ETV Bharat / state

ନୟାଗଡରେ ସାମ୍ବାଦିକଙ୍କୁ ଆକ୍ରମଣ ଘଟଣା, ଜିଲ୍ଲାପାଳଙ୍କ ଆବାସିକ କାର୍ଯ୍ୟାଳୟ ଘେରାଉ କରିବ ସାମ୍ବାଦିକ ସଂଘ

ନୟାଗଡ଼ରେ 2 କାର୍ଯ୍ୟରତ ସାମ୍ବାଦିକଙ୍କୁ ଅବକାରୀ ବିଭାଗର କର୍ମଚାରୀଙ୍କ ଆକ୍ରମଣ ଘଟଣାରେ ସାମ୍ବାଦିକ ସଂଘର ଚେତାବନୀ । ଆସନ୍ତାକାଲି ଜିଲ୍ଲାପାଳଙ୍କ ଆବାସିକ କାର୍ଯ୍ୟାଳୟ ଘେରାଉ କାର୍ଯ୍ୟକ୍ରମ । ଅଧିକ ପଢନ୍ତୁ...

ନୟାଗଡରେ ସାମ୍ବାଦିକଙ୍କୁ ଆକ୍ରମଣ ଘଟଣା, ଜିଲ୍ଲାପାଳଙ୍କ ଆବାସିକ କାର୍ଯ୍ୟାଳୟ ଘେରାଉ କରିବ ଜିଲ୍ଲା ସାମ୍ବାଦିକ ସଂଘ

author img

By

Published : Jun 26, 2021, 8:29 PM IST

ନୟାଗଡ଼: ନୟାଗଡ଼ରେ 2 କାର୍ଯ୍ୟରତ ସାମ୍ବାଦିକଙ୍କୁ ଅବକାରୀ ବିଭାଗର କର୍ମଚାରୀ ଧନଞ୍ଜୟ ପାତ୍ର ଆକ୍ରମଣ ଘଟଣାକୁ 24 ଘଣ୍ଟା ବିତିଲାଣି । କିନ୍ତୁ ତାଙ୍କୁ ଏଯାବତ ଗିରଫ କରାଯାଇନାହିଁ । ଏହାର ପ୍ରତିବାଦରେ ନୟାଗଡ଼ ସାମ୍ବାଦିକ ସଂଘ ଗତକାଲି ଠାରୁ ନୟାଗଡ଼ ଥାନା ସମ୍ମୁଖରେ ଅନିର୍ଦ୍ଧିଷ୍ଟ କାଳ ପର୍ଯ୍ୟନ୍ତ ଧାରଣା ଜାରି ରହିଛି । ତେବେ ସେଥିରେ କୌଣସି ସୁଫଳ ନ ମିଳିବାରୁ ଆସନ୍ତାକାଲି ନୟାଗଡ଼ ଜିଲ୍ଲାପାଳଙ୍କ ଆବାସିକ କାର୍ଯ୍ୟାଳୟ ଘେରାଉ କରିବେ ଶତାଧିକ ସାମ୍ବାଦିକ । ଏନେଇ ନିଷ୍ପତ୍ତି ହୋଇଥିବା ଜିଲ୍ଲା ସାମ୍ବାଦିକ ସଂଘ ତରଫରୁ ସୂଚନା ଦିଆଯାଇଛି ।

ନୟାଗଡରେ ସାମ୍ବାଦିକଙ୍କୁ ଆକ୍ରମଣ ଘଟଣା, ଜିଲ୍ଲାପାଳଙ୍କ ଆବାସିକ କାର୍ଯ୍ୟାଳୟ ଘେରାଉ କରିବ ଜିଲ୍ଲା ସାମ୍ବାଦିକ ସଂଘ

ଯଦି ଜିଲ୍ଲା ମୁଖ୍ୟାଳୟରେ ପ୍ରତିବାଦ ପରେ ମଧ୍ୟ ପ୍ରଶାସନ ନ ଚେତେ ଓ ସମ୍ପୃକ୍ତ ଅବକାରୀ କର୍ମଚାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାନଯାଏ ,ତାହାଲେ ସୋମବାର ମୁଖ୍ୟମନ୍ତ୍ରୀଙ୍କୁ ଭେଟି ଅଭିଯୋଗ ଜଣାଇବ ଜିଲ୍ଲା ସାମ୍ବାଦିକ ସଂଘ । ନୟାଗଡ଼ରେ କାର୍ଯ୍ୟରତ ଗଣମାଧ୍ୟମ ପ୍ରତିନିଧିଙ୍କୁ ସରକାରୀ କର୍ମଚାରୀଙ୍କ ଏପରି ଆକ୍ରମଣ ଘଟଣାକୁ ରାଜ୍ୟବ୍ୟାପୀ ବିଭିନ୍ନ ମହଲରେ ନିନ୍ଦା କରାଯିବା ସହ କାର୍ଯ୍ୟାନୁଷ୍ଠାନ ଦାବି ମଧ୍ୟ ଜୋର ଧରିଛି ।

ନୟାଗଡ଼ରୁ ଜୟେନ୍ଦ୍ର ବେହେରା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.