ETV Bharat / state

ସ୍ୱାଧୀନତାର 75 ବର୍ଷ ପୂର୍ତ୍ତି ଅବସରରେ କଂଗ୍ରେସର 75 କିମି ପଦଯାତ୍ରାର ଶୁଭାରମ୍ଭ

author img

By

Published : Aug 10, 2022, 4:51 PM IST

ଓଡ଼ଗାଁ ବ୍ଳକ କଂଗ୍ରେସ ପକ୍ଷରୁ 75 କିଲୋମିଟର ପଦଯାତ୍ରା ଶୁଭାରମ୍ଭ । ଲଡୁବାବାଙ୍କ ପୀଠରୁ ବିଶାଳ ପଦଯାତ୍ରା ଗୋଡ଼ିପଡ଼ା ଅଭିମୁଖେ ବାହାରିଥିଲା । ସ୍ଵାଧୀନତାର ୭୫ ବର୍ଷ ପୂର୍ତ୍ତି ଓ କ୍ରାନ୍ତୀ ଦିବସ ଅବସରରେ ଦଳ ପକ୍ଷରୁ ଏଭଳି କାର୍ଯ୍ୟକ୍ରମ ହାତକୁ ନିଆଯାଇଥିଲା । ଅଧିକ ପଢନ୍ତୁ

ସ୍ୱାଧୀନତାର 75 ବର୍ଷ ପୂର୍ତ୍ତି ଅବସରରେ କଂଗ୍ରେସର 75 କିଲୋମିଟର ପଦଯାତ୍ରାର ଶୁଭାରମ୍ଭ

ନୟାଗଡ଼ : ସ୍ଵାଧୀନତାର ୭୫ ବର୍ଷ ପୂର୍ତ୍ତି ଓ କ୍ରାନ୍ତୀ ଦିବସ ଅବସରରେ ନୟାଗଡ଼ ଓଡ଼ଗାଁ ବ୍ଳକ କଂଗ୍ରେସ ପକ୍ଷରୁ 75 କିଲୋମିଟର ପଦଯାତ୍ରା ଶୁଭାରମ୍ଭ ହୋଇଛି । ବ୍ଳକ ସଭାପତି ପୂର୍ଣ୍ଣ ଚନ୍ଦ୍ର ନାୟକଙ୍କ ନେତୃତ୍ବରେ ପ୍ରସିଦ୍ଧ ଶରଣକୁଳ ଲଡୁବାବାଙ୍କ ପୀଠରୁ ବିଶାଳ ପଦଯାତ୍ରା ଗୋଡ଼ିପଡ଼ା ଅଭିମୁଖେ ବାହାରିଥିଲା l ସ୍ବାଧୀନତା ସଂଗ୍ରାମରେ କଂଗ୍ରେସର ଭୂମିକା ସମ୍ପର୍କରେ ଲୋକଙ୍କୁ ସଚେତନ କରାଇଥିଲେ କର୍ମୀ ମାନେ l

ଏହି କାର୍ଯକ୍ରମରେ ନୟାଗଡ ଜିଲ୍ଲାର କଂଗ୍ରେସ ପର୍ଯ୍ୟବେକ୍ଷକ ପ୍ରଦେଶ କଂଗ୍ରେସ କମିଟିର ମୁଖପାତ୍ର ନିଶିକାନ୍ତ ମିଶ୍ର, ନୟାଗଡ ଜିଲ୍ଲା କଂଗ୍ରେସ ସଭାପତି ରଣଜିତ କୁମାର ଦାସଙ୍କ ସମେତ ବହୁ ନେତା ଓ କର୍ମୀ ସାମିଲ ହୋଇଥିଲେ l ନୟାଗଡ ଜିଲ୍ଲାର କଂଗ୍ରେସ କମିଟିର ପର୍ଯ୍ୟବେକ୍ଷକ ନିଶିକାନ୍ତ ମିଶ୍ର ଭାରତ ଯୋଡ କାର୍ଯ୍ୟକ୍ରମକୁ ଶୁଭାରମ୍ଭ କରିଥିଲେ । ଏବଂ ଜିଲ୍ଲା କଂଗ୍ରେସ ସଭାପତି ରଣଜିତ ଦାସଙ୍କ ସହିତ ଉପସ୍ଥିତ ନେତାମାନେ କେନ୍ଦ୍ରର ବିଜେପି ସରକାର ଓ ରାଜ୍ୟର ବିଜେଡି ସରକାରଙ୍କ ଜନମାରଣ ନୀତିକୁ ଦୃଢ ନିନ୍ଦା କରିଛନ୍ତି ।

ଇଟିଭି ଭାରତ, ନୟାଗଡ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.