ETV Bharat / state

ରାଲି ପାଇଁ ବିଜେପି ଟଙ୍କା ବାଣ୍ଟୁଥିବା ଅଭିଯୋଗ - ରାଲି ପାଇଁ ଅର୍ଥ ବଣ୍ଟା

ମମିତା ମେହେର ହତ୍ୟା ଘଟଣା । ଏହି ଘଟଣାରେ ବିଜେପି କରୁଥିବା ରାଲିରେ ସାଧାରଣ ଲୋକଙ୍କ ଯୋଗଦାନ ପାଇଁ ଟଙ୍କା ବାଣ୍ଟୁଥିବା ହୋଇଛି ଅଭିଯୋଗ । ଅଧିକ ପଢନ୍ତୁ...

ରାଲି ପାଇଁ ବିଜେପି ଟଙ୍କା ବାଣ୍ଟୁଥିବା ଅଭିଯୋଗ

author img

By

Published : Oct 31, 2021, 12:20 PM IST

ନୟାଗଡ଼: ରାଲିରେ ଯୋଗଦେବା ପାଇଁ ଟଙ୍କା ବାଣ୍ଟୁଛି ବିଜେପି । ଏହି ଭିଡ଼ିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ମମିତା ମର୍ଡର ମାମଲା ପାଇଁ ରାଲିରେ ଯୋଗ ଦେବା ପାଇଁ କର୍ମୀମାନଙ୍କୁ ବିଜେପି ନେତା ଟଙ୍କା ବାଣ୍ଟୁଛନ୍ତି ବୋଲି ଅଭିଯୋଗ ହୋଇଛି ।

ରାଲି ପାଇଁ ବିଜେପି ଟଙ୍କା ବାଣ୍ଟୁଥିବା ଅଭିଯୋଗ

ଯାହାକୁ ନେଇ ଖୁବ ଆଲୋଚନା ହେଉଛି । ଖୋର୍ଦ୍ଧା-ବଲାଙ୍ଗୀର 57 ନମ୍ବର ଜାତୀୟ ରାଜପଥର ନୟାଗଡ଼ ନିକଟରେ ବିଜେପି ପାର୍ଟି ଅଫିସ ନିକଟରେ ଟଙ୍କା ବଣ୍ଟାଯାଉଥିବା ଘଟଣା ସାମ୍ନାକୁ ଆସିଛି । ମମିତା ମର୍ଡର ମାମଲାକୁ ନେଇ ବିଜେପି ସାରା ରାଜ୍ୟର ପ୍ରତି ଜିଲ୍ଲାରେ ଆନ୍ଦୋଳନ କରୁଥିବା ବେଳେ ନୟାଗଡରେ ଲୋକଙ୍କୁ ଟଙ୍କା ଦେଇ ବିଜେପି ରାଲି ପାଇଁ ଲୋକ ଯୋଗାଡ଼ କରୁଥିବା ହୋଇଛି ଅଭିଯୋଗ ।

ବିଜେପି ମନ୍ତ୍ରୀ କ୍ୟାପଟେନ ଦିବ୍ୟଶଙ୍କର ମିଶ୍ରଙ୍କ ଇସ୍ତଫା ଦାବି କରିଥିବା ବେଳେ ମମିତାଙ୍କୁ ଯଥାଶୀଘ୍ର ନ୍ୟାୟ ଦେବା ପାଇଁ ମଧ୍ୟ ଦାବି କରିଛି । ଏହାସହିତ ଘଟଣାର CBI ତଦନ୍ତ କରାଯାଉ ବୋଲି କହିଛି ବିଜେପି ।

ନୟାଗଡ଼ରୁ ଜୟେନ୍ଦ୍ର ବେହେରା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.