ନୟାଗଡ଼: ଜୀବନଦାତା ଆଜି ଜୀବନମରଣ ଦୋଛକିରେ। ରକ୍ତ ଦେଇ ଅନ୍ୟର ଜୀବନ ବଞ୍ଚାଉଥିବା ନୟାଗଡ଼ ଦେବୋତ୍ତର କଲୋନୀର ଅମୁଲ୍ୟ ପରିଡ଼ା କୋଭିଡ ରୋଗରେ ଆକ୍ରାନ୍ତ ହୋଇ ଭୁବନଶ୍ୱରର ଏକ ଘରୋଇ ଚିକିତ୍ସାଳୟରେ ଭର୍ତ୍ତି ହୋଇଛନ୍ତି । ଏବେ ଅମୁଲ୍ୟଙ୍କୁ ECMO ଚିକିତ୍ସା ପାଇଁ ପରାମର୍ଶ ଦେଇଛନ୍ତି ଡାକ୍ତର । ତେବେ ଅମୁଲ୍ୟଙ୍କ ECMO ଚିକତ୍ସା ପାଇଁ ରାଜ୍ୟ ବାହାରକୁ ସ୍ଥାନାନ୍ତରିତ କରିବାକୁ ପଡୁଥିବାବେଳେ ଏହି ବିରଳ ଚିକିତ୍ସା ପାଇଁ ପ୍ରଚୁର ପରିମାଣର ଅର୍ଥ ମଧ୍ୟ ଆବଶ୍ୟକ ହେଉଛି । ଜଣେ ସାମାନ୍ୟ କମ୍ପ୍ୟୁଟର ମେକାନିକ ଭାବେ କାର୍ଯ୍ୟ କରୁଥିବା ଅମୁଲ୍ୟଙ୍କ ପାଇଁ ଏହା ସମ୍ପୂର୍ଣ୍ଣ ଅସମ୍ଭବ ହୋଇ ପଡିଛି । ଅମୁଲ୍ୟଙ୍କ ଚିକତ୍ସା ପାଇଁ ସରକାର ଓ ବଦାନ୍ୟ ବ୍ୟକ୍ତିଙ୍କ ସାହାଯ୍ୟ ଲୋଡିଛନ୍ତି ପତ୍ନୀ ମଧୁସ୍ମିତା ।
ଅଭାବୀ ଲୋକମାନଙ୍କ ପାଇଁ ବାରମ୍ବାର ରକ୍ତଦାତା ଓ ସାହାଯ୍ୟ କରିବାକୁ ଆଗେଇ ଆସିଥିବା ଯୁବ ସ୍ବେଛାସେବୀ ଅମୁଲ୍ୟଙ୍କ ଚିକତ୍ସା ପାଇଁ ପାଇଁ ସୋସିଆଲ ମିଡିଆରେ ମଧ୍ୟ କ୍ୟାମ୍ପେନ ଆରମ୍ଭ ହୋଇଛି । ସହାୟତା ପାଇଁ ବନ୍ଧୁ ଓ ପଡୋଶୀମାନଙ୍କ ସାହାଯ୍ୟର ହାତ ଲମ୍ବିଛି । ଅମୁଲ୍ୟଙ୍କ 3ବର୍ଷର କୁନି ଝିଅ ଏବେ ବାପାଙ୍କ ଚିକତ୍ସା ପାଇଁ ସୋସିଆଲ ମିଡିଆରେ ଲୋକଙ୍କୁ ନିବେଦନ କରିବା ସହ ପରିବାର ଓ ପଡୋଶୀ ସରକାର ଓ ବଦାନ୍ୟ ଲୋକଙ୍କୁ ଯଥାସମ୍ଭବ ଆର୍ଥିକ ସହାୟତା ଦେବାପାଇଁ ନିବେଦନ କରିଛନ୍ତି ।
ଗତ କିଛି ଦିନ ହେବ ଭୁବନେଶ୍ୱରରେ ଏକ ଘରୋଇ ହସପିଟାଲରେ ଭର୍ତ୍ତି ହୋଇ ଚିକତ୍ସା ପାଇଁ ECMO ଶଯ୍ୟା ଆବଶ୍ୟକ କରୁଛନ୍ତି ଅମୂଲ୍ୟ । ଏହି ଚିକିତ୍ସା ଏବେ ସାଧାରଣରେ ମିଳୁନଥିବା ବେଳେ ଏହା ମଧ୍ୟ ଖୁବ ବ୍ୟୟ ବହୁଳ । ତେଣୁ ଅମୁଲ୍ୟଙ୍କ ଚିକତ୍ସା ପାଇଁ ସାହାଯ୍ୟ କରିବାକୁ ଚାହିଁବେ ସେମାନେ ନିମ୍ନୋକ୍ତ ବ୍ୟାଙ୍କ ଖାତା ଓ ଅନ୍ୟାନ୍ୟ ଜରିଆରେ ସହାୟତା ରାଶି ପଠାଇବା ପାଇଁ ନିବେଦନ କରିଛନ୍ତି ପତ୍ନୀ ମଧୁସମିତା ଲେଙ୍କା ।
ମଧୁସ୍ମିତା ଲେଙ୍କା A/C No - 3368101008045
CANARA BANK, IFSC CODE- CNRB0003368
Gpay / phonepe number - 9583111610
ଅଧିକ ଜାଣିବା ପାଇଁ 9040608020 / 8249992996 ନମ୍ବରରେ ଯୋଗାଯୋଗ କରିପାରିବେ
ନୟାଗଡରୁ ଜୟେନ୍ଦ୍ର ବେହେରା , ଇଟିଭି ଭାରତ