ETV Bharat / state

ରାଜ୍ୟ ସରକାରଙ୍କୁ ବିଜେପିର ଟାର୍ଗେଟ, 22 ବର୍ଷ ଶାସନକୁ ନେଇ 22 ପ୍ରଶ୍ନ

author img

By

Published : Sep 6, 2022, 4:12 PM IST

ରାଜ୍ୟ ସରକାରଙ୍କ 22 ବର୍ଷ ଶାସନକୁ ନେଇ ବର୍ଷିଲା ବିଜେଡି । ଶାସକ ଦଳକୁ ଘେରିବାକୁ ଉଦ୍ୟମ କରିଛି ନୟାଗଡ଼ ଜିଲ୍ଲା ବିଜେପି ଯୁବମୋର୍ଚ୍ଚା । ଅଧିକ ପଢ଼ନ୍ତୁ

bjp press meet in nayagarh
ରାଜ୍ୟ ସରକାରଙ୍କୁ ବିଜେପିର ଟାର୍ଗେଟ, 22 ବର୍ଷ ଶାସନକୁ ନେଇ 22 ପ୍ରଶ୍ନ

ନୟାଗଡ଼: ବିଜେଡି ସରକାରଙ୍କ 22 ବର୍ଷର ଶାସନ କାଳରେ ଓଡ଼ିଶାର ବିକାଶକୁ ନେଇ ବର୍ଷିଛି ବିଜେପି (BJP targets BJD)। ନୟାଗଡ଼ ଜିଲ୍ଲା ବିଜେପି ଯୁବମୋର୍ଚ୍ଚା ସଭାପତି ପୃଥ୍ଵୀରାଜ ଦଳବେହେରାଙ୍କ ଅଧ୍ୟକ୍ଷତାରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ ସରକାରଙ୍କୁ ୨୨ଟି ପ୍ରଶ୍ନ କରାଯାଇଛି । ରାଜ୍ୟ ସରକାର ନିଜର 22 ବର୍ଷ ଶାସନର ଡିଣ୍ଡିମ ପିଟୁଥିବାବେଳେ ରାଜ୍ୟବାସୀ ଏପର୍ଯ୍ୟନ୍ତ ଅନେକ ମୌଳିକ ସୁବିଧାରୁ ବଞ୍ଚିତ ଥିବା ବିଜେପି ଅଭିଯୋଗ କରିଛି ।

ରାଜ୍ୟ ସରକାରଙ୍କୁ ବିଜେପିର ଟାର୍ଗେଟ

ଏହା ମଧ୍ୟ ପଢ଼ନ୍ତୁ: ନୟାଗଡ଼ର କୌଣସି ବିକାଶ ହୋଇନି, ନାଁ ନନେଇ ଅରୁଣଙ୍କୁ ପ୍ରତ୍ୟୁଷା ରାଜେଶ୍ବରୀଙ୍କ ଟାର୍ଗେଟ

