ETV Bharat / state

ରଥଯାତ୍ରା ପାଇଁ ନୟାଗଡ଼ରୁ ପୁରୀ ଗଲା ପ୍ରଥମ ରଥ କାଠ

author img

By

Published : Feb 12, 2021, 3:56 PM IST

Updated : Feb 12, 2021, 4:29 PM IST

ଚଳିତ ବର୍ଷ ରଥଯାତ୍ରା ପାଇଁ ନୟାଗଡ଼ ଦଶପଲ୍ଲା ବନାଞ୍ଚଳରୁ ପୁରୀ ଗଲା ପ୍ରଥମ ରଥ କାଠ l ଆଜି ରାତିରେ ପୁରୀ ବଡ଼ଦାଣ୍ଡରେ ପହଞ୍ଚିବ ଏହି କାଠ । ଅଧିକ ପଢନ୍ତୁ...

ରଥଯାତ୍ରା ପାଇଁ ନୟାଗଡ଼ରୁ ପୁରୀକୁ ଗଲା ପ୍ରଥମ ରଥ କାଠ

ନୟାଗଡ: ଆଉ କେଇଟା ମାସ ପରେ ମହାପ୍ରଭୁଙ୍କ ବିଶ୍ବ ପ୍ରସିଦ୍ଧ ରଥଯାତ୍ରା ଅନୁଷ୍ଠିତ ହେବ । ଏଣୁ ରଥ ନିର୍ମାଣ ପାଇଁ ନୟାଗଡରୁ ପୁରୀ ଗଲା ରଥ କାଠ । ଶୁକ୍ରବାର ନୟାଗଡ ଦଶପଲ୍ଲା ବନାଞ୍ଚଳର ପୋଖରିଗୋଛା ଜଙ୍ଗଲରୁ ଦୁଇ ଟ୍ରିପ କାଠ ସଂଗ୍ରହ କରାଯାଇ ଟ୍ରକ ଯୋଗେ ପୁରୀକୁ ପଠାଯାଇଛି । ଆଜି ରାତି ମଧ୍ୟରେ ଏହା ବଡଦାଣ୍ଡରେ ପହଞ୍ଚିବ ।

ରଥଯାତ୍ରା ପାଇଁ ନୟାଗଡ଼ରୁ ପୁରୀ ଗଲା ପ୍ରଥମ ରଥ କାଠ
ରଥଯାତ୍ରା ପାଇଁ ନୟାଗଡ଼ରୁ ପୁରୀକୁ ଗଲା ପ୍ରଥମ ରଥ କାଠ

ବିଧି ଅନୁଯାୟୀ ମହାପ୍ରଭୁଙ୍କ ରଥ ନିର୍ମାଣ ପାଇଁ ଶ୍ରୀପଞ୍ଚମୀ ଦିନ ରଥ କାଠ ଅନୁକୂଳ ହେବ । ଏନେଇ ଆଜି ନୟାଗଡ ବନାଖଣ୍ଡ ପକ୍ଷରୁ ଦଶପଲ୍ଲା ମହାବୀର ମନ୍ଦିର ଆଗରେ ରଥ କାଠ ପୂଜା କରାଯାଇ ରଥଯାତ୍ରା ନିମନ୍ତେ ପୁରୀକୁ ଯୋଗାଣର ଶୁଭାରମ୍ଭ କରାଯାଇଛି । ଚଳିତ ବର୍ଷ ପୁରୀକୁ ରଥ କାଠ ପ୍ରେରଣ ପାଇଁ ଗତମାସ 11 ତାରିଖ ଦିନ ମହାପ୍ରଭୁଙ୍କ ଆଜ୍ଞାମାଳ ଧରି ଶ୍ରୀମନ୍ଦିର ନୀତି ପ୍ରଶାସକ ନୟାଗଡ ପହଞ୍ଚିଥିଲେ ।

ନୟାଗଡରୁ ଜୟେନ୍ଦ୍ର ବେହେରା, ଇଟିଭି ଭାରତ

Last Updated : Feb 12, 2021, 4:29 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.