଼ିକାଲକୁ ନେଇଯାଇଥିଲେ ପରିବାର ଲୋକେ । କିନ୍ତୁ ସେଠାରେ ଡ଼ାକ୍ତର ସେମାନଙ୍କୁ ମୃତ ଘୋଷଣା କରିଥିଲେ । ଘଟଣାସ୍ଥଳରେ ରଣପୁର ପୋଲିସ ପହଁଚି ମୃତଦେହକୁ ଜବତ କରିଛି । ଏକ ଅପମୃତ୍ୟୁ ମାମଲା ରୁଜୁ କରିବା ସହ ପୋଷ୍ଟମଟମ ପାଇଁ ନୟାଗଡ଼ ଆଣିଛି ।

ନୟାଗଡ଼ରୁ ଉତ୍ପଳ ସାହୁ, ଇଟିଭି ଭାରତ

Intro:ନୟାଗଡ଼, କରେଣ୍ଟ ଲାଗି ଦୁଇ ମୃତ । ଉଭୟେ ହେଲେ ଲକ୍ଷ୍ମଣ ସହୁ ଓ ରବି ପରିଡା । ଉଭୟଙ୍କ ଘର ରଣପୁର ଥାନା ରଂକଦେଉଳି ଗାଁ ରେ । Body:ରବି ପରିଡା ଆଜି ଦିନବେଳେ ଲକ୍ଷ୍ମଣଙ୍କ ଘରେ ଇଲେକ୍ଟ୍ରି କାମ କରିବାପାଇଁ ଆସିଥିଲେ । ହଠାତ ଲକ୍ଷ୍ମଣଙ୍କୁ କରେଣ୍ଟ ଲାଗିଥିଲା । ତାଙ୍କୁ ଉଦ୍ଧାର କରିବା ପାଇଁ ରବି ପରିଡା ଦଉଡି ଯାଇଥିଲେ । କିନ୍ତୁ ରବିଙ୍କୁ ମଧ୍ୟ କରେଣ୍ଟ ଲାଗିଥିଲା । ଗୁରୁତର ଅବସ୍ଥାରେ, ସେମାନଙ୍କୁ ନୟାଗଡ଼ ମେଡିକାଲକୁ ଅଣାଯାଇଥିଲା । ସେଠାରେ ସେମାନଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲା ।Conclusion:ରଣପୁର ପୋଲିସ ପହଂଚି ଶବକୁ ଜବତ କରିବା ସହ, ଏକ ଅପମୃତୁ ମାମଲା କରିବା ସହ ପୋଷ୍ଟମଟମ କରିବାପାଇଁ ନୟାଗଡ଼ ଆଣିଛି ।
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.