ETV Bharat / state

ଲୋଧାଚୁଆ-ବେଗୁନିଆ ରାସ୍ତା କାମରେ ବିଳମ୍ବ, ଯାତ୍ରୀ ହନ୍ତସନ୍ତ

author img

By

Published : Mar 4, 2021, 10:05 AM IST

ନୟାଗଡ଼ ଜିଲ୍ଲାରେ ଲୋଧାଚୁଆ-ବେଗୁନିଆ ରାସ୍ତା କାର୍ଯ୍ୟରେ ବିଳମ୍ବ ହେଉଥିବାରୁ ଲୋକମାନେ ହନ୍ତସନ୍ତ ହେଉଥିବା ଅଭିଯୋଗ ହୋଇଛି । ଅଧିକ ପଢନ୍ତୁ...

ଲୋଧାଚୁଆ-ବେଗୁନିଆ ରାସ୍ତା କାମରେ ବିଳମ୍ବ, ଯାତ୍ରୀ ହନ୍ତସନ୍ତ
ଲୋଧାଚୁଆ-ବେଗୁନିଆ ରାସ୍ତା କାମରେ ବିଳମ୍ବ, ଯାତ୍ରୀ ହନ୍ତସନ୍ତ

ନୟାଗଡ଼: ଜିଲ୍ଲା ରଣପୁର ବ୍ଳକ ଅନ୍ତର୍ଗତ ଲୋଧାଚୁଆ-ବେଗୁନିଆ ପୂର୍ତ୍ତ ବିଭାଗ ରାସ୍ତା ପାଲଟିଛି ମରଣଯନ୍ତା । ଏହି ରାସ୍ତାରେ ବିଳମ୍ବ ହୋଇଥିବା ଲୋକମାନେ ଅଭିଯୋଗ କରିଥିବା ବେଳେ ଧୂଳି ଉଡୁଥିବାରୁ ଲୋକମାନେ ହନ୍ତସନ୍ତ ହେଉଥିବା ଦେଖିବାକୁ ମିଳିଛି ।

ରାସ୍ତା କାମରେ ସମ୍ପୃକ୍ତ ଠିକାଦାର ବିଳମ୍ବ କରୁଥିବା ବେଳେ ରାସ୍ତାରେ କେବଳ ମାଟି ପଡିଥିବାରୁ ଧୂଳି ଉଡୁଛି । ଯାହାଦ୍ବାରା ଲୋକମାନେ ଗମନା ଗମନ କରିବା ସମୟରେ ହନ୍ତସନ୍ତ ହେଉଥିବା ଅଭିଯୋଗ ହୋଇଛି । ଏହି ରାସ୍ତା କାମ କରିବାକୁ କିଛି ଦିନ ପୂର୍ବରୁ ରଣପୁର ବିଧାୟକ ସତ୍ୟନାରାୟଣ ପ୍ରଧାନ ତାରିଆଠାରେ ଶିଳାନ୍ୟାସ କରି ଉଦଘାଟନ କରିଥିଲେ । ତେବେ ଏହି ଉଦଘାଟନୀ ସମୟରେ ତୁରନ୍ତ ରାସ୍ତା କାମ ସଠିକ ଭାବେ ଶେଷ କରିବାକୁ ମଧ୍ୟ ଆଲୋଚନା ହୋଇଥିଲା ।

ତେବେ ଏପର୍ଯ୍ୟନ୍ତ ମଧ୍ୟ ରାସ୍ତା କାମ ଶେଷ ହୋଇନାହିଁ । ଏହି ରାସ୍ତାରେ ଗମନାଗମନ ସମୟରେ ଲୋକମାନଙ୍କୁ ଶ୍ବାସକ୍ରିୟାରେ ଅସୁବିଧା ଦେଖାଯାଉଥିବା ବେଳେ ଧୂଳିଧୂସର ଉଡ଼ି ଦୁର୍ଘଟଣା ଘଟୁଛି । ଏହି ରାସ୍ତା ଦେଇ ୨୪ ଘଣ୍ଟା କଳା ମୁଗୁନି ପଥର ଚାଲାଣ କରାଯାଉଥିବାରୁ ରାସ୍ତାର ସ୍ଥିତି ଆହୁରି ଖରାପ ହୋଇଯାଉଛି । ତେବେ ତୁରନ୍ତ ରାସ୍ତା କାମ ଶେଷ କରିବାକୁ ସ୍ଥାନୀୟ ଲୋକମାନେ ଦାବି କରିଛନ୍ତି ।

ନୟାଗଡ଼ରୁ ଜୟେନ୍ଦ୍ର ବେହେରା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.