ETV Bharat / state

କଟକଣା ପାଇଁ ଫିକା କାର୍ତ୍ତିକ ପୂର୍ଣ୍ଣିମା, ଚିନ୍ତାରେ ଡଙ୍ଗା ବ୍ୟବସାୟୀ - କାର୍ତ୍ତିକ ପୂର୍ଣ୍ଣିମା ପାଇଁ ଜିଲ୍ଲା ପ୍ରଶାସନର ବାରଣ

ନୟାଗଡ଼ ଜିଲ୍ଲାରେ ପ୍ରଶାସନ ତରଫରୁ ସମୁହ କାର୍ତ୍ତିକ ପୂର୍ଣ୍ଣିମା ପାଳନ ସହ ଡଙ୍ଗା ଭସା ଉପରେ ରୋକ । ଚିନ୍ତାରେ ଡଙ୍ଗା ବ୍ୟବସାୟୀ । ପଢନ୍ତୁ ଅଧିକ....

ପ୍ରଶାସନର ବାରଣ ପାଇଁ ଫିକା ପଡ଼ିବ କାର୍ତ୍ତିକ ପୂର୍ଣ୍ଣିମା, ଚିନ୍ତାରେ ଡଙ୍ଗା ବ୍ୟବସାୟୀ

author img

By

Published : Nov 29, 2020, 4:53 PM IST

ନୟାଗଡ଼: ଜିଲ୍ଲାରେ ଫିକା ପଡ଼ିବ କାର୍ତ୍ତିକ ପୂର୍ଣ୍ଣିମା l ପ୍ରଶାସନ ତରଫରୁ ସମୁହ କାର୍ତ୍ତିକ ପୂର୍ଣ୍ଣିମା ପାଳନ ସହ ଡଙ୍ଗା ଭସା ଉପରେ ରୋକ ଲଗାଯିବା ପରେ ଡଙ୍ଗା ବ୍ୟବସାୟୀ ଚିନ୍ତାରେ l ଡଙ୍ଗା ଭସା ଉପରେ କଟକଣା ପାଇଁ ଗ୍ରାହକ ଆସୁନାହାନ୍ତି l ଦେଖୁବାକୁ ଖୁବ ଆକର୍ଷଣୀୟ ଭଳିକି ଭଳିକି ସୁନ୍ଦର ସୋଲ ଡ଼ଙ୍ଗା ସବୁ ଦୋକାନରେ ଓହଳିଛି l ବୋଇତ ବନ୍ଦାଣ ପାଇଁ ଡଙ୍ଗା କିଣିବାକୁ ଭିଡ ହୁଏ । ହେଲେ ନୟାଗଡ଼ ଜିଲ୍ଲା ପ୍ରଶାସନର ବାରଣ ଯୋଗୁଁ ଫିକା ପଡ଼ିବ ଚଳିତ ବର୍ଷର କାର୍ତ୍ତିକ ପୂର୍ଣ୍ଣିମା । ସେପଟେ ଟଙ୍କା ଖର୍ଚ୍ଚ କରି ଡଙ୍ଗା ତିଆରି କରି ବିକ୍ରି କରି ଦୁଇ ପଇସା ଲାଭ କରିବାକୁ ଆଶା ରଖିଥିବା ବ୍ୟବସାୟୀ ନିରାଶ ।

ପ୍ରଶାସନର ବାରଣ ପାଇଁ ଫିକା ପଡ଼ିବ କାର୍ତ୍ତିକ ପୂର୍ଣ୍ଣିମା, ଚିନ୍ତାରେ ଡଙ୍ଗା ବ୍ୟବସାୟୀ

କୌଣସି ଜଳାଶୟରେ ଏକଜୁଟ ନ ହେବା କିମ୍ବା ବୋଇତ ବନ୍ଦାଣ ପାଳନ ନ କରିବାକୁ ପ୍ରଶାସନ କଡ଼ା ନିର୍ଦେଶ ଦେଇଛି l ସେଥିପାଇଁ ଦୋକାନୀମାନେ ବିକ୍ରି କରିପାରୁନାହାଁନ୍ତି ଡ଼ଙ୍ଗା l ଫଳରେ ଦୋକାନରେ ସେମିତି ପଡ଼ି ରହିଛି ଆକର୍ଷଣୀୟ ଡ଼ଙ୍ଗା ସବୁ l ଡ଼ଙ୍ଗାକୁ ତିଆରି କରିବାକୁ ଅନେକ ପରିଶ୍ରମ କରିଥିଲେ କାରିଗରମାନେ l ଆଶା ଥିଲା, ଦୁଇ ପଇସା ଲାଭ କରିବେ ବୋଲି କିନ୍ତୁ କିଛି ଲାଭ ତ ଦୁରର କଥା ମୁଳ ମଜୁରି ବି ମିଳିଲା ନାହିଁ ।

ଏହାକୁ ନେଇ ବ୍ୟବସାୟ ମାନେ ଅସନ୍ତୋଷ ପ୍ରକାଶ କରିଥିବା ବେଳେ କରୋନା ସଂକ୍ରମଣ ଦୃଷ୍ଟିରୁ ଲଗାଯାଇଥିବା ଜିଲ୍ଲା ପ୍ରଶାସନ ପକ୍ଷରୁ ଜାରି କରାଯାଇଥିବା କଟକଣାକୁ ମାନିବାକୁ ବାଧ୍ୟ ହୋଇଛନ୍ତି ସମସ୍ତେ ।

ନୟାଗଡ଼ରୁ ଜୟେନ୍ଦ୍ର ବେହେରା, ଇଟିଭି ଭାରତ

For All Latest Updates

TAGGED:

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.