ETV Bharat / state

ଧାନ ମଣ୍ଡିରେ ଦୁର୍ନୀତି, ମୌଳିକ ସୁବିଧା ନାଁରେ ଅର୍ଥ ଆତ୍ମସାତ

ଚାଷୀଙ୍କୁ ମୌଳିକ ସୁବିଧା ଯୋଗାଇ ଦେବା ନାଁରେ କୋଟି କୋଟି ଟଙ୍କା ବ୍ୟୟବରାଦ। ହେଲେ ସେପଟେ, ମୌଳିକ ସୁବିଧା ଯୋଗାଇବା ବଦଳରେ ଜାଲ ବିଲ କରି କୋଟି କୋଟି ଟଙ୍କା ଆତ୍ମସାତ କରୁଛନ୍ତି କର୍ମଚାରୀ । ଏଭଳି ସାଙ୍ଘାତିକ ଅଭିଯୋଗ ଆସିଛି ନୟାଗଡ ଜିଲ୍ଲାରୁ । ଅଧିକ ପଢନ୍ତୁ...

author img

By

Published : Mar 17, 2021, 3:24 PM IST

ମୌଳିକ ସୁବିଧା ନାଁରେ ଅର୍ଥ ଆତ୍ମସାତ
ମୌଳିକ ସୁବିଧା ନାଁରେ ଅର୍ଥ ଆତ୍ମସାତ

ନୟାଗଡ: ମଣ୍ଡି ପରିଚାଳନା ନାଁରେ କୋଟି କୋଟି ଟଙ୍କାର ଆତ୍ମସାତ୍‌ । ହେଲେ ଏହାର ସୁଫଳ ପାଉନାହାଁନ୍ତି ଚାଷୀ । ମଣ୍ଡିରୁ ଧାନ ଉଠି ନ ପାରି ଚାଷୀ ହନ୍ତସନ୍ତ ହେଉଥିବାବେଳେ, ସେପଟେ ଚାଷୀଙ୍କ ନାଁରେ ସମବାୟ ସମିତିର ସଦସ୍ୟ ଟଙ୍କା ଲୁଟୁଥିବା ଅଭିଯୋଗ ହୋଇଛି । ଖରା, ବର୍ଷା ଶୀତ କାକରରେ ଚାଷୀ ନିଜ ଧାନ ବିକିବାକୁ ମଣ୍ଡିକୁ ଆସିଥାଏ । ଆଉ ରାତି ତମାମ ଏଠାରେ ଜଗି ରହୁଥାଏ । ହେଲେ ଶୌଚାଳୟ ଓ ପାନୀୟ ଜଳ ଭଳି ମୌଳିକ ସୁବିଧା ମିଳିପାରିନାହିଁ । ଯାହାର ଜଳ୍ବନ୍ତ ଉଦାହରଣ ନୟାଗଡ ଜିଲ୍ଲାରେ ଦେଖିବାକୁ ମିଳିଛି ।

ଧାନ ମଣ୍ଡିରେ ଦୁର୍ନୀତି; ମୌଳିକ ସୁବିଧା ନାଁରେ ଅର୍ଥ ଆତ୍ମସାତ

ଚାଷୀଙ୍କୁ ସହଜ ଓ ସୁବିଧାରେ ଧାନ କିଣିବାକୁ ସରକାର ଜିଲ୍ଲାରେ ଥିବା ଆରଏମସି ଜରିଆରେ ବିଭିନ୍ନ ସ୍ଥାନରେ ମଣ୍ଡି ଖୋଲୁଛନ୍ତି । ଯାହା ଦ୍ବାରା ଚାଷୀ ନିଜର ଉତ୍ପାଦିତ ଧାନକୁ ବିକ୍ରି କରିପାରିବ । ଏଥିପାଇଁ ସମସ୍ତ ମଣ୍ଡିରେ ଚାଷୀଙ୍କୁ ମୌଳିକ ସୁବିଧା ଯୋଗାଇ ଦେବାର ନିୟମ ରହିଛି। ପ୍ରତି ମଣ୍ଡିରେ ଚାଷୀଙ୍କ ପାଇଁ ପିଇବା ପାଣି, ଅସ୍ଥାୟୀ ଶୌଚାଳୟ ଏବଂ ଚାଷୀଙ୍କ ରହିବା ପାଇଁ ଅସ୍ଥାୟୀ ତମ୍ବୁ କରିବା ବାଧ୍ୟତାମୂଳକ । ମାତ୍ର ନୟାଗଡ ଜିଲ୍ଲାରେ ଏସବୁ କାଗଜ କଲମରେ ସୀମିତ ।

