ETV Bharat / state

Nayagarh Accident: ନୟାଗଡରେ ବସ୍‌-ଟ୍ରକ ଧକ୍କାରେ ଜଣେ ମୃତ, ୬ ଗୁରୁତର

ନୟାଗଡରେ ବସ୍ ଦୁର୍ଘଟଣା । ଏଥିରେ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୬ ଜଣ ଗୁରୁତର । ଅଧିକ ପଢନ୍ତୁ

author img

By

Published : Nov 29, 2022, 9:45 AM IST

Updated : Nov 29, 2022, 12:57 PM IST

Nayagarh Accident: ନୟାଗଡରେ ବସ୍‌-ଟ୍ରକ ଧକ୍କାରେ ଜଣେ ମୃତ, ୬ ଗୁରୁତର
Nayagarh Accident: ନୟାଗଡରେ ବସ୍‌-ଟ୍ରକ ଧକ୍କାରେ ଜଣେ ମୃତ, ୬ ଗୁରୁତର

ନୟାଗଡ: ଭାରସାମ୍ୟ ହରାଇ ମାର୍ବଲ ବୋଝେଇ ଟ୍ରକକୁ ପିଟିଲା ଯାତ୍ରୀବାହୀ ବସ୍(Bus Hits Truck In Nayagarh) । ଦୁର୍ଘଟଣାରେ ଜଣକ ମୃତ୍ୟୁ ହୋଇଥିବାବେଳେ, 6 ଜଣ ଗୁରୁତର । ଆଜି(ମଙ୍ଗଳବାର) ଭୋର୍ ପ୍ରାୟ ୩ଟା ସମୟରେ ନୟାଗଡ଼ ଜିଲ୍ଲା ଇଟାମାଟି ଥାନା ଅନ୍ତର୍ଗତ ଭାରତ ପେଟ୍ରୋଲ ପମ୍ପ ନିକଟରେ ଏହି ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି । ଗୁରୁତର ଆହତମାନଙ୍କୁ ଉଦ୍ଧାର କରାଯାଇ ନୟାଗଡ ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି । ତେବେ ଏଥିରେ ପ୍ରାଣ ହରାଇଥିବା ଯାତ୍ରୀ ଜଣେ ଶିକ୍ଷକ ଓ ସେ ଭୁବନେଶ୍ବରରେ ଚାଲୁଥିବା ଶିକ୍ଷକ ଆନ୍ଦୋଳନରେ ସାମିଲ ହେବାକୁ ଯାଉଥିବାର ଜଣାପଡିଛି ।

ସୂଚନା ମୁତାବକ, ମାଣିକେଶ୍ବରୀ ନାମକ ଯାତ୍ରୀବାହୀ ବସ୍ ସବୁଦିନ ପରି ଗନ୍ତବ୍ୟସ୍ଥଳରୁ ବାହାରିଥିଲା । ରାତି ପ୍ରାୟ 3ଟା ସମୟରେ ନୟାଗଡରୁ ଯାତ୍ରୀଙ୍କୁ ନେଇ ଭୁବନେଶ୍ୱର ଅଭିମୁଖେ ଯାଉଥିଲା । ଏତିକି ବେଳେ ଭାରସାମ୍ୟ ହରାଇ ଇଟାମାଟି ପେଟ୍ରୋଲ ପମ୍ପ ନିକଟରେ ଛିଡା ହୋଇଥିବା ଏକ ମାଲ୍ ବୋଝେଇ ଟ୍ରକ୍‌ ସହ ପିଟି ହୋଇଥିଲା । ଫଳରେ ବସ୍‌ରେ ଥିବା ଯାତ୍ରୀମାନେ ଗୁରୁତର ଆହତ ହୋଇଥିଲେ । ଖବର ପାଇ ଇଟାମାଟି ଥାନା IIC ବିଶ୍ୱଜିତ ରାଉତରାୟ ଘଟଣାସ୍ଥଳରେ ପହଞ୍ଚି ଆମ୍ବୁଲାନ୍ସ ଓ ଅଗ୍ନିଶମ ବିଭାଗ ସହାୟତାରେ 7 ଜଣ ଯାତ୍ରୀଙ୍କୁ ଉଦ୍ଧାର କରି ନୟାଗଡ ମୁଖ୍ୟ ଚିକିତ୍ସାଳୟକୁ ପଠାଇଥିଲେ । ସେମାନଙ୍କ ମଧ୍ୟରୁ ଜଣେ ଯାତ୍ରୀକୁ ଡାକ୍ତର ମୃତ ଘୋଷଣା କରିଥିବା ବେଳେ 2 ଜଣ ଗୁରୁତର ଥିବାରୁ ଭୁବନେଶ୍ୱର ସ୍ଥାନାନ୍ତରିତ କରାଯାଇଛି ।

ଏହାମଧ୍ୟ ପଢନ୍ତୁ: କେନ୍ଦୁଝରରେ ଦମ୍ପତିଙ୍କୁ ଗୁଳି କରି ହତ୍ୟା

ମୃତ ବ୍ୟକ୍ତିଙ୍କ ନାମ ଅମର ଚାନ୍ଦ ଓ ଘର ଜୁନାଗଡ଼ । ମୃତକ ଜଣେ ଶିକ୍ଷକ ହୋଇଥିବା ହୋଇଥିବା ଶୁଣିବାକୁ ମିଳୁଛି । ସେ ଶିକ୍ଷକ ଆନ୍ଦୋଳନରେ ସାମିଲ ହେବାକୁ ଯାଉଥିଲେ । ଏହି ଦୁର୍ଘଟଣା ପରେ ଇଟାମାଟି ପୋଲିସ ୨ଟି ଗାଡିକୁ ଜବତ କରି ତଦନ୍ତ ଚଳାଇ ଥିବାବେଳେ ଘଟଣାସ୍ଥଳରୁ ବସ୍ ଡ୍ରାଇଭର ଫେରାର ହୋଇଯାଇଥିବା ସୂଚନା ମିଳିଛି ।

ଇଟିଭି ଭାରତ, ନୟାଗଡ

Last Updated : Nov 29, 2022, 12:57 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.