ନୟାଗଡ଼: ଜିଲ୍ଲାରେ କଂଗ୍ରେସ ଚିନ୍ତନ ଶିବିର ଅନୁଷ୍ଠିତ ହୋଇଯାଇଛି । କଂଗ୍ରେସ କମିଟି ସଭାପତି ରଣଜିତ ଦାଶଙ୍କ ଅଧ୍ୟକ୍ଷତାରେ ସ୍ଥାନୀୟ ହୋଟେଲ ନୀଳମାଧଵ ସମ୍ମିଳନୀ କକ୍ଷରେ ଏହି ଚିନ୍ତନ ଶିବିର ଅନୁଷ୍ଠିତ ହୋଇଯାଇଛି । ଏହି ଶିବିରରେ ସିଧାସଳଖ ବିଜେଡିକୁ ଆକ୍ଷେପ କରିଛି କଂଗ୍ରେସ ।
ଜିଲ୍ଲାକୁ ମନ୍ତ୍ରୀ ଶୂନ୍ୟ କରାଯାଇ ୧୨ ଲକ୍ଷ ଜିଲ୍ଲାବାସୀଙ୍କ ପ୍ରତି ନବୀନ ସରକାର ବିଶ୍ୱାସଘାତ କରିଥିବା ଦଳ ପକ୍ଷରୁ କୁହାଯାଇଛି । ଏହା ସହ ୨୦୨୪ ନିର୍ବାଚନ ପାଇଁ ପିସିସି ସଭାପତି ଶରତ ପଟ୍ଟନାୟକଙ୍କ ଆହ୍ୱାନ ୯ ରୁ ୯୦ ବିଧାୟକ ଆସିବେ ବୋଲି କଂଗ୍ରେସ କମିଟି ସଭାପତି କହିଥିଲେ l ଜିଲ୍ଲାରେ ଜଳସେଚନ ପାଇଁ ଗଣିଆ ସୁବଳୟା, ଭାପୁର ପଦ୍ମାବତୀରେ ବ୍ୟାରେଜ ନିର୍ମାଣ, ନୂଆ ଚିନିକଳ ସ୍ଥାପନ, ମେଡିଜାଲ କଲେଜ ପ୍ରତିଷ୍ଠା, ଯୁବକଙ୍କ ପାଇଁ ରୋଜଗାର ଦାବିରେ ଅଗଷ୍ଟ ୯ ତାରିଖରୁ ଗ୍ରାମାଞ୍ଚଳ ସହରାଞ୍ଚଳରେ ୧୦୦ କିଲୋମିଟର ଭାରତଯୋଡ ପଦଯାତ୍ରା ପାଇଁ ଚିନ୍ତନ ଶିବିରରେ ଘୋଷଣା କରାଯାଇଥିଲା । ଏଥିସହ ଓଡଗାଁ ବ୍ଲକ କଂଗ୍ରେସ ପୂର୍ବ ସଭାପତି ଗଜେନ୍ଦ୍ର ସାହୁଙ୍କ ବିୟୋଗରେ ତାଙ୍କ ଆତ୍ମାର ସଦଗତି କାମନା କରଯାଇ ଦୁଇ ମିନିଟ ନୀରବ ପ୍ରାର୍ଥନା କରାଯାଇଥିଲା ।
ଏହି କାର୍ଯ୍ୟକ୍ରମରେ ଜିଲ୍ଲା ପର୍ଯ୍ୟବେକ୍ଷଜ ବରିଷ୍ଠ ନେତା ମନୋରଞ୍ଜନ ଦାସ, ପ୍ରଦେଶ କିଷାନ କଂଗ୍ରେସ ସଭାପତି ଅମୀୟ ପଟ୍ଟନାୟକ, ପିସିସି ସାଧାରଣ ସମ୍ପାଦକ ବିସ୍ମୟ ମହାପାତ୍ର, ପିସିସି ସମ୍ପାଦକ ହୁସେନ ଖାଁ, କନ୍ଧମାଳ ଜିଲ୍ଲା ସଭାପତି ଅନାମ ଚରଣ ନାୟକ ସମେତ ବହୁ ନେତା କର୍ମୀ ଉପସ୍ଥିତ ରହିଥିଲେ ।
ଇଟିଭି ଭାରତ, ନୟାଗଡ଼