ETV Bharat / state

ମାଘ ଜାଡରେ ଥରୁଛି ନୟାଗଡ - ହାଡ଼ଭଙ୍ଗା ଶୀତରେ ଥରୁଛନ୍ତି ଦଶପଲ୍ଲାବାସୀ

ନୟାଗଡ଼ ଜିଲ୍ଲାରେ ଗତ କିଛି ଦିନ ହେଲା ଥଣ୍ତା ବଢିବାରେ ଲାଗିଛି l ଦଶପଲ୍ଲା ଏକ ପାହାଡ଼ିଆ ଘଞ୍ଚ ଜଙ୍ଗଲ ମଧ୍ୟରେ ରହିଥିବାରୁ ଏଠାରେ ଶୀତ ପ୍ରଭାବ ଅଧିକ ମାତ୍ରାରେ ଦେଖିବାକୁ ମିଳିଛି। ଅସହ୍ୟ ଶୀତ ହେବା ଫଳରେ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଛି। ଅଧିକ ପଢ଼ନ୍ତୁ

winter wave in nayagarh
ହାଡ଼ଭଙ୍ଗା ଶୀତରେ ଥରୁଛନ୍ତି ନୟାଗଡ଼ ବାସୀ
author img

By

Published : Feb 6, 2022, 10:53 AM IST

ନୟାଗଡ଼: ରାଜ୍ୟରେ ଜାରି ରହିଛି ଶୀତର ଲହରୀ l ଏହା ସାଙ୍ଗକୁ ଜାଡ଼ରେ ଧରୁଛି ସାରା ଓଡ଼ିଶା l ବନ ଜଙ୍ଗଲ ଘେରା ଅଞ୍ଚଳ ମାନଙ୍କରେ ଶୀତର ପ୍ରଭାବ ବେଶ ଅଧିକ ରହୁଛି। ନୟାଗଡ଼ ଜିଲ୍ଲା ଦଶପଲ୍ଲା ଗ୍ରାମରେ ଅସହ୍ୟ ଶୀତ ହେଉଥିବା ଦେଖିବାକୁ ମିଳିଛି । ଯାହା ଫଳରେ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଛି।

ହାଡ଼ଭଙ୍ଗା ଶୀତରେ ଥରୁଛନ୍ତି ନୟାଗଡ଼ ବାସୀ

ଜିଲ୍ଲାରେ ଗତ କିଛି ଦିନ ହେଲା ଥଣ୍ତା ବଢିବାରେ ଲାଗିଛି l ଦଶପଲ୍ଲା ଏକ ପାହାଡ଼ିଆ ଘଞ୍ଚ ଜଙ୍ଗଲ ମଧ୍ୟରେ ରହିଥିବାରୁ ଏଠାରେ ଶୀତ ପ୍ରଭାବ ଅଧିକ ମାତ୍ରାରେ ଦେଖିବାକୁ ମିଳିଛି । ସକାଳ 9ଟା ନହେଲେ ଲୋକେ ଘରୁ ବାହାରି ପାରୁନାହାଁନ୍ତି l ଚାରିଆଡ଼େ କୁହୁଡ଼ି ଯୋଗୁଁ ରାସ୍ତା ଘାଟ କିଛି ଦେଖା ଯାଉନାହିଁ। ଏଥିସହ ଶୀତରୁ ରକ୍ଷା ପାଇବା ପାଇଁ ଛୋଟରୁ ବୃଦ୍ଧ ଯାଏ ସମସ୍ତେ ନିଆଁର ଉଷ୍ମତା ନେଉଛନ୍ତି l ସେପଟେ ସକାଳୁ ଚା ଦୋକାନରେ ଲୋକେ ଭିଡ଼ ଜମାଉଛନ୍ତି। ସଞ୍ଜ ନଇଁବା କ୍ଷଣି ଶୀତ ମାଡ଼ି ଆସିବା ଫଳରେ ଜନଜୀବନ ବେଶ ପ୍ରଭାବିତ ହେଉଛି ।

ଦଶପଲ୍ଲାର ଏହି ଶୀତୁଆ ସକାଳର ଏକ ନିଆରା ଦୃଶ୍ୟ ସୃଷ୍ଟି କରୁଛି । କାକରର ପ୍ରଭାବରେ ଘାସ ଗାଲିଚା ଉପରେ ପଡ଼ୁଛି ଟୋପା ଟୋପା ଜଳ ବିନ୍ଦୁର ଆସ୍ତରଣ । ଏହା ପ୍ରାକୃତିକ ସୌନ୍ଦର୍ଯ୍ୟରେ ଭରପୁର ହୋଇଥିବାରୁ ଦଶପଲ୍ଲା ଅଞ୍ଚଳରେ ଥିବା ପର୍ଯ୍ୟଟନସ୍ଥଳୀରେ ଶୀତ ଦିନିଆ ମଜା ନେଉଛନ୍ତି ପର୍ଯ୍ୟଟକ l

ନୟାଗଡ଼ରୁ ଜୟେନ୍ଦ୍ର ବେହେରା, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.