ନୟାଗଡ: ପରୀକୁ ନ୍ୟାୟ ଦେବା ପାଇଁ ଚାଲିଛି ବିଜେପିର ପଦଯାତ୍ରା । ପଦଯାତ୍ରା ଓ ଏସଆଇଟି ତଦନ୍ତକୁ ନେଇ ବିଜେପି ସାମ୍ବାଦିକ ସମ୍ମିଳନୀ କରିଛି । ପଦଯାତ୍ରା ନୟାଗଡ଼ର ବିନୋଦ ପଡା ଛକରେ ପହଞ୍ଚି ଇଟାମାଟି ପର୍ଯ୍ୟନ୍ତ ଆସିବ ।
ଆସନ୍ତାକାଲି ଇଟାମାଟି ଠାରୁ ଆରମ୍ଭ ହୋଇ ନୟାଗଡ଼ରେ ପହଞ୍ଚିବ ବୋଲି ଦଳ ପକ୍ଷରୁ କୁହାଯାଇଛି । ଏସଆଇଟି ତଦନ୍ତକୁ ନେଇ ମଧ୍ୟ ବିଜେପି ପ୍ରଶ୍ନ ଉଠାଇଛି l ପରୀ ହତ୍ୟାକାଣ୍ଡ ଘଟଣାର ସିବିଆଇ ତଦନ୍ତ ଓ ମନ୍ତ୍ରୀ ଅରୁଣ ସାହୁଙ୍କ ଇସ୍ତଫା ଦାବି କରିଛି ଦଳ ।
ନୟାଗଡ଼ରୁ ଜୟେନ୍ଦ୍ର ବେହେରା, ଇଟିଭି ଭାରତ