ETV Bharat / state

ଦମ୍ପତିଙ୍କ ଆତ୍ମହତ୍ୟା ଘଟଣା: କୋରୋନା ନା ଚିଟଫଣ୍ଡ ?

author img

By

Published : May 2, 2021, 8:17 PM IST

ନୟାଗଡ କୋରୋନାରେ ଆକ୍ରାନ୍ତ ଦମ୍ପତିଙ୍କ ଆତ୍ମହତ୍ୟା ଘଟଣା । କୋରୋନାକୁ ନେଇ ମାନସିକ ଚିନ୍ତାରେ ଆତ୍ମହତ୍ୟା କରିଥିବା ଜଣାପଡିଥିଲା । କିନ୍ତୁ ଏହାରି ଭିତରେ ଏହି ଘଟଣାକୁ ଅନ୍ୟ କାରଣକୁ ନେଇ ହେଉଛି ଚର୍ଚ୍ଚା । ଅଧିକ ପଢନ୍ତୁ...

covid19 family death in nayagada
ଏସ ଡି ପି ଓ,ଫୁଲବାଣୀ ସଦର

ନୟାଗଡ଼: କୋରୋନାରେ ଆକ୍ରାନ୍ତ ହେବାରୁ ଦମ୍ପତିଙ୍କ ଆତ୍ମହତ୍ୟା ଘଟଣା ସାରା ରାଜ୍ୟରେ ଅଲୋଡ଼ନ ସୃଷ୍ଟି କରିଥିଲା । କୋରୋନାକୁ ନେଇ ମାନସିକ ଚିନ୍ତାରେ ଆତ୍ମହତ୍ୟା କରିଥାଇପାରନ୍ତି ବୋଲି କୁହାଗଲା । କିନ୍ତୁ ଏହାରି ଭିତରେ ଆଉ ଏକ ଘଟଣାକୁ ନେଇ ଚର୍ଚ୍ଚା ଜୋର ଧରିଛି । ଘଟଣାରେ ଆସିଛି ନୂଆ ମୋଡ଼ ।

ଏସ ଡି ପି ଓ,ଫୁଲବାଣୀ ସଦର

ସୂଚନାଥାଉକି ନୟାଗଡ଼ ଜିଲ୍ଲା ରଣପୁର ଥାନା ଅଧୀନ ଦର୍ପନାରାୟଣପୁର ଫାଣ୍ଡି ଗୋଡ଼ିମଡ଼ା ଗାଁର ଗଗନ ପାତ୍ର (50)ଏବଂ ତାଙ୍କ ପତ୍ନୀ ଜ୍ୟୋସ୍ନା ପାତ୍ର (47) କୋରୋନାରେ ଆକ୍ରାନ୍ତ କାରଣରୁ ଗ୍ରୁହ ସଂଗରୋଧରେ ଥିଲେ । ଏପରିକି ତାଙ୍କର ଏକମାତ୍ର ପୁଅ ଡମ୍ବରୁ ପାତ୍ର ମଧ୍ୟ କୋରୋନାରେ ଆକ୍ରାନ୍ତ ହୋଇ ପୁରୀରେ ଚିକିତ୍ସାଧୀନ ଅବସ୍ଥାରେ ଅଛନ୍ତି । ଏକାଥରେ ପୁଅ ଏବଂ ନିଜକୁ କୋରୋନା ହୋଇଥିବାରୁ ମାନସିକ ଭାବେ ଭାରାକ୍ରାନ୍ତ ହୋଇପଡିଥିଲେ ଦମ୍ପତି । ଏପଟେ ଗାଁରେ ମଧ୍ୟ ସଭା କରାଯାଇ ଦମ୍ପତିଙ୍କ ସହ ନ ମିଶିବାକୁ କୁହାଯାଇଥିଲା । ସେମାନଙ୍କ ସହ କେହି ମିଳାମିଶା କରୁନଥିଲେ । ଏ ସବୁ ମାନସିକ ଚାପରେ ରହି ସ୍ୱାମୀ ସ୍ତ୍ରୀ ଜୀବନ ହାରିଥିବା କଥା ସାମ୍ନା କୁ ଆସିଥିଲା । ଏହାରି ମଧ୍ୟରେ ଆଉ ଏକ ଘଟଣାକୁ ନେଇ ପୋଲିସ ତଦନ୍ତ କରୁଛି ।

