ETV Bharat / state

ଗଛରେ ପିଟି ହେଲା ବସ୍‌: 10 ଆହତ, 2 ଗୁରୁତର

ନୟାଗଡ ଜିଲ୍ଲା ଗଣିଆ ଥାନା ଅଞ୍ଚଳରେ ଆମ୍ବ ଗଛକୁ ପିଟି ହୋଇ ଏକ ବସ୍ ଦୁର୍ଘଟଣାଗସ୍ତ ହୋଇଛି । ଫଳରେ ଏହି ଦୁର୍ଘଟଣାରେ 10 ଯାତ୍ରୀ ଆହତ ହୋଇଛନ୍ତି । ବୁଧବାର ବିଳମ୍ବିତ ରାତିରେ ଘଟିଛି ଏହି ଦୁର୍ଘଟଣା ।

ଡିଜାଇନ ଫଟୋ
author img

By

Published : Sep 12, 2019, 8:08 AM IST

ନୟାଗଡ: ଭାରସାମ୍ୟ ହରାଇ ଗଛରେ ପିଟି ହେଲେ ଯାତ୍ରୀବାହୀ ବସ୍‌ । ଫଳରେ 10 ଜଣ ଯାତ୍ରୀ ଆହତ ହୋଇଥିବା ବେଳେ ସେମାନଙ୍କ ମଧ୍ୟରୁ 5ଜଣଙ୍କ ଅବସ୍ଥା ଗୁରୁତର ରହିଛି । ବୁଧବାର ବିଳମ୍ବିତ ରାତିରେ ନୟାଗଡ ଜିଲ୍ଲା ଗଣିଆ ଥାନା ଅଧିନସ୍ଥ ଗୋପାଳ ପ୍ରସାଦ ନିକଟରେ ଘଟିଛି ମର୍ମନ୍ତୁଦ ଦୁର୍ଘଟଣା । ସମସ୍ତ ଆହତଙ୍କୁ ସ୍ଥାନୀୟ ଗଣିଆ ମେଡିକାଲରେ ଭର୍ତ୍ତି କରାଯାଇଛି । ସେମାନଙ୍କ ମଧ୍ୟରୁ 2ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ହେବାରୁ ତାଙ୍କୁ ଭୁବନେଶ୍ବର ସ୍ଥାନାନ୍ତର କରାଯାଇଛି ।

ସୂଚନା ଅନୁଯାୟୀ, ଯାତ୍ରୀଙ୍କୁ ନେଇ ଏକ ଘରୋଇ ବସ୍‌ ନୟାଗଡରୁ କୁମ୍ଭାରପଡା ଅଭିମୁଖେ ଆସୁଥିଲା । ହେଲେ ହଠାତ୍‌ ନିୟନ୍ତ୍ରଣ ହରାଇ ଗଣିଆ ଥାନା ଅଧିନସ୍ଥ ଗୋପାଳପ୍ରସାଦ ଠାରେ ଆମ୍ବ ଗଛକୁ ଧକ୍କା ଦେଇଥିଲା । ଫଳରେ ଘଟିଥିଲା ଏହି ଅଘଟଣ । ଖବର ପାଇ ଅଗ୍ନିଶମ ବାହାନୀ ପହଞ୍ଚି ଲୋକଙ୍କୁ ଉଦ୍ଧାର କରି ସ୍ଥାନୀୟ ମେଡିକାଲରେ ଭର୍ତ୍ତି କରିଥିଲେ । ଗଣିଆ ପୋଲିସ ପହଞ୍ଚି ଘଟଣାର ତଦନ୍ତ ଆରମ୍ଭ କରିଛି ।

ନୟାଗଡରୁ ଉତ୍ପଳ ସାହୁ, ଇଟିଭି ଭାରତ

Intro:ନୟାଗଡ଼, ବସ ଦୁର୍ଘଟଣା ରେ 10 ଆହତ ହୋଇଥିବା ବେଳେ, 5 ଗୁରୁତର । 2 ଜଣ ଭୁବନେଶ୍ୱର କୁ ସ୍ଥାନତାର ହୋଇଛନ୍ତି । Body:ନୟାଗଡ଼ ରୁ ଗଣିଆ ଆସୁଥିବା ନାୟକ ବସ ଗତକାଲି ରାତିରେ , ଗଣିଆ ଥାନା ଗୋପାଳପ୍ରସ।ଦ ଠାରେ ଏକ ଆମ୍ବ ଗଛ କୁ ଧକା ଦେଇଥିଲା । ଗାଡ଼ିରେ ଥିବା ସମସ୍ତ ଯାତ୍ରୀ ଆହତ ହୋଇଥିଲେ । ଦମକଳ ବାହୀନ ଓ ସ୍ଥାନୀୟ ଲୋକଙ୍କ ସହାୟତା ରେ ସମସ୍ତ ଯାତ୍ରୀଙ୍କୁ ଉଦ୍ଧାର କରାହୋଇଥିଲା । Conclusion:ଆହତ ଯାତ୍ରୀଙ୍କୁ ପ୍ରଥମେ ଗଣିଆ ମେଡିକାଲ କୁ ନିଆଯାଇଥିଲା । ସେଥି ମଧ୍ୟରୁ 5 ଜଣଙ୍କର ଅବସ୍ଥା ଗୁରୁତର ଥିବାରୁ ସେମାନଙ୍କ ନୟାଗଡ଼ ମେଡିକାଲ କୁ ନିଅ ଯାଇଥିଲା । ସୀତାକାନ୍ତ ତ୍ରିପାଠୀଙ୍କ ଅବସ୍ଥା ସଙ୍କଟାପନ୍ନ ଥିବାରୁ ତାଙ୍କୁ ଏକ ଘରୋଇ ହସ୍ପିଟାଲ ଭୁବନେଶ୍ବର କୁ ନିଆଯାଇଛି । ଗଣିଆ ପୋଲିସ ପହଂଚି ଗାଡିକୁ ଜବତ କରିଛି ।
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.