ଅନୁଗୋଳ: ବହୁଚର୍ଚ୍ଚିତ ନୟାଗଡ ଶିଶୁ ପରୀ ହତ୍ୟାକାଣ୍ଡ ଘଟଣାରେ ପରୀକୁ ନ୍ୟାୟ ଦାବି କରି ଅନୁଗୋଳ ସହରରେ ଜିଲ୍ଲା ବିଜେପିର ପଦଯାତ୍ରା । ବରିଷ୍ଠ ବିଜେପି ନେତା ରୁଦ୍ର ନାରାୟଣଙ୍କ ନେତୃତ୍ବରେ ଶତାଧିକ କର୍ମୀ ହାଇସ୍କୁଲ ସାମନା ଗାନ୍ଧି ପାର୍କ ଠାରୁ ପଦଯାତ୍ରା କରି ସହର ପରିକ୍ରମା କରିଥିଲେ। ପରୀ ଘଟଣାର ସିବିଆଇ ତଦନ୍ତ କରିବା ସହ ଏଥିରେ ସମ୍ପୃକ୍ତ ମନ୍ତ୍ରୀ ଅରୁଣ ସାହୁଙ୍କ ଇସ୍ତଫା ଦାବି କରିଥିଲେ ।
ପଦଯାତ୍ରା ସମୟରେ ବିଭିନ୍ନ ସରକାର ଓ ମନ୍ତ୍ରୀଙ୍କ ବିରୋଧରେ ସ୍ଲୋଗାନ ଦେଇଥିଲେ ବିଜେପି କର୍ମୀ। ଶେଷରେ ସିମିଳିପଡା ଗାନ୍ଧୀ ମୂର୍ତ୍ତୀ ଠାରେ ପହଞ୍ଚି ପଦଯାତ୍ରା ଶେଷ ହୋଇଥିଲା। ଏହି ପଦଯାତ୍ରାରେ ବିଜେପିର ବହୁ ବରିଷ୍ଠ ନେତା ଯୋଗଦେଇ ଥିଲେ ।
ଅନୁଗୋଳରୁ ସଂଗ୍ରାମ ରଞ୍ଜନ ନାଥ , ଇଟିଭି ଭାରତ