ETV Bharat / state

ନୟାଗଡ଼ରେ କଙ୍ଗାରୁ କୋର୍ଟ: ନ୍ୟାୟ ପାଇଁ ମାନବାଧିକାର କମିଶନଙ୍କ ନିକଟରେ ଅଭିଯୋଗ

author img

By

Published : Jul 6, 2021, 7:58 PM IST

ନୟାଗଡ଼ରେ କଙ୍ଗାରୁ କୋର୍ଟକୁ ନେଇ ଜାତୀୟ ମାନବାଧିକାର କମିଶନଙ୍କ ନିକଟରେ ଅଭିଯୋଗ କଲେ ମାନବାଧିକାର କର୍ମୀ ଦେବଦ୍ଵିତୀ ପ୍ରଧାନ । ଜମିଜମା ବିବାଦକୁ ନେଇ ଗୋଟିଏ ପରିବାରର ଘରକୁ ଜେସିବି ଲଗାଇ ଭାଙ୍ଗିବା ସହ ନିଆଁ ପାଣି ବାସନ୍ଦ କରିଛନ୍ତି ଗ୍ରାମବାସୀ । ଅଧିକ ପଢ଼ନ୍ତୁ...

ନୟାଗଡ଼ରେ କଙ୍ଗାରୁ କୋର୍ଟ: ନ୍ୟାୟ ପାଇଁ ମାନବାଧିକାର କମିଶନଙ୍କ ନିକଟରେ ଅଭିଯୋଗ
ନୟାଗଡ଼ରେ କଙ୍ଗାରୁ କୋର୍ଟ: ନ୍ୟାୟ ପାଇଁ ମାନବାଧିକାର କମିଶନଙ୍କ ନିକଟରେ ଅଭିଯୋଗ

ନୟାଗଡ଼: ନୟାଗଡ଼ରେ କଙ୍ଗାରୁ କୋର୍ଟକୁ ନେଇ ଜାତୀୟ ମାନବାଧିକାର କମିଶନଙ୍କ ନିକଟରେ ଅଭିଯୋଗ କଲେ ମାନବାଧିକାର କର୍ମୀ ଦେବଦ୍ଵିତୀ ପ୍ରଧାନ । ଜମିଜମା ବିବାଦକୁ ନେଇ ଗୋଟିଏ ପରିବାରର ଘରକୁ ଜେସିବି ଲଗାଇ ଭାଙ୍ଗିବା ସହ ନିଆଁ ପାଣି ବାସନ୍ଦ କରିଛନ୍ତି ଗ୍ରାମବାସୀ । କେବଳ ଏତିକି ନୁହେଁ, ଜମି ନ ଛାଡିଲେ ଜୀବନରୁ ମାରି ଦେବାକୁ ମଧ୍ୟ ମିଳିଛି ଧମକ । ନୟାଗଡ଼ ଜିଲ୍ଲା ଗଣିଆ ଥାନା ଅଧୀନ ରାଉତପଡ଼ା ଗ୍ରାମରେ ଦେଖିବାକୁ ମିଳିଛି ଏପରି ଘଟଣା l

ରାଉତପଡ଼ା ଗ୍ରାମର ବୀରବର ବେହେରା ସରକାରୀ ଜମିରେ 1988 ମସିହାରୁ ରହିଆସୁଥିଲେ l ସରକାରୀ ଜମିରେ ଘର କରିଥିବାରୁ ତାଙ୍କ ବିରୋଧରେ ପ୍ରଶାସନ କେସ କରିଥିଲା । ଫଳରେ ସେବେ ଠାରୁ ବୀରବର ଏହି ସ୍ଥାନକୁ ବ୍ୟବହାର କରିବା ସହ ଫାଇନ ଦେବା ସହ ନିଜ ନାମରେ ଉକ୍ତ ସରକାରୀ ଜମି କରାଇନେବାକୁ ସେ ପ୍ରଶାସନକୁ ଦାବି ମଧ୍ୟ କରିଆସୁଥିଲେ । କିନ୍ତୁ ଏହି ସରକାରୀ ଜମିରେ ଏକ କ୍ଳବଘର ନିର୍ମାଣ ପାଇଁ ଗ୍ରାମବାସୀ ନିଷ୍ପତ୍ତି ନେଇଥିବାବେଳ ବୀରବରଙ୍କ ପରିବାରକୁ ଉକ୍ତ ଜମି ଛାଡି ଅନ୍ୟତ୍ର ଚାଲିଯିବାକୁ କହିଥିଲେ ।

ତେବେ ବୀରବର ଏହାକୁ ବିରୋଧ କରିଥିଲେ । ଗ୍ରାମର ଅନ୍ୟ କିଛି ବ୍ୟକ୍ତି ମଧ୍ୟ ସରକାରୀ ଜମିକୁ ଜବରଦଖଲ କରିଛନ୍ତି, ସେମାନେ ଦଖଲମୁକ୍ତ କଲେ ସେ ମଧ୍ୟ ସରକାରୀ ଜମି ଛାଡ଼ି ଦେବେ ବୋଲି କହିଥିଲେ ବୀରବର । ପରେ ଗ୍ରାମବାସୀ ଓ ବୀରବରଙ୍କ ପରିବାର ମଧ୍ୟରେ ବିବାଦ ଆରମ୍ଭ ହୋଇଥିଲା । ଗ୍ରାମବାସୀ ମିଳିତ ଭାବେ ଜେସିବି ଲଗାଇ ବୀରବରଙ୍କ ଘର ଏବଂ ଗୁହାଳ ଭାଙ୍ଗି ଦେଇଥିବାବେଳେ ଗ୍ରାମରେ କଙ୍ଗାରୁକୋର୍ଟ କରି ସମ୍ପୃକ୍ତ ପରିବାରକୁ ନିଆଁ ପାଣି ବାସନ୍ଦ ମଧ୍ୟ କରିଥିଲେ । ଏ ନେଇ ଗଣିଆ ଥାନାରେ ପୀଡିତ ପରିବାର ଲିଖିତ ଅଭିଯୋଗ ପରେ ଗ୍ରାମବାସୀଙ୍କ ନାମରେ ମାମଲା ରୁଜୁ କରିଛି ପୋଲିସ ।

କଙ୍ଗାରୁ କୋର୍ଟର ଶିକାର ହୋଇଥିବା ପରିବାରର ଅଭିଯୋଗକୁ ଗୁରୁତର ସହ ବ୍ଲକ ପ୍ରଶାସନ କିମ୍ବା ପୋଲିସ ପ୍ରଶାସନ ଗ୍ରହଣ କରୁନାହାନ୍ତି l ତେଣୁ ଏନେଇ ନ୍ୟାୟ ପାଇଁ ଜାତୀୟ ମାନବାଧିକାର କର୍ମୀଙ୍କ ନିକଟରେ ଅଭିଯୋଗ ହୋଇଛି l

ନୟାଗଡ଼ରୁ ଜୟେନ୍ଦ୍ର ବେହେରା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.