ସେପଟେ ଆତ୍ମହତ୍ୟା କରିଥିବା ଦମ୍ପତିଙ୍କ ପୁଅ ଡମ୍ବରୁ ପାତ୍ର ଏକ ଚିଟଫଣ୍ଡ କମ୍ପାନୀର ଏଜେଣ୍ଟ ଥିଲେ । ଆଖପାଖ ଲୋକଙ୍କ ଠାରୁ ଏବଂ ଗୋଡ଼ିମଡ଼ା ଏବଂ ବେଗୁନିଆପାଟଣା ଗ୍ରାମର ଅନେକ ଲୋକଙ୍କୁ ଠାରୁ ଟଙ୍କା ନେଇ ସମ୍ପୃକ୍ତ କମ୍ପାନୀରେ ଜମା କରିଥିଲେ । ତେବେ ପରିବର୍ତ୍ତି ସମୟରେ ଟଙ୍କା ବାନ୍ଧି ଲୋକଙ୍କୁ ଟଙ୍କା ନ ମିଳିବାରୁ ଡମ୍ବରୁଙ୍କ ସହ ବିବାଦ ଲାଗିରହିଥିଲା । ବାରମ୍ବାର ଟଙ୍କା ମାଗିବା ପରେ କମ୍ପାନୀ ଟଙ୍କା ଦେଉନଥିବା ଡମ୍ବରୁ କହିଥିଲେ । ବାରମ୍ବାର ମାଗିବା ପରେ ଡମ୍ବରୁ ଟଙ୍କା କାହାରିକୁ ଦେଇ ପାରିନଥିଲେ । ଏ ନେଇ ଅସନ୍ତୋଷ ବ୍ୟକ୍ତ କରୁଥିବା ଲୋକେ 29 ତାରିଖ ସନ୍ଧ୍ୟା ରେ ଗାଁ ସଭା ବସାଇ ଡ଼ମ୍ବରୁଙ୍କ ସମସ୍ତ ସମ୍ପତ୍ତିକୁ କୁଆଡ଼େ ନିଜ ଅଧିନ ଆଣିଥାନ୍ତେ ବୋଲି ସଭାରେ ନିଷ୍ପତ୍ତି ହୋଇଥିଲା । ଏହା ଜାଣିବାକୁ ପାଇଥିଲେ ଆତ୍ମହତ୍ୟା କରିଥିବା ଦମ୍ପତି । ପରେ ଗାଁ ସଭାରେ ଲୋକ ଲଜ୍ଜା ସହି ପାରିବେ ନାହିଁ ଏବଂ ନିଜ ସମ୍ପତ୍ତି ଗ୍ରାମବାସୀଙ୍କ ହାତକୁ ଚାଲିଯିବ ବୋଲି ଭାବି ଦମ୍ପତି ଆତ୍ମହତ୍ୟା କରିଥିବା ଚର୍ଚ୍ଚା ହେଉଛି । ପୋଲିସ ଏ ଦିଗରେ ମଧ୍ୟ ତଦନ୍ତ କରୁଥିବା ବେଳେ ସବୁ ଦିଗକୁ ନେଇ ଦମ୍ପତି ଆତ୍ମହତ୍ୟା କରିଥିବା ଆଲୋଚନା ହେଉଛି ।

ନୟାଗଡ଼ରୁ ଜୟେନ୍ଦ୍ର ବେହେରା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.