ନୟାଗଡ: ଏକ ନିର୍ଦ୍ଦିଷ୍ଟ ରାଜନୈତିକ ଦଳର ଛାତ୍ର ସଭାପତିଙ୍କ ଦାଦାଗିରି । ନୟାଗଡ ଜିଲ୍ଲାର ମାନସ କୁମାର ଖଟେଇ ନାମକ ଜଣେ ବ୍ୟକ୍ତିଙ୍କୁ ଫେସବୁକ ପୋଷ୍ଟରେ ଅସଭ୍ୟ ଗାଳି ଦେଇ ତାଙ୍କ ଉପରେ ଆକ୍ରମଣ କରିଛନ୍ତି । ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି ।
ସୂଚନାନୁସାରେ, ପିଏମଜି କିଷାନ ଯୋଜନାରୁ ଅନୁକମ୍ପା ରାଶି ପାଇବାରୁ ଯେଉଁଠି ଗରିବ କୃଷକ ବଞ୍ଚିତ ହେଉଛନ୍ତି ସେଠି ଓଡ଼ଗାଁ ବ୍ଲକ ଛାତ୍ର ସଭାପତି ଅନୁକମ୍ପା ରାଶି ପାଇଥିବା ନେଇ ମାନସ ଖଟେଇ ଫେସବୁକରେ ଏକ ପୋଷ୍ଟ କରିଥିଲେ । ଏହି ପୋଷ୍ଟକୁ ନେଇ ଛାତ୍ର ସଭାପତି ଓ ମାନସଙ୍କ ଭିତରେ ଅନେକ ଦିନ ହେବ କଥା କଟାକଟି ହୋଉଥିଲା । ସଭାପତି ଜଣକ ମାନସ ଓ ତାଙ୍କ ସ୍ତ୍ରୀଙ୍କୁ ଅସଭ୍ୟ ଭାଷାରେ ଗାଳି ଦେଉଥିଲେ । ମାନସ ବି ତାଙ୍କ କଥାର ଜବାବ ଦେବାକୁ ଯାଇ ତାଙ୍କୁ ଗାଳି କରିଥିବା କହିଛନ୍ତି ।
ଆଜି ହଠାତ ସଭାପତି ଜଣଙ୍କର ବଡଭାଇ ଉତକ୍ଷିପ୍ତ ହୋଇ ଦମ୍ପତ୍ତିଙ୍କ ଉପରକୁ ଆକ୍ରମଣ କରିଥିଲେ । ଫଳରେ ମାନସ ଓ ତାଙ୍କ ସ୍ତ୍ରୀ ଇତିଶ୍ରୀ ଗୁରୁତର ଭାବରେ ଆହତ ହୋଇଛନ୍ତି । ଇତିଶ୍ରୀଙ୍କର ଗୋଡ଼ରେ ଗଭୀର ଆଘାତ ଲାଗିବାରୁ ଉଭୟ ପ୍ରଥମେ ଓଡ଼ଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି ହୋଇଥିବାବେଳେ ଡାକ୍ତର ଉଭୟଙ୍କୁ ନୟାଗଡ଼ ଜିଲ୍ଲାମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରିଛନ୍ତି l ବର୍ତ୍ତମାନ ଉଭୟ ଜିଲ୍ଲାମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସିତ ହେଉଛନ୍ତି l ଘଟଣା ବିଷୟରେ ଥାନାରେ ଅଭିଯୋଗ କରିବା ସହିତ ଅଭିଯୁକ୍ତଙ୍କ ବିରୋଧରେ ଉଚିତ ଦଣ୍ଡ ଦାବି କରିଛନ୍ତି ।
ନୟାଗଡ଼ରୁ ଜୟେନ୍ଦ୍ର ବେହେରା, ଇଟିଭି ଭାରତ