ETV Bharat / state

ଖଣ୍ଡପଡ଼ା ଏନଏସିରେ ମହାଦୁର୍ନୀତି ଅଭିଯୋଗ, ଧାରଣାରେ ଅଭିଯୋଗକାରୀ - protest

ନୟାଗଡ ଜିଲ୍ଲା ଖଣ୍ଡପଡ଼ା ଏନ୍ଏସିରେ ବହୁ ବ୍ୟବସ୍ଥାକୁ ନେଇ ମହାଦୁର୍ନୀତି ହୋଇଥିବା ଅଭିଯୋଗ ହୋଇଛି । ଏ ନେଇ ଏନ୍ଏସି କାର୍ଯ୍ୟାଳୟ ସମ୍ମୁଖରେ ଗଣଧାରଣା ଦେଇଛନ୍ତି ଅଭିଯୋଗକାରୀ । ଅଧିକ ପଢନ୍ତୁ...

ଧାରଣାରେ ଅଭିଯୋଗକାରୀ
ଧାରଣାରେ ଅଭିଯୋଗକାରୀ
author img

By

Published : Apr 7, 2021, 8:46 AM IST

ନୟାଗଡ: ଜିଲ୍ଲା ଖଣ୍ଡପଡା ଏନଏସିରେ ବିଭିନ୍ନ ବ୍ୟବସ୍ଥାକୁ ନେଇ ବ୍ୟାପକ ଦୁର୍ନୀତି ହୋଇଥିବା ଅଭିଯୋଗ ହୋଇଛି । ଏନେଇ ଏନଏସି କାର୍ଯ୍ୟାଳୟ ସମ୍ମୁଖରେ ଗଣ ଧାରଣା ଦେଇଛନ୍ତି ଅଭିଯୋଗକାରୀ ।

ଖଣ୍ଡପଡ଼ା ଏନଏସିରେ ମହାଦୁର୍ନୀତି ଅଭିଯୋଗ

ବାହର ଲୋକ ଆସି ଖଣ୍ତପଡା ଏନଏସିରେ ଜାଗା ନେଇ ରହୁଛନ୍ତି । ଯୋଗ୍ୟ ହିତାଧିକାରୀ ବଦଳରେ ଅନ୍ୟ ଲୋକଙ୍କୁ ଜାଗା ଦିଆଯାଉଛି । ଖାଲି ସେତିକି ନୁହେଁ ରାସନ ଘୋଟଲା, ଜମି ପଟ୍ଟା ପ୍ରଦାନରେ ଅନିୟମିତତା, ଆବାସ ଯୋଜନାରେ ପକ୍କାଘର ପ୍ରଦାନରେ ମଧ୍ୟ ଅନିୟମିତତା ହୋଇଥିବା ଅଭିଯୋଗ ହୋଇଛି ।

ଏନ୍ଏସି କର୍ମଚାରୀମାନଙ୍କ ସମ୍ପର୍କୀୟଙ୍କ ନାମରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ବାସଗୃହ ଦିଆଯାଉଥିବା ମଧ୍ୟ ଅଭିଯୋଗ ହେଇଛି । ଲାଞ୍ଚ ନେଇ ବିଭାଗୀୟ ଅଧିକାରୀ ଏପରି କରୁଥିବା ଅଭିଯୋଗ କରି ପୂର୍ବତନ କାଉନସିଲର ସରୋଜ କୁମାର ପ୍ରଧାନଙ୍କ ନେତୃତ୍ବରେ ଏନଏସି କାର୍ଯ୍ୟାଳୟ ଆଗରେ ଗଣଧାରଣା ଦେଇଛନ୍ତି । ଏହି ସମସ୍ତ ଅଭିଯୋଗର ତଦନ୍ତ ସହ ର୍ଦୁନୀତିର ପର୍ଦ୍ଦାଫାସ ନହେବା ପର୍ଯ୍ୟନ୍ତ ଗଣଧାରଣା ଚାଲୁ ରହିବ କହିଛନ୍ତି ଆନ୍ଦୋଳନକାରୀ ।

ନୟାଗଡ଼ରୁ ଜୟେନ୍ଦ୍ର ବେହେରା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.