ETV Bharat / state

ସ୍ଥାୟୀ ସବରେଜିଷ୍ଟର ନିଯୁକ୍ତି ଦାବିରେ ଆନ୍ଦୋଳନ - ଧାରଣାରେ ଦଲିଲ ମୋହରିର ଲେଖକ ସଙ୍ଘ

ସ୍ଥାୟୀ ସବରେଜିଷ୍ଟର ନିଯୁକ୍ତି ଦାବିରେ ଆନ୍ଦୋଳନ । ଧାରଣାରେ ବସିଲେ ଦଲିଲ ମୋହରିର ଲେଖକ ସଙ୍ଘ । ଅଧିକ ପଢନ୍ତୁ...

agitation for the appointment of a permanent sub registrar in nayagarh
ସ୍ଥାୟୀ ସବରେଜିଷ୍ଟର ନିଯୁକ୍ତି ଦାବିରେ ଆନ୍ଦୋଳନ
author img

By

Published : May 9, 2021, 9:18 AM IST

ନୟାଗଡ: ଜିଲ୍ଲା ସଦର ମହକୁମାରେ ସ୍ଥାୟୀ ସବରେଜିଷ୍ଟର ନିଯୁକ୍ତି ଦାବିରେ ଜିଲ୍ଲା ଦଲିଲ ମୋହରିର ଲେଖକ ସଙ୍ଘର ଆନ୍ଦୋଳନ । ଦୀର୍ଘ 2 ମାସରୁ ଅଧିକ ସମୟ ଧରି ଆନ୍ଦୋଳନ ଜାରି ରଖିଛି । ଫଳରେ ଗତ 2 ମାସରୁ ଅଧିକ ସମୟ ହେବ ଜିଲ୍ଲାର ଶହ ଶହ ଲୋକେ ଜମି କିଣାବିକା ଓ ବ୍ୟାଙ୍କ ବନ୍ଧକ ପଞ୍ଜିକରଣ ସାଙ୍ଗକୁ ଅନ୍ୟାନ୍ୟ ଦଲିଲ ପଞ୍ଜିକରଣ ପାଇଁ ବହୁ ଅସୁବିଧା ଭୋଗୁଛନ୍ତି । ଜମି ଓ ଦଲିଲ ପଞ୍ଜିକରଣ ପାଇଁ ସବରେଜିଷ୍ଟର ଅଫିସକୁ ଆସି ନାହିଁ ନଥିବା ସମସ୍ୟାରେ ପଡୁଛନ୍ତି ।

ସ୍ଥାୟୀ ସବରେଜିଷ୍ଟର ନିଯୁକ୍ତି ଦାବିରେ ଆନ୍ଦୋଳନ

ଗତ 8ମାସ ଧରି ସ୍ଥାୟୀ ସବରେଜିଷ୍ଟର ନଥିବା କାରଣରୁ ଏହାର ପ୍ରତିବାଦରେ ଜିଲ୍ଲା ଦଲିଲ ମୋହରିର ଲେଖକ ସଙ୍ଘର କାର୍ଯ୍ୟବନ୍ଦ ଧାରଣା ମାର୍ଚ୍ଚ 2 ତାରିଖରୁ କରିଆସୁଛି । ଗୋଟିଏ ପଟେ ଜିଲ୍ଲାରେ ସ୍ଥାୟୀ ସବରେଜିଷ୍ଟର ନିଯୁକ୍ତି ନେଇ ଜିଲ୍ଲା ପ୍ରଶାସନ କୈଣସି ପଦକ୍ଷେପ ନେଉନଥିବା ଅଭିଯୋଗ ହୋଇଛି । ସ୍ଥାୟୀ ସବରେଜିଷ୍ଟର ନିଯୁକ୍ତି ନହେବା ଯାଏଁ କାର୍ଯ୍ୟବନ୍ଦ ଆନ୍ଦୋଳନ ଚାଲୁରହିବା ନେଇ ଜିଲ୍ଲା ଦଲିଲ ମୋହରିର ଲେଖକ ସଙ୍ଘ ଚେତାବନୀ ଦେଇଛି । ସେପଟେ ଲୋକଙ୍କ ଏ ସମସ୍ୟା ଦିଗରେ ସରକାର ସ୍ଥାୟୀ ସବରେଜିଷ୍ଟର ପାଇଁ ପଦକ୍ଷେପ ନେବେ । ମାତ୍ର ଏ ଦିଗରେ ଜିଲ୍ଲା ମୋହରିର ସଙ୍ଘର କାର୍ଯ୍ୟବନ୍ଦ ଧାରଣାର କୌଣସି ଯଥାର୍ଥତା ନଥିବା କହିଛନ୍ତି ନୟାଗଡ଼ ଅତିରିକ୍ତ ଜିଲ୍ଲାପାଳ ।

ନୟାଗଡରୁ ଜୟେନ୍ଦ୍ର ବେହେରା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.