ବିଜେପି କହିଛି, " ୨୨ ବର୍ଷର ଶାସନ କରିଥିବା ବିଜେଡ଼ି ସରକାରଙ୍କ ମୁଖିଆଙ୍କୁ ୨୨ଟି ପ୍ରଶ୍ନ ପଚାରୁଛୁ । ଏହି ପ୍ରଶ୍ନ ପ୍ରତ୍ୟେକ ଯୁବ ବର୍ଗଙ୍କ ପ୍ରଶ୍ନ । ବର୍ତ୍ତମାନ ଓ ଭବିଷ୍ୟତ ପାଇଁ ଚିନ୍ତିତ ଥିବା ଯୁବବର୍ଗ ଏହି ପ୍ରଶ୍ନର ଉତ୍ତର ଚାହାଁନ୍ତି । ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ମହା ଦୁର୍ନିତୀ ପଛରେ କିଏ । ନଦୀ ସୁରକ୍ଷା ଓ ବନ୍ୟା ପରିଚାଳନାରେ ଅବ୍ୟବସ୍ଥା । ରାଜ୍ୟରେ ସ୍ବାସ୍ଥ୍ୟବସ୍ଥାରେ ଦୁରାବସ୍ଥା । ମହିଳା ଓ ଶିଶୁ ସୁରକ୍ଷାରେ ଅବ୍ୟବସ୍ଥା । ଆଇନ ଶୃଙ୍ଖଳାରେ ଅବ୍ୟବସ୍ଥା । ନିଶା ଜନିତ ଅପରାଧ ବୃଦ୍ଧି । ଚାଷୀ ସମସ୍ୟା ଓ କୃଷିରେ ଅବ୍ୟବସ୍ଥା । ଭ୍ରଷ୍ଟାଚାର ପିସି କାରବାରରେ ବଡ଼ ବଡ଼ିଆଙ୍କୁ ଛାଡ଼ । ମେକ ଇନ ଓଡ଼ିଶା ବିଫଳ । ଓଡିଶାରେ ଶିଳ୍ପ ଓ ଶିଳ୍ପାୟନ ସମସ୍ୟା । ଓବିସି ବର୍ଗରେ ଶିକ୍ଷା ଓ ଚାକିରୀ କ୍ଷେତ୍ରରେ ସଂରକ୍ଷଣ କେବେ । ମନରେଗା ଯୋଜନାରେ ବ୍ୟାପକ ଦୁର୍ନିତୀ । ଓଡିଆ ଭାଷାର ସୁରକ୍ଷା ଓ ଓଡିଆ ଭାଷା ବିଶ୍ବ ବିଦ୍ୟାଳୟ କେବେ । ବିଜୁ ଗାଁ ଗାଡିର ଅବସ୍ଥା କଣ ।"

ସେହିପରି ବିଜେପି ଯୁବନେତା ଅଭିଯୋଗ କରି କହିଛନ୍ତି, " ବିଜେଡି ସରକାରର ୨୨ ବର୍ଷର ଶାସନରେ ରାଜ୍ୟ ୨୨ ବର୍ଷ ପଛକୁ ଚାଲିଯାଇଛି । ଶିକ୍ଷା, ସ୍ୱାସ୍ଥ୍ୟ, ଶିଳ୍ପ, କୃଷି ସବୁଥିରେ ବିଜେଡି ସରକାର ବିଫଳ ହୋଇଥିବା ବେଳେ ନୟାଗଡ଼ ଜିଲ୍ଲାରେ ମଧ୍ୟ ଦଳର ସ୍ଥିର ଶାସନ ଜିଲ୍ଲାକୁ ୨୨ ବର୍ଷ ପଛକୁ ନେଇଯାଇଛି । ଜିଲ୍ଲାରେ ଚିନି କଳ ବନ୍ଦ ରହିଛି । ଅନେକ ଚାଷୀ ରାଜ୍ୟ ବାହାରକୁ ଦାଦନ ପାଇଁ ଯାଇଛନ୍ତି । ଦଶପଲ୍ଲା ଭଳି ଅଞ୍ଚଳ ଆଜି ବି ପଛୁଆ ରହିଛି । ଅନେକ ଗାଁକୁ ରାସ୍ତା ନାହିଁ ଏବଂ ଆଜି ବି କେତେକ ଘରେ ବିଦ୍ୟୁତ ପହଞ୍ଚିନାହିଁ।" ଅନୁଷ୍ଠିତ ସାମ୍ବାଦାକ ସମ୍ମିଳନୀରେ ବିଜେପି ଯୁବମୋର୍ଚ୍ଚା ନେତା ଚନ୍ଦନ ରାଉତ ଓ ସମୀର କୁମାର ଭଟ୍ଟ ପ୍ରମୁଖ ଉପସ୍ଥିତ ରହି ବିଜେଡି ସରକାରଙ୍କୁ ଟାର୍ଗେଟ କରିଥିଲେ ।

ଇଟିଭି ଭାପତ, ନୟାଗଡ଼

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.