ETV Bharat / state

ପଶୁପକ୍ଷୀଙ୍କ ପାଇଁ ଜଳପାତ୍ର ବନ୍ଦୋବସ୍ତ କଲା ଅନନ୍ୟା ଫାଉଣ୍ଡେସନ - ଅନନ୍ୟା ଫାଉଣ୍ଡେସନ ସାମାଜିକ କାର୍ଯ୍ୟ

ନୟାଗଡରେ ଅନନ୍ୟା ଫାଉଣ୍ଡେସନ ପକ୍ଷରୁ ପଶୁପକ୍ଷୀଙ୍କ ପାଇଁ ଜଳଛତ୍ରର ବନ୍ଦୋବସ୍ତ । ଅଧିକ ପଢନ୍ତୁ...

ପଶୁପକ୍ଷୀଙ୍କ ପାଇଁ ଜଳପାତ୍ର ବନ୍ଦୋବସ୍ତ କଲା ଅନନ୍ୟା ଫାଉଣ୍ଡେସନ

author img

By

Published : Apr 6, 2021, 8:44 PM IST

Updated : Apr 6, 2021, 11:00 PM IST

ନୟାଗଡ: ପଶୁପକ୍ଷୀଙ୍କ ପାଇଁ ଜଳପାତ୍ର ବନ୍ଦୋବସ୍ତ କଲା ଅନନ୍ୟା ଫାଉଣ୍ଡେସନ । ଯୁବକମାନଙ୍କ ଏଭଳି କାର୍ଯ୍ୟକୁ ବୁଦ୍ଧିଜୀବୀ ମହଲରେ ପ୍ରଶଂସା କରାଯାଇଛି ।

ପ୍ରବଳ ଖରାରେ ଲୋକେ ହନ୍ତସନ୍ତ ହେଉଛନ୍ତି l ଖରାର ପ୍ରଖରତା ବୃଦ୍ଧି ପାଇବାରୁ ଯମ ଯନ୍ତ୍ରଣା ଭୋଗୁଛି ମଣିଷ l ଖାଲି ମଣିଷ ନୁହେଁ ଏଥିରୁ ବାଦ ପଡ଼ୁନାହାନ୍ତି ଜୀବଜନ୍ତୁ l ପ୍ରବଳ ଖରା ଯୋଗୁଁ ଜଙ୍ଗଲରେ ଥିବା ଜୀବଜନ୍ତୁ ଜନ ବସତି ମୁହାଁ ହେଉଛନ୍ତି l ଜଳାଶୟ ଶୁଖି ଯିବାରୁ ପଶୁପକ୍ଷୀଙ୍କୁ ପାଣି ମିଳୁପାରୁନି l ପଶୁପକ୍ଷୀମାନେ ଜଳ ଟିକେ ପାଇଁ ଡହଳ ବିକଳ ହେଉଛନ୍ତି l କିଭଳି ଜଳ ମିଳିପାରିବ ସେଥିପାଇଁ ଭିନ୍ନ ଏକ ପ୍ରୟାସ ଆରମ୍ଭ କରିଛି ନୟାଗଡ଼ର ଅଗ୍ରଣୀ ସ୍ବେଚ୍ଛାସେବୀ ଅନୁଷ୍ଠାନ ଅନନ୍ୟା ଫାଉଣ୍ଡେସନ l

ପଶୁପକ୍ଷୀଙ୍କ ପାଇଁ ଜଳପାତ୍ର ବନ୍ଦୋବସ୍ତ କଲା ଅନନ୍ୟା ଫାଉଣ୍ଡେସନ

ଅନନ୍ୟା ଫାଉଣ୍ଡେସନ ପଶୁପକ୍ଷୀଙ୍କ ଜଳପାନ ପାଇଁ ରାସ୍ତାର ଉଭୟ ପାର୍ଶ୍ବରେ ଜଳପାତ୍ରର ବ୍ୟବସ୍ଥା କରାଉଛି l ଲୋକଙ୍କୁ ଏହା କରିବା ପାଇଁ ମଧ୍ୟ ଫାଉଣ୍ଡେସନ ସଚେତନ କରୁଛି l ନୟାଗଡ଼ର ପ୍ରତାପପ୍ରସାଦ ଠାରୁ ଦର୍ପନାରାୟଣପୁର ପର୍ଯ୍ୟନ୍ତ ପାଖାପାଖି ୧୨ କି.ମି. ବ୍ୟାପି ରାସ୍ତାରେ ପଶୁପକ୍ଷୀଙ୍କ ଉଦ୍ଦେଶ୍ୟରେ ଜଳପାତ୍ରର ବ୍ୟବସ୍ଥା କରାଯାଇଛି l ଆଗାମୀ ଦିନରେ ନୟାଗଡ଼ ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ଏ କାର୍ଯ୍ୟକ୍ରମ କରାଯିବ ବୋଲି ଅନନ୍ୟା ଫାଉଣ୍ଡେସନ୍ ତରଫରୁ ସୂଚନା ମିଳିଛି

ନୟାଗଡ଼ରୁ ଜୟେନ୍ଦ୍ର ବେହେରା, ଇଟିଭି ଭାରତ

Last Updated : Apr 6, 2021, 11:00 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.