ମୌଳିକ ସୁବିଧା ନାଁରେ ଅର୍ଥ ଆତ୍ମସାତ
ମୌଳିକ ସୁବିଧା ନାଁରେ ଅର୍ଥ ଆତ୍ମସାତ
ମୌଳିକ ସୁବିଧା ନାଁରେ ଅର୍ଥ ଆତ୍ମସାତ
ମୌଳିକ ସୁବିଧା ନାଁରେ ଅର୍ଥ ଆତ୍ମସାତ

ଧାନ ମଣ୍ଡିର ସୁପରିଚାଳନା ପାଇଁ ଏମଏଫର ଦୁଇ ପ୍ରତିଶତରେ ଚାଷୀଙ୍କୁ ସମସ୍ତ ସୁବିଧା ଯୋଗାଇବାର ବ୍ୟବସ୍ଥା ରହିଛି । ଆରଏମସି ଜରିଆରେ ସମସ୍ତ ମଣ୍ଡିକୁ ପ୍ରତିବର୍ଷ ଟଙ୍କା ବ୍ୟୟବରାଦ ହୋଇଥାଏ । ଆରଟିଆଇ ତଥ୍ୟ ଅନୁସାରେ, 2018-19 ରେ 4 କୋଟି 94 ଲକ୍ଷ 63 ହଜାର 364 ଟଙ୍କା, 17-18ରେ 2 କୋଟି 52 ଲକ୍ଷ 42 ହଜାର 168 ଏବଂ 16-17ରେ 3 କୋଟି 31 ଲକ୍ଷ ଟଙ୍କା ଦିଆଯାଇଛି । ସେପଟେ, ମୌଳିକ ସୁବିଧା ମିଳୁନଥିବା ବେଳେ ଜାଲ ବିଲ ଦ୍ବାରା କୋଟି କୋଟି ଟଙ୍କାର ଖର୍ଚ୍ଚ କରାଯାଉଥିବା ଅଭିଯୋଗ ହୋଇଛି ।

ଅନ୍ୟପଟେ, ଚାଷୀଙ୍କ ନାଁରେ ବର୍ଷ ବର୍ଷ ଧରି ଏପରି ଟଙ୍କା ହଡପ ହେଉଥିବାବେଳେ ନିରବଦ୍ରଷ୍ଟା ସାଜିଛି ଜିଲ୍ଲାପ୍ରଶାସନ । ଏପରି ହେଉଥିଲେ ଅଭିଯୁକ୍ତଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଉପଜିଲ୍ଲାପାଳ କହିଛନ୍ତି । ତେବେ ରାଜକୋଷରୁ କୋଟି କୋଟି ଟଙ୍କା ହଡପ ହେଉଥିବାବେଳେ ଏହାର ଉଚ୍ଚସ୍ତରୀୟ ତଦନ୍ତ କରାଗଲେ ସତ୍ୟାସତ୍ୟ ଜଣାପଡିବ । ତେବେ ରାଜକୋଷରୁ କୋଟି କୋଟି ଟଙ୍କା ହଡପ ହେଉଥିବାବେଳେ ଟିକିଏ ସୁବିଧା ପାଇଁ ହଇରାଣ ହେଉଛି ଚାଷୀ । ଯାହାର ଉଚ୍ଚସ୍ତରୀୟ ତଦନ୍ତ କରାଯାଇ ସତ ଉନ୍ମୋଚନ କରିବାକୁ ସାଧାରଣରେ ହୋଇଛି ଦାବି ।
ନୟାଗଡରୁ ଜୟେନ୍ଦ୍ର ବେହେରା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.